ETV Bharat / sports

Paris Olympics 2024: ଭାରତ ହାତରୁ ଖସିଲା ସିଲଭର ପଦକ, ସାଇନା କହିଲେ କିଏ ଦାୟୀ - saina on vinesh disqualification

Paris Olympic 2024: ଅଲିମ୍ପିକ୍ସ ଭଳି ଇଭେଣ୍ଟରେ ମୁଁ ଅନ୍ୟ କୌଣସି କୁସ୍ତିଯୋଦ୍ଧାଙ୍କୁ ନେଇ ଏଭଳି ଖବର ଶୁଣିନାହିଁ । ଯେ କୌଣସି କୁସ୍ତିଯୋଦ୍ଧା ଅଧିକା ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ସେ ଜଣେ ଅଭିଜ୍ଞ ଖେଳାଳି ତେଣୁ କୋଉଠି ନା କୋଉଠି ତାଙ୍କ ପକ୍ଷରୁ ତୃଟି ରହିଛି ନିଶ୍ଚିତ । ଭିନେଶ ଫୋଗତ ଅଯୋଗ୍ୟ ଘୋଷିତ ପ୍ରସଙ୍ଗରେ ଏହା କହିଛନ୍ତି ସାଇନା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Aug 8, 2024, 6:14 PM IST

ହାଇଦ୍ରାବାଦ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ହାତରୁ ଏକ ନିଶ୍ଚିତ ପଦକ ଖସିଯାଇଛି । ମହିଳା 50 କେଜି ବର୍ଗ ଫ୍ରି-ଷ୍ଟାଇଲ କୁସ୍ତି ଫାଇନାଲ ଖେଳିବା ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗତ । ଓଜନ ମାତ୍ର 100 ଗ୍ରାମ ବୃଦ୍ଧି କାରଣରୁ ଫାଇନାଲ ଇଭେଣ୍ଟ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା । ଏଥିପାଇଁ ଭାରତ ହାତରେ ଏକ ସୁନିଶ୍ଚିତ ପଦକ ଖସିଯାଇଛି । ତେବେ ଏହା ପରେ ଭିନେଶ ତାଙ୍କ କୁସ୍ତି କ୍ୟାରିଅରରୁ ସନ୍ୟାସ ନେଇଥିବା ବେଳେ ଭାରତରେ ଏହାକୁ ନେଇ ବାଦ ବିବାଦ ଥମିବାର ନାଁ ଧରୁନି । ସୋସିଆଲ ମିଡିଆରେ ଫୋଗତ ନିଆଁ ଧିରେ ଧିରେ ବ୍ୟାପିବାରେ ଲାଗିଛି ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଭାରତ ବନାମ ପାକିସ୍ତାନ; ନୀରଜଙ୍କ ଫାଇନାଲ ମ୍ୟାଚ, ପିତା ମାତା କହିଲେ, ପ୍ରସ୍ତୁତି ଶେଷ, ଗୋଲ୍ଡ ଆସିବ କିନ୍ତୁ ଭାଗ୍ୟ... - Neeraj Chopra Final Match

ଏପଟେ ଏହି ମାମଲାରେ ନିଜର ମତାମତ ରଖିଛନ୍ତି ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସାଇନା କହିଛନ୍ତି, କି ଏହା ଭିନେଶଙ୍କର ପ୍ରଥମ ଅଲିମ୍ପିକ୍ସ ନୁହେଁ । ତେଣୁ ସେ ନିଜେ ନିଜକୁ ଦାୟୀ କରିବା ଉଚିତ । ତାଙ୍କର ଏହା ବଡ ତୃଟି ।

"ଭିନେଶ ହିଁ କେବଳ ଏଥିପାଇଁ ନିଜେ ଦାୟୀ । ଅଲିମ୍ପିକ୍ସ ଭଳି କ୍ରୀଡା ମହାକୁମ୍ଭରେ ଏପରି ଘଟଣା ଘଟିବା ଉଚିତ ନୁହେଁ । ଏପରି କୌଣସି ଆଥଲେଟଙ୍କ ସହିତ ଘଟିବା ଉଚିତ ନୁହେଁ । ଏହା କିପରି ଘଟିଲା ତାହା ଏକ ବଡ ପ୍ରଶ୍ନ । କାରଣ ଭିନେଶ ବଡ ସ୍ବପ୍ନ ଦେଖି ଥିବେ ନିଶ୍ଚୟ । ତାଙ୍କ ନିକଟରେ ଅନେକ କୋଚ, ଫିଜିଓ, ଟ୍ରେନର ରହିଛନ୍ତି । ସେମାନେ ସମସ୍ତେ ଦୁଃଖିତ ଥିବେ ନିଶ୍ଚୟ । ମୁଁ ରେସଲିଂ ନିୟମ କାନୁନ ନେଇ ଅବଗତ ନୁହେଁ, କିନ୍ତୁ ଜଣେ ଆଥଲେଟ ଭାବେ ମୋତେ ବି ବହୁତ ଦୁଃଖ ଲାଗୁଛି," କହିଛନ୍ତି ସାଇନା ।

ସେ ପୁଣି କହିଛନ୍ତି, "ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ନୁହେଁ । ଏହା ଭିନେଶଙ୍କର 3ୟ ଅଲିମ୍ପିକ୍ସ । ଜଣେ ଆଥଲେଟ ଭାବେ ସେ ନିଜେ ନିୟମ କାନୁନ ନେଇ ଅବଗତ ଥିବେ । ଯଦି ଏହା ଗୋଟିଏ ବଡ ତୃଟି, ତାହାଲେ ଏହା କିପରି ଘଟିଲା ବୁଝା ପଡୁ ନାହିଁ । ଅଲିମ୍ପିକ୍ସ ଭଳି ଇଭେଣ୍ଟରେ ମୁଁ ଅନ୍ୟ କୌଣସି କୁସ୍ତିଯୋଦ୍ଧାଙ୍କୁ ନେଇ ଏଭଳି ଖବର ଶୁଣିନାହିଁ । ଯେ କୌଣସି କୁସ୍ତିଯୋଦ୍ଧା ଅଧିକା ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ସେ ଜଣେ ଅଭିଜ୍ଞ ଖେଳାଳି ତେଣୁ କୋଉଠି ନା କୋଉଠି ତାଙ୍କ ପକ୍ଷରୁ ତୃଟି ରହିଛି ନିଶ୍ଚିତ । ସେ ଏଥିପାଇଁ ଦାୟୀ ହେବା ଉଚିତ । ଏତେ ବଡ ମ୍ୟାଚରେ ଏଭଳି ତୃଟି ଗ୍ରହଣୀୟ ନୁହେଁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.