ETV Bharat / sports

ଇତିହାସ ରଚିଲେ ବଲରାଜ ପନୱାର; ସ୍କଲ୍ସ କ୍ବାର୍ଟର ଫାଇନାଲ୍‌ରେ ପ୍ରଥମ ଭାରତୀୟ - Paris Olympics 2024

author img

By ETV Bharat Sports Team

Published : Jul 28, 2024, 3:04 PM IST

Paris Olympics 2024 Rowing: ପ୍ୟାରିସରେ ଇତିହାସ ରଚିଲେ ଭାରତୀୟ ରୋଇଂ ଷ୍ଟାର ବଲରାଜ ପନୱାର । ପୁରୁଷ ସିଙ୍ଗଲ୍ସ ସ୍କଲ୍ସ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାରେ ହେଲେ ପ୍ରଥମ ଭାରତୀୟ । ଅଧିକ ପଢ଼ନ୍ତୁ

Paris Olympics 2024 Rowing
Paris Olympics 2024 Rowing (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ରେ ରବିବାର ଇତିହାସ ରଚିଛନ୍ତି ଭାରତୀୟ ରୋଇଂ ଷ୍ଟାର ବଲରାଜ ପନୱାର । ପୁରୁଷ ସିଙ୍ଗଲ୍ସ ସ୍କଲ୍ସ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବାରେ ସେ ପ୍ରଥମ ଭାରତୀୟ ହୋଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତର ଏକମାତ୍ର ନୌବାହକ ବଲରାଜ ପନୱାର ରବିବାର ପୁରୁଷ ଏକକ ସ୍କଲ୍ସର କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । 25 ବର୍ଷୀୟ ଏହି ଭାରତୀୟ ଷ୍ଟାର 7:12.41 ସମୟ ସହିତ ମୋନାକୋର କ୍ବେଣ୍ଟିନ୍ ଆଣ୍ଟୋଗାନେଲିଙ୍କ ପରେ ରେପେଚେଜ୍ 2ରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେମାନଙ୍କ ରେପେଚେଜ୍ ଗ୍ରୁପ୍‌ର ଅନ୍ୟ 3 ଜଣ ପ୍ରତିଯୋଗୀ ସେମିଫାଇନାଲ E/F କୁ ଉନ୍ନୀତ ହୋଇଛନ୍ତି ।

ମଙ୍ଗଳବାର କ୍ବାର୍ଟର ଫାଇନାଲ ମୁକାବିଲା:-

ଅଲିମ୍ପିକ୍ ଡେବ୍ୟୁ କରି ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିବା ବଲରାଜ ପନୱାର ମଙ୍ଗଳବାର ପୁରୁଷ ସିଙ୍ଗଲ୍ସ ସ୍କଲ୍ସ ଇଭେଣ୍ଟର କ୍ବାର୍ଟର ଫାଇନାଲରେ ମୈଦାନକୁ ଓହ୍ଲାଇବେ । ଏହି ମ୍ୟାଚ୍‌ ଜୁଲାଇ 30 (ମଙ୍ଗଲବାର) ଦିନ ଭାରତୀୟ ସମୟ ଦିନ 1:40ରେ ଖେଳାଯିବ ।

ଇତିହାସ ରଚିବେ ବଲରାଜ:-

ଭାରତୀୟ ଅଲିମ୍ପିକ୍‌ ଇତିହାସରେ ରୋଇଂ ଇଭେଣ୍ଟରେ ବଲରାଜଙ୍କୁ କ୍ବାର୍ଟର ଫାଇନାଲ ଜିତି ଇତିହାସ ରଚିବାର ସୁଯୋଗ ମିଳିବ । ରୋଇଂ ଇଭେଣ୍ଟରେ ଭାରତ ପାଇଁ ସର୍ବୋତ୍ତମ ପ୍ରଦର୍ଶନ କରିବାର ସୁଯୋଗ ଏବେ ବଲରାଜଙ୍କ ହାତରେ ରହିଛି । ଏହି ରେକର୍ଡ ବର୍ତ୍ତମାନ ପୁରୁଷମାନଙ୍କ ଲାଇଟୱେଟ୍‌ ଡବଲ୍ ସ୍କଲ୍ସ ଯୋଡି ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହଙ୍କ ନାମରେ ରହିଛି, ଯେଉଁମାନେ ଟୋକିଓ 2020 କ୍ବାର୍ଟରରେ ଏହି ଇଭେଣ୍ଟରେ ଏକାଦଶ ସ୍ଥାନ ହାସଲ କରିଥିଲେ ।

ଗତବର୍ଷ ଚୀନର ହାଙ୍ଗଝୌରେ ଅନୁଷ୍ଠିତ ହୋଇଥିବା ଏସିଆନ୍ ଗେମ୍ସରେ ଫାଇନାଲ୍ 'ଏ' ରେ ବଲରାଜ ପନୱାର ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ପ୍ୟାରିସରେ ଅଲିମ୍ପିକ୍‌ ପଦକ ଜିତିବା ପାଇଁ ବଲରାଜଙ୍କ ନିକଟରେ ଭାରତ ଆଶାବାଦୀ । ପନୱାରଙ୍କ ଡେବ୍ୟୁ ପ୍ରଦର୍ଶନକୁ ଏପର୍ଯ୍ୟନ୍ତ ଦେଖିଲେ ସେ ଭାରତକୁ ବ୍ରୋଞ୍ଜ ପଦକ ଦେଇପାରିବେ ବୋଲି ଆଶା କରାଯାଇପାରେ ।

ଏହା ମଧ୍ୟ ପଢ଼ନ୍ତୁ...ଦମଦାର ବିଜୟରୁ ପିଭି ସିନ୍ଧୁଙ୍କ ଅଭିଯାନ ଆରମ୍ଭ; ପ୍ରଥମ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀଙ୍କୁ ଚଟାଇଲେ ଧୂଳି - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.