ETV Bharat / sports

ଅଲିମ୍ପିକ୍ସରେ ଫ୍ରାନ୍ସ ଲେଖିଲା ନୂଆ ଇତିହାସ; ନଦୀ ଗର୍ଭରେ ଗ୍ରାଣ୍ଡ ଓପନିଂ, ପରେଡରେ ସାମିଲ ହେଲେ 78 ଭାରତୀୟ - PARIS OLYMPICS OPENING CEREMONY

Paris Olympics 2024: ଅଲିମ୍ପିକ୍ସ ଇତିହାସରେ ପ୍ରଥମ । ପ୍ୟାରିସରେ ଷ୍ଟାଡିୟମ ବାହାରେ ଓ ନଦୀ ଗର୍ଭରେ ଭାସମାନ ଅବସ୍ଥାରେ ହେଲା ଅଲିମ୍ପିକ୍ସ ଉଦଘାଟନ । ବିଶ୍ବ ଦେଖିଲା ଫ୍ରାନ୍ସର ଐତିହ୍ୟ ଓ ସଂସ୍କୃତି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 27, 2024, 8:08 AM IST

PARIS OLYMPICS OPENING CEREMONY
PARIS OLYMPICS OPENING CEREMONY (@Olympics)

ପ୍ୟାରିସ: ଅଦ୍ଭୁତ, ଚିତାକର୍ଷକ, ମନ୍ତ୍ରମୁଗ୍ଧକର, ଅବିସ୍ମରଣୀୟ... ଆଖି ଖୋସିଗଲା ପରି ଦୃଶ୍ୟ । ରଙ୍ଗିନ ଆଲୋକରେ ଝଲସି ଉଠିଲା ପ୍ୟାରିସ ଅନ୍ଧକାର ଆକାଶ । ଆତସବାଜିରେ କମ୍ପିଲା ଚତୁର୍ଦ୍ଦିଗ... ନୃତ୍ୟ, ସଙ୍ଗୀତରେ ଝୁମିଲେ କ୍ରୀଡାପ୍ରେମୀ । ବିଶ୍ବ ଦେଖିଲା ପ୍ୟାରିସର ସୌନ୍ଦର୍ଯ୍ୟ ଓ 33ତମ ଅଲିମ୍ପିକ୍ସ ଉଦଘାଟନୀ । ମହାଆଡମ୍ବରରେ ଭାରତୀୟ ସମୟ ଶୁକ୍ରବାର ରାତି 11ଟାରେ ଅନୁଷ୍ଠିତ ହୋଇଯାଇଛି ଅଲିମ୍ପିକ୍ସ ଓପନିଂ ସେରିମନି । ପ୍ରଥମ ଥର ଉଦଘାଟନୀ ଉତ୍ସବ ଷ୍ଟାଡିୟମ ବାହାରେ ଆୟୋଜନ କରି ଅଲିମ୍ପିକ୍ସରେ ନୂଆ ଇତିହାସ ରଚିଲା ଫ୍ରାନ୍ସ । ସେନ୍ ନଦୀର ଗର୍ଭରେ ଅଲିମ୍ପିକ୍ସ ମଶାଲ ଯାତ୍ରା କରିବା ପରେ ଆରମ୍ଭ ହୋଇଥିଲା ଉଦଘାଟନୀ । ଡଙ୍ଗାରେ ପରେଡ କଲେ 206 ଦେଶର 7000 କ୍ରୀଡାବିତ୍ ।

ଇତିହାସ ରଚିଲା ଫ୍ରାନ୍ସ: ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଉଦଘାଟନକୁ ଷ୍ଟାଡିୟମ ବାହାରେ ଆୟୋଜନ କରି ଇତିହାସ ରଚିଛି ଫ୍ରାନ୍ସ । ନଦୀଗର୍ଭରେ ଆତସବାଜି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସମସ୍ତ କ୍ରୀଡାବିତ୍ 85ଟି ବଡ ଡଙ୍ଗାରେ ଅଷ୍ଟ୍ରେର୍ଲିଜ ବ୍ରିଜ ପାଖରୁ ପରେଡ କରିଥିଲେ । 16ଟି ପୋସ ଅତିକ୍ରମ କରିବା ପରେ ଆଇଫିଲ ଟାଓ୍ବାର ନିକଟରେ ପରେଡ ଶେଷ ହୋଇଥିଲା । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଅଲିମ୍ପିକ୍ସ ଉଦଘାଟନ କରିଥିଲେ । ଆଇଓସିର ସଭାପତି ଥୋମାସ ବାକଙ୍କ ସମେତ 100ରୁ ଊର୍ଦ୍ଧ୍ବ ଦେଶର ମୁଖ୍ୟମାନେ ଓପନିଂ ସେରିମନିରେ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ପ୍ରଥମ ମେଡାଲ ଅଭିମୁଖେ ଯିବ କି ଭାରତ ? ଜାଣନ୍ତୁ ଆଜି ଭାରତର ରହିଛି କେଉଁ ମ୍ୟାଚ୍‌ ? - Paris Olympics 2024

ତ୍ରିରଙ୍ଗା ଧରିଲେ ସିନ୍ଧୁ-କମଲ: ଉଦଘାଟନୀ ଉତ୍ସବରେ ଭାରତ ପକ୍ଷରୁ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଓ ଟେବୁଲ ଟେନିସ ତାରକା ଶତର କମଲ ତ୍ରିରଙ୍ଗା ବାହକ ହୋଇଥିଲେ । ଡଙ୍ଗାରେ ଭାରତର କ୍ରୀଡାବିତ ସମେତ 78 ଜଣ ଅଫିସିଆଲମାନେ ଉଦଘାଟନୀରେ ପରେଡ କରିଥିଲେ । ପରେଡରେ ଭାରତୀୟ କଣ୍ଟିଜେଣ୍ଟ 84ତମ ସ୍ଥାନରେ ରହିଥିଲା । 140 କୋଟି ଭାରତୀୟ ସମସ୍ତଙ୍କୁ ଟିଭିରେ ଲାଇଭ୍ ଦେଖୁଥିଲେ । ସମସ୍ତ ଖେଳାଳି ହାତରେ ତ୍ରିରଙ୍ଗା ଧରିଥିଲେ ।

ଉଦଘାନୀରେ ଫ୍ରାନ୍ସର କଳା, ସଂସ୍କୃତି ଓ ଐତିହ୍ୟ: ଉଦଘାନୀରେ ଦେଖିବାକୁ ମିଲିଥିଲା ଫ୍ରାନ୍ସର କଳା, ସଂସ୍କୃତି ଓ ଐତିହ୍ୟ । ପ୍ରାୟ 3 ହଜାର କଳାକାର ସାମିଲ ହୋଇ କଳା ପ୍ରଦର୍ଶନ କରିଥିଲେ । ଏହା କାର୍ଯ୍ୟକ୍ରମ ପୁରା ବିଶ୍ବକୁ ଶାନ୍ତିର ବାର୍ତ୍ତା ଦେଇଛି । ବିଖ୍ୟାତ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ଅତ୍ୟନ୍ତ ମନମୁଗ୍ଧକର ଥିଲା । 128 ବର୍ଷ ପରେ ପ୍ରଥମ ଥର ଖୋଲା ଆକାଶ ଓ ନଦୀ ଗର୍ଭରେ ଏପରି ଆୟୋଜନ କରାଯାଇଥିଲା । ଅଲିମ୍ପିକ୍ସ ପଦରେ ବ୍ୟବହୃତ ହୋଇଥିବା ଆଇଫିଲ ଟାଓ୍ବାରର ଲୌହ ଖଣ୍ଡ କିପରି ନିର୍ମାଣ ହୋଇଛି ତାହା ନୃତ୍ୟ ମାଧ୍ୟମରେ ଦର୍ଶାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.