ETV Bharat / sports

ଚୁରମାର ହୋଇଗଲା ପଦକ ଆଶା; ଫାଇନାଲ୍‌ରେ ହାରିଗଲେ ରମିତା ଜିନ୍ଦଲ - Paris Olympics 2024

author img

By ETV Bharat Sports Team

Published : Jul 29, 2024, 2:03 PM IST

Paris Olympics 2024 Shooting: ମହିଳା 10 ମିଟର ଏୟାର ରାଇଫଲ ଫାଇନାଲ୍‌ରେ ହାର ମାନିଲେ ରମିତା ଜିନ୍ଦଲ । ଭାରତକୁ ଦେଇପାରିଲେନି ପଦକ । ଅଧିକ ପଢ଼ନ୍ତୁ

Paris Olympics 2024 Shooting
Paris Olympics 2024 Shooting (AP Photos)

ପ୍ୟାରିସ୍‌ (ଫ୍ରାନ୍ସ): ଶୁଟିଂରୁ ଭାରତକୁ ଆଉ ଏକ ମେଡାଲ ଆଶା ଧୂଳିସାତ୍‌ ହୋଇଗଲା । ମହିଳା 10 ମିଟର ଏୟାର ରାଇଫଲ ଫାଇନାଲ୍‌ରେ ଆଶାନୂରୂପ ପ୍ରଦର୍ଶନ କରିପାରିନାହାନ୍ତି ଭାରତୀୟ ଷ୍ଟାର ଶୁଟର ରମିତା ଜିନ୍ଦଲ । ଫଳରେ ଏହି ଇଭେଣ୍ଟରୁ ଭାରତକୁ ଆଉ ଏକ ପଦକ ଆସିବାର ଆଶା, ଆଶାରେ ରହିଯାଇଛି । ସୋମବାର ପ୍ୟାରିସ ଅଲିମ୍ପିକ୍ସରେ ଖେଳାଯାଇଥିବା ମହିଳା 10 ମିଟର ଏୟାର ରାଇଫଲ ଫାଇନାଲ୍‌ରେ 7ମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି ରମିତା ଜିନ୍ଦଲ ।

ସିରିଜ୍‌-1ରୁ ଖରାପ ପ୍ରଦର୍ଶନ:-

ରାମିତା ଜିନ୍ଦଲ ସିରିଜ୍‌ -1ରୁ ହିଁ ଖରାପ ଆରମ୍ଭ କରିଥିଲେ । ନିଜ ଲୟରୁ ସେ ବାରମ୍ବାର ବିଚ୍ୟୁତ ହେଉଥିଲେ । ସିରିଜ୍-1 ଶେଷ ବେଳକୁ ରମିତା 10.3, 10.2, 10.6, 10.9 ଓ 10.5 ସ୍କୋର ସହିତ ଚତୁର୍ଥ ସ୍ଥାନରେ ରହିଥିଲେ । ସିରିଜ୍-2ର ଶେଷ ସଟ୍‌ରେ ରମିତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । ଏଥିରେ ସେ କେବଳ 9.7 ପଏଣ୍ଟ ପାଇଥିଲେ । ଏହି ଦୁର୍ଭାଗ୍ୟଜନକ ଫଳାଫଳ ପ୍ରତିଯୋଗିତାରେ ତାଙ୍କ ସ୍ଥିତିକୁ ଯଥେଷ୍ଟ ପ୍ରଭାବିତ କରିଥିଲା ​​ଏବଂ ସେ ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ । ଏହି ସଟ୍‌ ପୂର୍ବରୁ ରମିତା ତୃତୀୟ ସ୍ଥାନରେ ରହିଥିଲେ ମଧ୍ୟ କମ୍‌ ସ୍କୋର କାରଣରୁ ସେ ବର୍ତ୍ତମାନ ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି ।

ରାମିତା ଆରମ୍ଭରୁ ଫାଇନାଲରେ ପଦକ ରେସ୍‌ରେ ଥିଲେ । କିନ୍ତୁ ଦଶମ ସଟ୍‌ରେ 9.7 ସ୍କୋର କାରଣରୁ ସେ 7ମ ସ୍ଥାନକୁ ଖସି ଆସିଥିଲେ । ଶେଷରେ, ସେ ଫ୍ରାନ୍ସର ଓସେନ ମୁଲେରଙ୍କ ବିପକ୍ଷରେ ସୁଟ୍‌-ଅଫ୍‌ ହାରିଯାଇଥି । ରମିତା 10.5 ସ୍କୋର କରିଥିବାବେଳେ ମୁଲେର 10.8 ସ୍କୋର କରିଥିଲେ ।

କିଏ ଏହି ରମିତା ଜିନ୍ଦଲ:-

ଦେଶକୁ ପଦକ ଆଣିବା ଆଶାରେ ପ୍ୟାରିସରେ ପହଞ୍ଚିଥିବା ଏହି ମହିଳା ଶୁଟର ରମିତା ଜିନ୍ଦଲଙ୍କ ଘର ହରିୟାଣାର କୁରୁକ୍ଷେତ୍ରର ଲାଡୱା ବ୍ଲକରେ । ରମିତାଙ୍କ ବାପା ଅରବିନ୍ଦ ଜିନ୍ଦଲ ଜଣେ ଟାକ୍ସ ଆଡଭାଇଜର ଭାବେ କାର୍ଯ୍ୟରତ । 2016 ମସିହାରେ, ସେ ରମିତାଙ୍କୁ ଶୁଟିଂ ରେଞ୍ଜକୁ ନେଇଥିଲେ, ଯାହାପରେ ରମିତା ଶୁଟିଂକୁ ହିଁ ତାଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବାଛିନେଲେ । ରମିତାଙ୍କ ପିତା ଅରବିନ୍ଦ ଜିନ୍ଦଲ କହିଛନ୍ତି ଯେ ରମିତା 8 ବର୍ଷ ପୂର୍ବରୁ ଶୁଟିଂ ଏକାଡେମୀରେ ଶୁଟିଂ ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ବୁଲି ଚାହିଁନଥିଲେ । ହାତରେ ରାଇଫଲ ଧରି ରମିତା ଶୁଟିଂରେ ଅନେକ ପଦକ ଜିତିଛନ୍ତି । 20 ବର୍ଷିୟା ରାମିତା ମାତ୍ର 15 ଦିନ ଅଭ୍ୟାସ ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଶୁଟିଂ ଚମ୍ପିଆନସିପରେ ପଦକ ଜିତିବା ଆରମ୍ଭ କରିଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସାତ୍ତ୍ବିକ-ଚିରାଗ ଯୋଡ଼ି ଖେଳିବାକୁ ଥିବା ମୁକାବିଲା ରଦ୍ଦ, ଫଳାଫଳ ଘୋଷଣା କଲା BWF - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.