ETV Bharat / sports

ଅଲିମ୍ପିକ୍ସରେ ଶେଷ ହେଲା ଟେବୁଲ୍ ଟେନିସ୍ ତାରକା ଶ୍ରୀଜାଙ୍କ ଯାତ୍ରା, ବିଶ୍ବର ଏକ ନମ୍ବର ଖେଳାଳିଙ୍କଠାରୁ 0-4ରେ ପରାଜିତ - Paris Olympics 2024 Table Tennis

author img

By ETV Bharat Sports Team

Published : Aug 1, 2024, 12:54 PM IST

PARIS OLYMPICS 2024 TABLE TENNIS: ଭେଟେରାନ ଭାରତୀୟ ପ୍ୟାଡେଲର ଶ୍ରୀଜା ଅକୁଲାଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି । ବୁଧବାର ଖେଳାଯାଇଥିବା ରାଉଣ୍ଡ -16 ମ୍ୟାଚରେ ଶ୍ରୀଜା ପ୍ରଥମ ସେଟ 10-12, ଦ୍ବିତୀୟ ସେଟ୍ 10-12, ତୃତୀୟ ସେଟ୍ 8-11 ଏବଂ ଚତୁର୍ଥ ସେଟ୍ 3-11ରେ ପରାଜିତ ହୋଇ 0-4 ସ୍କୋରରେ ମ୍ୟାଚ ହାରିଛନ୍ତି ।

Sreeja Akula
Sreeja Akula (AFP photos)

ପ୍ୟାରିସ୍‌ (ଫ୍ରାନ୍ସ): ଭାରତର ଟେବୁଲ୍ ଟେନିସ୍ ତାରକା ଶ୍ରୀଜା ଅକୁଲାଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି । ଟେବୁଲ ଟେନିସରେ ମହିଳା ଏକକ ରାଉଣ୍ଡ -16 ଇଭେଣ୍ଟରେ ପରାଜୟ ବରଣ କରିଛନ୍ତି ଶ୍ରୀଜା । ଚୀନର ୟିଙ୍ଗଆ ସୁନଙ୍କ ଠାରୁ 0-4ରେ ପରାଜିତ ହୋଇଛନ୍ତି ଭାରତର ଏହି ଷ୍ଟାର ଟେବୁଲ ଟେନିସ ମହିଳା ଖେଳାଳି । ବିଶ୍ବର ନମ୍ବର-1 ଟେବୁଲ ଟେନିସ ଖେଳାଳିଙ୍କ ଠାରୁ ହାରିବ ପରେ ଶେଷ ହେଲା ଭାରତର ଷ୍ଟାର ଟେବୁଲ ଟେନିସ ଖେଳାଳି ଶ୍ରୀଜାଙ୍କ ଅଲମ୍ପିକ୍ସ ଯାତ୍ରା । 26 ବର୍ଷୀୟା ଶ୍ରୀଜା ଅକୁଲା ଦମଦାର ଫାଇଟ କରିଥିଲେ ମଧ୍ୟ ରାଉଣ୍ଡ-16ରେ ଯାତ୍ରା ଶେଷ କରିଛନ୍ତି ।

ବୁଧବାର ଖେଳାଯାଇଥିବା ରାଉଣ୍ଡ -16 ମ୍ୟାଚରେ ଶ୍ରୀଜା ପ୍ରଥମ ସେଟ 10-12, ଦ୍ବିତୀୟ ସେଟ୍ 10-12, ତୃତୀୟ ସେଟ୍ 8-11 ଏବଂ ଚତୁର୍ଥ ସେଟ୍ 3-11ରେ ପରାଜିତ ହୋଇ 0-4 ସ୍କୋରରେ ମ୍ୟାଚ ହାରିଛନ୍ତି । ଶ୍ରୀଜା ଏହି ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ ଫଳରେ ଦୁନିଆର ନମ୍ବର-1 ପ୍ୟାଡଲର ମଧ୍ୟ ଗୋଟିଏ ଗୋଟଏ ପଏଣ୍ଟ ପାଇଁ ଶ୍ରୀଜାଙ୍କ ମୁକାବିଲାର ସାମ୍ନା କରିଥିଲେ । ତେବେ ଶ୍ରୀଜାଙ୍କ ପୂର୍ବରୁ ପ୍ରି-କ୍ବାର୍ଟର ଫାଇନାଲରେ ଭାରତର ଷ୍ଟାର ପ୍ୟାଡଲର ମନିକା ବାତ୍ରା ମଧ୍ୟ ପରାଜୟ ସାମ୍ନା କରିଥିଲେ । ଫଳରେ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରୁ ଭାରତର ମହିଳା ସିଙ୍ଗଲ୍ସ ଟେନିସ ଯାତ୍ରା ଶେଷ ହୋଇଛି ।

ଏହା ବି ପଢନ୍ତୁ- ବ୍ୟାଡମିଣ୍ଟନ କ୍ୱାଟର ଫାଇନାଲ, ମୁହାଁମୁହିଁ ହେବେ ଦୁଇ ଭାରତୀୟ ସଟ୍‌ଲର୍‌ - Paris Olympics 2024

ଦମଦାର ମୁକାବିଲା କଲେ ଶ୍ରୀଜା-

ଏହି ମ୍ୟାଚରେ ପରାଜିତ ହେବା ଫଳରେ ଶ୍ରୀଜାଙ୍କ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଯାତ୍ରା ଶେଷ ହୋଇଛି । କିନ୍ତୁ କଡା ସଂଘର୍ଷ ପୂର୍ଣ୍ଣ ରହିଥିଲା ଏହି ମ୍ୟାଚ । କାରଣ ପ୍ରଥମ ରାଉଣ୍ଡ ଗେମରେ ଶ୍ରୀଜା 10-6ରେ ଆଗରେ ଥିଲେ । କିନ୍ତୁ ପରେ ଏହି ରାଉଣ୍ଡକୁ 10-12 ସ୍କୋରରେ ହାରିଥିଲେ । ସେହିପରି ଦ୍ବିତୀୟ ରାଉଣ୍ଡରେ ମଧ୍ୟ ଏକଦା ଶ୍ରୀଜା 10-5ରେ ଆଗରେ ଥିଲେ । କିନ୍ତୁ ପରେ ନର୍ଭସ କାରଣରୁ ମ୍ୟାଚରୁ ହାତ ଧୋଇଲେ ଶ୍ରୀଜା ହେଲେ କଡା ସଂଘର୍ଷ ପୂର୍ଣ୍ଣ ଥିଲା ଏହି ମ୍ୟାଚ ।

ଏପଟେ ମ୍ୟାଚ ପରାଜିତ ହେବା ପରେ ଶ୍ରୀଜା କହିଛନ୍ତି, "ଏହି ମ୍ୟାଚରେ ପରାଜିତ ପରେ ବହୁତ କିଛି ଶିଖିବାକୁ ମିଳିଲା ।"

ଏହା ବି ପଢନ୍ତୁ- ଟେବୁଲ ଟେନିସ୍‌ରେ ରେକର୍ଡ; ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଶ୍ରୀଜା ଅକୁଲା - Paris Olympics 2024

ପ୍ରି-କ୍ବାର୍ଟର ମ୍ୟାଚରେ ହାରିଲେ ମନିକା-

ଭାରତର ଷ୍ଟାର ତଥା ଭେଟରାନ ପ୍ୟାଡଲର ମନିକା ବାତ୍ରା ମଧ୍ୟ ପ୍ରି-କ୍ବାର୍ଟର ଫାଇନାଲରେ ହାରିଛନ୍ତି । ରାଉଣ୍ଡ-16 ମ୍ୟାଚରେ ମନିକା 1-4 ସେଟରେ ଜାପାନର ହିରାନୋ ମିଉଙ୍କ ଠାରୁ ପରାଜିତ ହୋଇଛନ୍ତି । 29 ବର୍ଷୀୟା ମନିକା ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.