ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଓଡ଼ିଆ ପୁଅ ଅମିତଙ୍କୁ ବ୍ୟାନ୍‌ କରିବା ପଡ଼ିଲା ମହଙ୍ଗା; ଏମିତି ବଦଳିଗଲା ଖେଳର ମୋଡ଼ - Paris Olympics 2024

author img

By ETV Bharat Sports Team

Published : Aug 4, 2024, 7:13 PM IST

Paris Olympics 2024 Hockey : ଗ୍ରେଟ୍‌ ବ୍ରିଟେନ ବିପକ୍ଷ ହକି କ୍ବାର୍ଟର ଫାଇନାଲରେ ଓଡ଼ିଆ ପୁଅ ତଥା ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ମିଳିଥିଲା ରେଡ କାର୍ଡ । ଯାହା ବଦଳାଇଥିଲା ଖେଳର ମୋଡ଼ । ଅଧିକ ଆକ୍ରାମକ ହୋଇ ଖେଳିଲା ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

Paris Olympics 2024 Hockey
Paris Olympics 2024 Hockey (ETV Bharat)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସରେ ହକି କ୍ବାର୍ଟର ଫାଇନାଲ୍‌ରେ ଗ୍ରେଟ୍‌ ବ୍ରିଟେନକୁ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛି ଭାରତ । ଏହି ମ୍ୟାଚ୍‌ରେ ଭାରତୀୟ ଦଳକୁ ଲାଗିଥିଲା ଏକ ବଡ଼ ଝଟ୍‌କା । ଓଡ଼ିଆ ପୁଅ ତଥା ଟିମ୍‌ ଇଣ୍ଡିଆର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ମିଳିଥିଲା ରେଡ କାର୍ଡ । ଫଳରେ ଅମିତଙ୍କ ବିନା ଭାରତୀୟ ଦଳକୁ କେବଳ 10 ଜଣ ଖେଳାଳିଙ୍କୁ ନେଇ ମ୍ୟାଚ୍‌ ଖେଳିବାକୁ ପଡ଼ଥିଲା । ଅମିତଙ୍କୁ ରେଡ କାର୍ଡ ମିଳିବା ପରେ ଅଧିକ ଆକ୍ରାମକ ହୋଇଥିଲେ ଭାରତୀୟ ଖେଳାଳି । ଏବଂ ପ୍ରତିପକ୍ଷ ଗ୍ରେଟ୍‌ ବ୍ରିଟେନକୁ ଅଲିମ୍ପିକ୍ସରୁ ବାହାର କରିବାକୁ ଜୋରଦାର ପ୍ରୟାସ କରିଥିଲେ । ଶେଷରେ ଶୁଟ୍‌ଆଉଟ୍‌ରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷକୁ 4-2ରେ ମାତ ଦେଇଛନ୍ତି । ଏହା ସହିତ ସେମିଫାଇନାଲରେ ପ୍ରବେଶ କରିଛି ଭାରତ ।

ଏମିତି ମିଳିଥିଲା ରେଡକାର୍ଡ :-

ଜୋରଦାର ଫାଇଟ୍‌ ପରେ ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିଥିଲା । ଏହାପରେ 16ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଓଡ଼ିଆ ପୁଅ ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଯାଇଥିଲା ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ଯେତେବେଳେ ଅମିତ ବିପଦପୂର୍ଣ୍ଣ ଭାବେ ବ୍ରିଟେନ ଖେଳାଳି ୱିଲିୟମ କାଲନାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଏହି ସମୟରେ ଅମିତଙ୍କ ହକି ଷ୍ଟିକ କାଲନାନଙ୍କ ମୁଣ୍ଡରେ ପିଟି ହୋଇ ଯାଇଥିଲା । ଯଦିଓ ବଲ ରୋକିବାବେଳେ ଏସବୁ ଘଟିଥିଲା, ହେଲେ ଅମିତ ଜାଣଶୁଣି ଏପରି କରିଥିବା ହୃଦୟଙ୍ଗମ କରି ତାଙ୍କୁ ରେଫରୀ ରେଡକାର୍ଡ ଦେଖାଇ ମ୍ୟାଚ୍‌ରୁ ବ୍ୟାନ କରିଥିଲେ । ଏହାକୁ ଅମିତଙ୍କ ସମେତ ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂହ ମଧ୍ୟ ବିରୋଧ କରିଥିଲେ । ହେଲେ ରେଫରୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ । ଶେଷରେ ନିରାଶ ହୋଇ ରୋହିଦାସଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା ।

ଅମିତଙ୍କୁ ରେଡକାର୍ଡ ପରେ ଅଗ୍ନିମୁଖା ହୋଇଗଲା ଭାରତୀୟ ଦଳ :-

16ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଇ ମ୍ୟାଚ୍‌ରୁ ବ୍ୟାନ କରିବା ପରେ ଭାରତକୁ 11 ବଦଳରେ 10 ଖେଳାଳିଙ୍କ ସହ ପୁରା ମ୍ୟାଚ୍ ଖେଳିବାକୁ ପଡିଥିଲା । ଏହା ଭାରତୀୟ ଦଳକୁ ଅଧିକ ଆକ୍ରାମକ କରିଦେଇଥିଲା । ଏହାପରେ ଦଳ ଅଧିକ ଆକ୍ରମଣାତ୍ମକ ହୋଇ 22ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା ।​ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ । ସେ ଏକ ଚମତ୍କାର ଗୋଲ ସ୍କୋର କରି ଭାରତକୁ ମ୍ୟାଚରେ 1-0ରେ ଅଗ୍ରଣୀ କରାଇଥିଲେ । ଏହାପରେ 27ତମ ମିନିଟରେ ବ୍ରିଟେନର ଲି ମୋର୍ଟନ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ ସ୍କୋର କରି ଦଳକୁ 1-1 ରେ ବରାବର ସ୍ଥିତିକୁ ଆଣିଥିଲେ । ଏହାପରେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ମ୍ୟାଚ୍‌ 1-1ରେ ବରାବର ରଖିଲା । ଶେଷରେ ଖେଳ ଶୁଟ୍‌ଆଉଟ୍‌ରେ ପହଞ୍ଚିଥିଲା । ଏଥିରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷକୁ 4-2ରେ ମାତ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ ସେମିରେ ଭାରତ; ରୋମାଞ୍ଚକର ଶୁଟ୍‌ଆଉଟ୍‌ରେ ହାରିଲା ଗ୍ରେଟ୍‌ ବ୍ରିଟେନ୍‌ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.