ETV Bharat / sports

ଅଲିମ୍ପିକ୍ସ ଉଦ୍‌ଘାଟନ ପୂର୍ବରୁ ବଢ଼ିଲା ସୁରକ୍ଷା ଚିନ୍ତା; ଫ୍ରାନ୍ସ ହାଇସ୍ପିଡ୍‌ ଟ୍ରେନ ଲାଇନ୍‌ ଉପରେ ଆତଙ୍କବାଦୀ ଆକ୍ରମଣ - Paris Olympics 2024

Paris Olympics 2024: ପ୍ୟାରିସ୍‌ ଅଲିମ୍ପିକ୍ସ ଉଦ୍‌ଘାନଟ ପୂର୍ବରୁ ବଢ଼ିଲା ସୁରକ୍ଷା ଚିନ୍ତା । ଫ୍ରାନ୍ସର ହାଇସ୍ପିଡ୍ ରେଳ ଲାଇନ ଉପରେ ଜୋରଦାର ଆକ୍ରମଣ କରାଯାଇଛି । ଫଳରେ ଅନେକ ଟ୍ରେନ୍ ବାତିଲ ହୋଇଥିବାବେଳେ ବ୍ୟସ୍ତବହୁଳ ମାର୍ଗରେ ଯାତାୟତ ଠପ ହୋଇଯାଇଛି । ଅଧିକ ପଢ଼ନ୍ତୁ...

author img

By ETV Bharat Sports Team

Published : Jul 26, 2024, 3:43 PM IST

Paris Olympics 2024
Paris Olympics 2024 (AP Photos)

ପ୍ୟାରିସ୍‌ (ଫ୍ରାନ୍ସ): ବହୁ ପ୍ରତିକ୍ଷିତ ଅଲିମ୍ପିକ୍ସ ମହାକୁମ୍ଭ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆଜି (26 ଜୁଲାଇ)ଠାରୁ ଆରମ୍ଭ ହେବାକୁ ଯାଉଛି । ଏହାର ଯଥେଷ୍ଟ ପୂର୍ବରୁ ଖେଳାଳିମାନେ ପ୍ୟାରିସରେ ଏକାଠି ହୋଇସାରିଛନ୍ତି । ଏହା ସହିତ ଏହି ଐତିହାସିକ ଅଲିମ୍ପିକ୍‌ର ଉଦ୍‌ଘାଟନୀ ସମାରୋହ ପାଇଁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଏହି ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି । ସମାରୋହ ଉଦଘାଟନ ହେବାର କିଛି ଘଣ୍ଟା ପୂର୍ବରୁ ଫ୍ରାନ୍ସର ହାଇସ୍ପିଡ୍ ରେଳ ଲାଇନ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଫ୍ରାନ୍ସ ରେଳବାଇର ବ୍ୟସ୍ତବହୁଳ ମାର୍ଗକୁ ବାଧାପ୍ରାପ୍ତ କରିଛି । ଏହି କାରଣରୁ ଅନେକ ଟ୍ରେନ୍ ବାତିଲ ମଧ୍ୟ ହୋଇଯାଇଛି ।

ତେବେ ଫ୍ରାନ୍ସର ହାଇସ୍ପିଡ୍ ରେଳ ଲାଇନ ଉପରେ ଆକ୍ରମଣ କାରଣରୁ ଅଲିମ୍ପିକ୍‌ ଉଦ୍‌ଘାଟନ ସମାରୋହ ପୂର୍ବରୁ ପ୍ୟାରିସରେ ରେଳ ଯାତାୟତ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି । ଖୋଦ ଫ୍ରାନ୍ସର ରାଷ୍ଟ୍ରୀୟ ରେଳ କମ୍ପାନୀ 'S.N.C.F' ଶୁକ୍ରବାର ଏହି ଘଟଣା ନେଇ ସୂଚନା ଦେଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ଖବର ଅନୁଯାୟୀ ଫ୍ରାନ୍ସର ରେଳ ଅପରେଟର 'S.N.C.F' ଏହାର ଅନେକ ହାଇସ୍ପିଡ୍ ଟ୍ରେନ୍‌ ରୁଟରେ ଲାଇନ୍‌ ଉପରେ ଆକ୍ରମଣ ହୋଇଥିବା ଘଟଣା ସମ୍ପର୍କରେ ଜଣାଇଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଦେଶର ପଶ୍ଚିମ, ଉତ୍ତର ଏବଂ ପୂର୍ବ ଦିଗକୁ ଯାଉଥିବା ଲାଇନଗୁଡିକରେ TGV ହାଇସ୍ପିଡ୍ ରେଳ ନେଟୱାର୍କ ବ୍ୟାହତ ହୋଇ କିଛି ବିଭାଗରେ ସେବା ବନ୍ଦ ହୋଇଯାଇଛି ।

ଦେଶର ପରିବହନ ମନ୍ତ୍ରୀ ପାଟ୍ରିସ୍ ଭର୍ଗ୍ରାଇଟ୍‌ ନିଜ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି ଯେ ଗତକାଲି ରାତିରେ ଅନେକ ଟିଜିଭି ଲାଇନକୁ ଟାର୍ଗେଟ କରି ମିଳିତ ଆକ୍ରମଣ କରାଯାଇଥିଲା । ଯେଉଁ କାରଣରୁ ଏହି ସପ୍ତାହ ଶେଷ ପର୍ଯ୍ୟନ୍ତ ରେଳ ଟ୍ରାଫିକ୍ ଗୁରୁତର ଭାବରେ ବ୍ୟାହତ ହେବ । ମୁଁ ଏହି ଅପରାଧିକ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରୁଛି । ଯାହା ଅନେକ ଫ୍ରେଞ୍ଚ ଲୋକଙ୍କ ଯାତାୟତକୁ ପ୍ରଭାବିତ କରିବ । ଯଥାସମ୍ଭବ ଟ୍ରାଫିକ୍ ପୁନରୁଦ୍ଧାର କରିଥିବାରୁ ସେଠାରେ ଥିବା SNCF (ରେଳବାଇ କମ୍ପାନୀ) ଦଳକୁ ଅନେକ ଅନେକ ଧନ୍ୟବାଦ ।

ସେହିଭଳି ଦେଶର ଖେଳମନ୍ତ୍ରୀ ଏମିଲି ଓଡେୟା-କାଷ୍ଟେରା ମଧ୍ୟ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି । ଆଟଲାଣ୍ଟିକ୍‌, ଉତ୍ତର ଓ ପୂର୍ବ କ୍ଷେତ୍ରରେ ରେଳ ଯାତାୟତ ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଥିବା ଦେଶର ରେଳ ଅପରେଟର 'S.N.C.F' କହିଛି । ତେଣୁ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏଭଳି ସ୍ଥିତି ପୂରା ସପ୍ତାହ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛି ଦେଶର ରେଳ ଅପରେଟର କମ୍ପାନୀ ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ଉଦଘାଟନୀ କାଉଣ୍ଟଡାଉନ ଆରମ୍ଭ: ତ୍ରିରଙ୍ଗା ଧରିବେ ସିନ୍ଧୁ-କମଲ, ଜାଣନ୍ତୁ ବ୍ରେକିଂ ପ୍ରତିଯୋଗିତା କଣ ? - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.