ETV Bharat / sports

ମନୁ ଭାକର-ସରବଜୋତ ଆଣିଲେ ଦ୍ବିତୀୟ ମେଡାଲ; ଭାରତରୁ ଛୁଟିଲା ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି ଲେଖିଲେ ସ୍ବତନ୍ତ୍ର ବାର୍ତ୍ତା - Paris Olympics 2024

author img

By ETV Bharat Sports Team

Published : Jul 30, 2024, 3:12 PM IST

Paris Olympics 2024 Manu Bhaker and Sarabjot Singh : ଦେଶକୁ ପ୍ୟାରିସରୁ ଆସିଲା ଦ୍ବିତୀୟ ମେଡାଲ । 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲେ ଭାରତର ଷ୍ଟାର ଶୁଟର ଯୋଡ଼ି ମନୁ ଭାକର ଏବଂ ସରବଜୋତ ସିଂହ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ପୂର୍ବ ଅଲିମ୍ପିଆନଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ । ଅଧିକ ପଢ଼ନ୍ତୁ

Manu Bhaker and Sarabjot Singh
Manu Bhaker and Sarabjot Singh (AP Photos)

ନୂଆଦିଲ୍ଲୀ: ଆଜି ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ ଦ୍ବିତୀୟ ପଦକ ଜିତିଛି । 10 ମିଟର ଏୟାର ପିସ୍ତଲ ମିଶ୍ରିତ ବର୍ଗ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ଭାରତର ଷ୍ଟାର ଶୁଟର ଯୋଡ଼ି ମନୁ ଭାକର ଏବଂ ସରବଜୋତ ସିଂହ ଦେଶକୁ ଗର୍ବିତ କରିଛନ୍ତି । ଏହାପରେ ସାରାଦେଶରେ ଉତ୍ସବର ମାହୋଲ । ପ୍ୟାରିସକୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ସମେତ ପୂର୍ବ ଅଲିମ୍ପିଆନ ଗୋଲ୍ଡ ମେଡାଲିଷ୍ଟ ଅଭିନବ ବିନ୍ଦ୍ରା ଏବଂ ବିଭିନ୍ନ ବର୍ଗର ଲୋକେ ସୋସିଆଲ ମିଡିଆରେ ଭାରତୀୟ ଷ୍ଟାର ଶୁଟର ଯୋଡ଼ିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଗର୍ବର ମୁହୂର୍ତ୍ତ କହିଲେ ରାଷ୍ଟ୍ରପତି:-

ଏହି ଦମଦାର ବିଜୟ ସହ ଭାରତକୁ ଦ୍ବିତୀୟ ପଦକ ଦେଇଥିବା ଭାରତୀୟ ଶୁଟର ମନୁ ଭାକର ଓ ସରବଜୋତ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ମୁହୂର୍ତ୍ତକୁ ରାଷ୍ଟ୍ରପତି ଦେଶ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଆଧିକାରିକ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, '10 ମିଟର ଏୟାର ପିସ୍ତଲ ଶୁଟିଂ ମିଶ୍ରିତ ବର୍ଗ ଇଭେଣ୍ଟରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ଅଭିନନ୍ଦନ । ମନୁ ଭାକର ଇତିହାସ ସୃଷ୍ଟି କରିଛନ୍ତି, ସେ ଭାରତର ପ୍ରଥମ ମହିଳା ଶୁଟର ଭାବେ ଗୋଟିଏ ଅଲିମ୍ପିକ ଗେମ୍ସରେ ଦୁଇଟି ପଦକ ଜିତିଛନ୍ତି । ସେ ଆମକୁ ବହୁତ ଗର୍ବିତ କରିଛନ୍ତି । ଭବିଷ୍ୟତରେ ଆହୁରି ଅନେକ ସଫଳତା ପାଇଁ ମୁଁ ମନୁ ଏବଂ ସରବଜତ ସିଂହଙ୍କୁ ଶୁଭେଚ୍ଛା ଜଣାଉଛି ।

ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ:-

ଭାରତକୁ ଦ୍ବିତୀୟ ପଦକ ଭେଟି ଦେଇଥିବା ଷ୍ଟାର ଶୁଟର ମନୁ ଭାକର ଓ ସରବଜୋତ ସିଂହଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ମୋଦି ଲେଖିଛନ୍ତି, "ଆମର ଶୁଟରମାନେ କ୍ରମାଗତ ଭାବରେ ଆମକୁ ଗର୍ବିତ କରୁଛନ୍ତି । ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ଅଭିନନ୍ଦନ । ଉଭୟ ମହାନ କୌଶଳ ଏବଂ ଦଳଗତ କାର୍ଯ୍ୟ ପ୍ରଦର୍ଶନ କରିଛନ୍ତି । ଭାରତ ଅତ୍ୟନ୍ତ ଆନନ୍ଦିତ । ମନୁଙ୍କ ପାଇଁ ଏହା ହେଉଛି ତାଙ୍କର କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ ପଦକ, ଯାହା ତାଙ୍କର ନିରନ୍ତର ଉତ୍କର୍ଷତା ଏବଂ ନିଷ୍ଠାକୁ ଦର୍ଶାଉଛି ।"

ପୂର୍ବ ଅଲିମ୍ପିଆନ୍‌ ଅଭିନବ ବିନ୍ଦ୍ରା ଜଣାଇଲେ ଶୁଭେଚ୍ଛା:-

ଅଲିମ୍ପିକ୍ସରେ ଭାରତର ପୂର୍ବତନ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ଏହି ପଦକ ଜିତିଥିବା ଉଭୟ ଶୁଟରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ମନୁ ଏବଂ ସରବଜୋତ, ତୁମେ ଏହା କରି ଦେଖାଇଛ, ଯାହା ପୂର୍ବରୁ କୌଣସି ଭାରତୀୟ ଶୁଟିଂ ଯୋଡ଼ି କରିପାରିନାହାନ୍ତି । ଭାରତର ପ୍ରଥମ ଅଲିମ୍ପିକ୍ ଶୁଟିଂ ଦଳ ଜିତିଛି ପଦକ । ଏହି ମୁହୂର୍ତ୍ତକୁ ଉପଭୋଗ କର, ଗର୍ବିତ ହୁଅ ଯେ ତୁମେ ଏହାକୁ ଜିତିପାରିଛ ।"

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନ୍ତ୍ରୀ କଲେ ଟ୍ବିଟ୍‌:-

ଭାରତର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ନିଜର ଖୁସି ପ୍ରକାଶ କରି ଏକ୍ସରେ ଲେଖିଛନ୍ତି, "10 ମିଟର ଏୟାର ପିସ୍ତଲ ମିଶ୍ରିତ ଦଳ ଇଭେଣ୍ଟରେ ଭାରତ ପାଇଁ ଏକ ଐତିହାସିକ ବ୍ରୋଞ୍ଜ ପଦକ ଜିତିଥିବାରୁ ମନୁ ଭାକର ଏବଂ ସରବଜୋତ ସିଂଙ୍କୁ ଅଶେଷ ଅଭିନନ୍ଦନ । ତୁମର ଅବିଶ୍ବସନୀୟ ଟିମ୍‌ୱାର୍କ ଦେଶକୁ ଗର୍ବିତ କରିଛି ।"

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ମେଡାଲ; ମନୁ ଭାକର ଓ ସରବଜୋତ ଜିତିଲେ ବ୍ରୋଞ୍ଜ, ଇତିହାସ ରଚିଲେ ମନୁ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.