ETV Bharat / sports

ପ୍ୟାରିସରେ ହେଲା ଚମତ୍କାର ! ଅଲିମ୍ପିକ୍ସ ପଦକ ସହ ଶ୍ରୀମଦଭାଗବତ ଗୀତା ଲିଙ୍କ୍, ମେଡାଲ ଜିତିଲା ପରେ ମନୁ କହିଲେ, ‘ସବୁବେଳେ ଶୁଣେ ଗୀତା ବାଣୀ’ - Manu Bhaker

author img

By ETV Bharat Sports Team

Published : Jul 29, 2024, 9:08 AM IST

Updated : Jul 29, 2024, 9:54 AM IST

Bronze Medalist Manu Bhaker quotes Bhagavad Gita after historic Bronze at Paris Olympics: ଅଲିମ୍ପିକ୍ସ ପଦକ ହାସଲ କରିବା ପଛର କାରଣ କହିଲେ ମନୁ ଭାକର । ଇଭେଣ୍ଟ ସମୟରେ ‘ମୁଣ୍ଡରେ ଚାଲୁଥିଲା ଗୀତା ବାଣୀ’। ଦିନେ ଏୟାର ପିସ୍ତଲ ଛାଡିବାକୁ ଚିନ୍ତା କରିଥିଲେ, ଏବେ ପଦକ ଜିତି ଦେଶକୁ କଲେ ଗୌରବାନ୍ବିତ । ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ଜିତିଥିବା ମନୁ ଭକର କିଏ ? ଜାଣିବା ପାଇଁ ପଢନ୍ତୁ ପୁରା ଖବର

Manu Bhaker
Manu Bhaker (ETV BHARAT ODISHA)

ହାଇଦ୍ରାବାଦ: ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଶୁଟର ମନୁ ଭାକର । ଦେଶକୁ ବିଦେଶରେ ଚମକାଇଥିବାରୁ ଏବେ ଚର୍ଚ୍ଚାରେ ମନୁ । ଟୋକିଓରେ ବନ୍ଧୁକ ଧୋକା ଦେଇଥିଲା, ପ୍ୟାରିସରେ ଭାଗ୍ୟସାଥ ଦେଲା । ଅଧୁରା ସ୍ବପ୍ନକୁ ପୁରଣ କରି 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି 22 ବର୍ଷୀୟ ହରିୟାଣା ସୁଟର । ମେଡାଲ ଜିତିବା ପରେ ଏହା ପଛର କାହାଣୀ କହିଲେ ମନୁ । ଶ୍ରୀମଦଭାଗବତ ଗୀତା ବାଣୀ (ଶ୍ଲୋକ) ଗାନ କରି ମେଡାଲ ହାସଲ କରିଛନ୍ତି । ପ୍ରତିଯୋଗିତା ସମୟରେ ତାଙ୍କ ମୁଣ୍ଡରେ ଗୀତା ଶ୍ଲୋକ ଚାଲୁଥିବା ସେ କହିଛନ୍ତି । ପ୍ୟାରିସରେ ବ୍ରୋଞ୍ଜ ପଦକ ହାସଲ ପରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସମସ୍ତେ ମନୁଙ୍କ ପାଇଁ ଖୁସିରେ ଗଦ ଗଦ ହୋଇ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ମନୁ ଭାକର କିଏ ? କିପରି ଏହି ଇଭେଣ୍ଟରେ କ୍ୟାରିୟର ଗଢିବାକୁ ମନୋ ବଳାଇଲେ ଜାଣନ୍ତୁ ...

Manu Bhaker
Manu Bhaker (AP Photo)

ମନୁଙ୍କ ବ୍ରୋଞ୍ଜ ପଦକ ପଛରେ ଶ୍ରୀମଦ ଭାଗବତ, ମେଡାଲ ଜିତିଲା ପରେ କହିଲେ, ‘ମୁଣ୍ଡରେ ଚାଲୁଥିଲା ଗୀତା ବାଣୀ’:

ପ୍ରଥମ ପଦକ ଭେଟି ଭାରତକୁ ଖୁସି କରିଥିବା ବ୍ରୋଞ୍ଜ କୁଇନ୍ ଭାକର ବିଜୟକୁ ନେଇ ଦେଇଛନ୍ତି ବଡ ମତ । ଭାକର କହିଛନ୍ତି ଫାଇନାଲ ଇଭେଣ୍ଟରେ ଲକ୍ଷ୍ୟ ଥିଲା ଟାର୍ଗେଟ୍ ପଏଣ୍ଟରେ କିନ୍ତୁ ମୁଣ୍ଡରେ ମୋର ଚାଲୁଥିବା ଶ୍ରୀମଦଭାଗବତ ଗୀତା ବାଣୀ । ଦେଶକୁ ଶୁଟିଂରେ ପ୍ରଥମ ମହିଳା ଭାବେ ଅଲିମ୍ପିକ୍ସରେ ପଦକ ଦେଇଥିବା ଭାକର ବିଜୟ ପାଇଁ ଗୀତା ବାଣୀକୁ ଶ୍ରେୟ ଦେଇଥିବା ଖବର ଆସିବା ପରେ ଏହା ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ଭକର ପୋଡିୟମ୍ ଫିନିସ ପରେ ମିଡିଆକୁ ସମ୍ବୋଧନ ସମୟରେ କହିଛନ୍ତି, "ମୁଁ ଗୀତା ବାଣୀକୁ ଅନୁସରଣ କରେ । ମୁଁ ଗୀତା ବାଣୀରେ ପ୍ରଭାବିତ । ମୋର ସଫଳତା ପଛରେ ଶ୍ରୀମଦ ଭାଗବତ ଗୀତାର ବଡ ଭୂମିକା ରହିଛି । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରତି ମୋର ଯଥେଷ୍ଟ ଭକ୍ତି ଅଛି । ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କର୍ମ ଉପରେ ବିଶ୍ବାସ କରିବାକୁ ପରାମର୍ଶ ଦେଉଥିଲେ । ଇଭେଣ୍ଟ ସମୟରେ ମୋ ମନ ଭିତରେ ଏହିସବୁ ଚାଲୁଥିଲା ।''

ଏହା ମଧ୍ୟ ପଢନ୍ତୁ-ଆଜି ଏହି ଇଭେଣ୍ଟରୁ ଆସିବ ମେଡାଲ; ଫାଇନାଲ୍‌ ଖେଳିବେ ରମିତା-ଅର୍ଜୁନ - PARIS OLYMPICS 2024 SCHEDULE

ଟୋକିଓରେ ବିଫଳ, ପ୍ୟାରିସରେ ସଫଳ:

ଟୋକିଓ ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲରେ ଅଂଶ ଗ୍ରହଣ କରିଥିଲେ ମନୁ । ପଦକ ଦାବିଦାର ଥିଲେ ମଧ୍ୟ ଯୋଗ୍ୟତା ପର୍ଯ୍ୟାୟରେ ପିସ୍ତଲ ନଚାଲିବାରୁ ସେ ଫେଲ ମାରିଥିଲେ । ଯାହା ତାଙ୍କୁ ବେଶ ବ୍ୟଥିତ କରିଥିଲା । 2 ପଏଣ୍ଟ ପଛରେ ରହି ଫାଇାନଲରୁ ଗୋଟିଏ ପାଦ ପଛରେ ରହିଯାଇଥିଲେ । ସେଦିନର ଦୁଃଖ ସେ 3 ବର୍ଷ ପର୍ଯ୍ୟନ୍ତ ଭୁଲି ପାରିନଥିଲେ । ଟୋକିଓରେ ଧୋକା ଦେଇଥିଲା ପିସ୍ତଲ କିନ୍ତୁ ପ୍ୟାରିସରେ ସାଥ ଦେଲା ଭାଗ୍ୟ । ସେ ଦିନର ଅଧୁରା ସ୍ବପ୍ନକୁ ଗତକାଲି ପୂରଣ କରିଥିଲେ ମନୁ । 10 ମିଟର ଏୟାର ପିସ୍ତଲରେ ହାସଲ କରିଥିଲେ ବ୍ରୋଞ୍ଜ । ଏନେଇ ସେ କହିଥିଲେ ଯେ, ଟୋକିଓରେ ମୁଁ ନିରାଶ ହୋଇଥିଲି, ଏବେ କିନ୍ତୁ ସେ ସବୁକୁ ବୁଲି ଗର୍ବ କରିବାର ସମୟ ଆସିଛି । ଏ ପଦକ ଭାରତବାସୀଙ୍କ ପାଇଁ ।

ମନୁ ଭାକର କିଏ?:

ସୁଟର ମନୁ ଭାକର ହେଉଛନ୍ତି ହରିୟାଣା ଜିଲ୍ଲାର ଝାଡର ଜିଲ୍ଲାର ଗୋରିଆ ଗ୍ରାମର ବାସିନ୍ଦା । 2002 ଫେବୃଆରୀ 18 ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ହେଉଛନ୍ତି ରାମ କିଶନ ଭାକର ଓ ମାତା ସୁମେଧା ଭାକର । କିଶନ ଭାକର ମର୍ଚାଣ୍ଟ ନାବିରେ ଚିଫ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଶୁଟିଂରେ କ୍ୟାରିୟର ଆରମ୍ଭ କରିବାର ମନୁଙ୍କ କାହାଣୀ ଟିକିଏ ଭିନ୍ନ । ଦିନେ ତାଙ୍କ ପିତାଙ୍କ ସହ ସୁଟିଂ ରେଞ୍ଜ ପରିଦର୍ଶନ କରିବା ସମୟରେ ମନୁ ହଠାତ୍ ଶୁଟିଂ ଆରମ୍ଭ କରିଥିଲେ। ସେ ଟାର୍ଗେଟ କରି ଗୁଳିକୁ ସିଧା ନିଶାନା କରିଥିଲେ, ଏହା ପରେ ତାଙ୍କ ପିତା ତାଙ୍କୁ ସୁଟିଂ କରିବାକୁ ଉତ୍ସାହିତ କରିଥିଲେ । ଝିଅକୁ ଏକ ବନ୍ଧୁକ କିଣି ବାପା ଦେଇଥିଲେ। ଏହା ପରେ କୋଚ ଯଶପାଲ ରଣା ମନୁଙ୍କୁ ଶୁଟିଂର କୌଶଳ ଶିଖାଇଥିଲେ।

ଅଲରାଉଣ୍ଡର ମନୁ:

ସୁଟିଂରେ ମାହିର ଥିବା ମନୁ ପୂର୍ବରୁ କରାଟେ, ସ୍କେଟିଂ, ସନ୍ତରଣ ଏବଂ ଟେନିସଖେଳିଥିଲେ । ମନୁ କରାଟେରେ ଜାତୀୟ ସ୍ତରରେ ପଦକ ମଧ୍ୟ ହାସଲ କରିଛନ୍ତି । ସେହିପରି ସ୍କେଟିଂରେ ରାଜ୍ୟ ପଦକ ଜିତିଛନ୍ତି। ସ୍କୁଲରେ ପଢିବା ସମୟରେ ସନ୍ତରଣ ଓ ଟେନିସରେ ମଧ୍ୟ ଭାଗ ନେଉଥିଲେ।

Manu Bhaker
Manu Bhaker (ETV BHARAT)

ମନୁଙ୍କ ପରିବାରରେ ଖୁସିର ଲହରି:

ମନୁ ଅଲିମ୍ପିକ୍ସରେ ପଦକ ହାସଲ କରିବା ପରେ ପୁରା ଦେଶ ସମେତ ହରିୟାଣାବାସୀ ଖୁସିରେ ଝୁମି ଉଠିଛନ୍ତି । ଝିଅର ବିଜୟ ପରେ ପରିବାରରେ ଖୁସି କହିଲେ ନସରେ । ମନୁଙ୍କ ମାଆ କହିଛନ୍ତି ଯେ, ପ୍ୟାରିସ ଅଲିମ୍ପିକ୍ସରେ ଝିଅ ବ୍ରୋଞ୍ଜ ପଦକ ଜିତିବାରେ ଆମେ ବହୁତ ଖୁସି । ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଆମେ ଆହୁରି ଖୁସି ହୋଇଥାଆନ୍ତୁ । କିନ୍ତୁ ବ୍ରୋଞ୍ଚ ପଦକ ଜିତି ସେ ଇତିହାସ ସୃଷ୍ଟି କରିଛି । ତା ପାଇଁ ଆଜି ସାରା ଦେଶ କର୍ବିତ । ମୋ ଝିଅ ମୋର ସ୍ବପ୍ନ ପୂରଣ କରିଛି । ଅଲିମ୍ପିକ୍ସରେ ପଦକ ଜିତିବା ପ୍ରତି ପିତା ମାତାଙ୍କର ସ୍ବପ୍ନ ଥାଏ ।

Manu Bhaker
Manu Bhaker (Manu BhETV BHARATaker)

10 ମିଟର ଏୟାର ରାଇଫଲ ଫାଇନାଲ ଇଭେଣ୍ଟରେ 221.7 ପଏଣ୍ଟ ଶୁଟ କରିଥିଲେ ମନୁ ଭାକର । ଫାଇନାଲ ଇଭେଣ୍ଟର ପ୍ରଥମ ରାଉଣ୍ଡରେ ଭକର ସଂଘର୍ଷ କରଥିଲେ । ଟପ୍ -3ରେ ଆସି ନଥିଲେ । କିନ୍ତୁ ପରେ ହୋଇଥିଲା ଚମତ୍କାର । ପରବର୍ତ୍ତୀ ଇଭେଣ୍ଟରେ ଅବିଶ୍ବସନୀୟ ଶୁଟ୍ କରିଥିଲେ ଭାକର । ଆଉ ଏଣ୍ଟ୍ରି କରିଥିଲେ ଟପ୍ -3ରେ । କୋରିଆନ୍ ସୁଟରଙ୍କ ପଛରେ ରହି ବ୍ରୋଞ୍ଜ ଜିତିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2024, 9:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.