ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ ଜାଭେଲିନ କ୍ରେଜ୍ କିଶୋର : ଅଗଷ୍ଟ ୬ରେ ଅଭିଯାନ, ଭଲିରୁ କ୍ୟାରିୟର-ଜାଭେଲିନରେ କେମିତି କଲେ କ୍ଲିକ୍ ! - KISHORE IN PARIS OLYMPICS 2024

Paris Olympics 2024 Javelin Star Kishore Jena : ଏଥର ସମର ଅଲିମ୍ପିକ୍ସରେ ଚମକିବେ କି ଓଡ଼ିଆ ପୁଅ ? ଜାଭେଲିନରେ ଦେଶ ପାଇଁ ଆଣିବେ କି ପଦକ ? ଏସିଆନ ଗେମ୍ସରେ ମେଡାଲ ସହ ରେକର୍ଡ କରିଥିବା ଏହି ଆଥଲେଟ ପ୍ୟାରିସରେ କରିବେ କି ଜବରଦସ୍ତ ପରଫରମାନ୍ସ ? ଓଡ଼ିଆ ଆଥଲେଟ୍ କିଶୋର ଜେନାଙ୍କୁ ନେଇ ଉତ୍ସାହିତ ପରିବାର, ଉତ୍କଣ୍ଠାରେ ସାଙ୍ଗ ସାଥୀ, ଉତ୍ସବ ମନାଇବା ପାଇଁ ପ୍ରସ୍ତୁତିରେ ଗାଁ ଲୋକ, ଅନାଇ ବସିଛି ସାରା ଓଡ଼ିଶା । କିଶୋରଙ୍କ ପୁରୀରୁ ପ୍ୟାରିସ ଯାତ୍ରା, ସଂଘର୍ଷ ଏବଂ ସଫଳତାକୁ ନେଇ ଏହି ରିପୋର୍ଟ ।

author img

By ETV Bharat Odisha Team

Published : Jul 26, 2024, 1:50 PM IST

Updated : Jul 26, 2024, 2:24 PM IST

KISHORE JENA
KISHORE JENA (ETV BHARAT ODISHA)
KISHORE JENA (ETV BHARAT ODISHA)

ପୁରୀ (ଓଡ଼ିଶା) : ଆଜିଠାରୁ ଆରମ୍ଭ ହେଉଛି ବିଶ୍ବ କ୍ରୀଡା ମହାକୁମ୍ଭ ପ୍ୟାରିସ ଅଲିମ୍ପିକ୍ସ । ପ୍ୟାରିସରେ ଏକାଠି ହୋଇଛନ୍ତି ବିଶ୍ବର ଉଦୀୟମାନ ଖେଳାଳି । ମେଡାଲ ପାଇଁ ଆରମ୍ଭ ଲଢେଇ । ଦେଶରେ ନାମକୁ ବିଦେଶରେ ଗର୍ବିତ କରାଇବାକୁ ପ୍ରସ୍ତୁତ ଅଲିମ୍ପିଆନ୍ସ । ଏଥର ଭାରତରୁ 117 ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ଓଡି଼ଆ ଖେଳାଳି । ହକିରେ ଅମିତରୋହି ଦାସ ଏବଂ ଜାଭେଲିନରେ କିଶୋର ଜେନା । କିଏ ଏହି କିଶୋର ? କେମିତି ଆରମ୍ଭ ହୋଇଥିଲା ତାଙ୍କର କ୍ରୀଡ଼ା ଯାତ୍ରା ? ପୁରୀରୁ କିପରି ପହଞ୍ଚିଲେ ପ୍ୟାରିସ ?

କୋଠସାହୀର କିଶୋର:

KISHORE JENA
KISHORE JENA (ETV BHARAT ODISHA)

ଓଡ଼ିଶା ପୁରୀ ଜିଲ୍ଲା ବ୍ରହ୍ମଗିରିର କୋଠସାହି ଗାଁ । 1995 ମସିହା ସେପ୍ଟେମ୍ବର 6 ତାରିଖ । 7 ଝିଅ ପରେ ପରିବାରକୁ ଆସିଲା ପୁଅ । ବାପା କେଶବ ଜେନା ଓ ମାଆ ହରପ୍ରିୟାଙ୍କ ଖୁସି କହିଲେ ନସରେ । ଉତ୍ସବ ମନାଇଥିଲେ ଗାଁ ଲୋକ ।... ବିତିଛି 29 ବର୍ଷ, ଏବେ ଆଉ ଏକ ବଡ଼ ଖୁସି ଅପେକ୍ଷାରେ ବାପା ମାଆ, ପରିବାର, ସାଙ୍ଗସାଥୀ, ସାହି ପଡ଼ିଶା । ଏ ଖୁସି କେବଳ ଏଇଠି ସୀମିତ ନୁହେଁ, ଅପେକ୍ଷା କରିଛି ଓଡ଼ିଶା ଏବଂ ଅପେକ୍ଷା କରିଛି ପୂରା ଦେଶ । ପୁରୀ କୋଠସାହୀର କିଶୋର ଯାଇଛି ସୁଦୂର ପ୍ୟାରିସ । ପ୍ୟାରିସରେ ଅନୁଷ୍ଠିତ ହେଉଛି ୩୩ତମ ଅଲିମ୍ପିକ୍ସ । ଆଉ ଜାଭେଲିନ ଇଭେଣ୍ଟରେ ଭାଗ ନେଉଛନ୍ତି କିଶୋର ।

କିଶୋର କ୍ରେଜ୍:

କିଶୋର ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନପରଠାରୁ ଆମମ୍ଭ ହୋଇଯାଇଥିଲା ସେଲିବ୍ରେସନ । ପରିବାର ଲୋକ ଯେତେ ଖୁସି, ତାଠାରୁ ଅଧିକ ଖୁସି ଗାଁ ଲୋକ । ଏଥର ମଧ୍ୟ ସେ ମେଡାଲ ଜିତିବେ ବୋଲି ସମସ୍ତଙ୍କ ଆଶା । କିଶୋରଙ୍କ ଦାଦା ସନ୍ନ୍ୟାସୀ ଜେନାଙ୍କ ଉତ୍ସାହ କହିଲେ ନସରେ । ସନ୍ନ୍ୟାସୀଙ୍କ କହିବା ହେଲା, ''କିଶୋର ଅଲମ୍ପିକ୍ସରେ ସଫଳତା ପାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି । ପୋଲାଣ୍ଡରେ ପ୍ରଶିକ୍ଷଣ ନେଇଛନ୍ତି । ଜାଭେଲୀନରେ ନିଜର ରେକର୍ଡକୁ ନିଜେ ଅତିକ୍ରମ କରି ଚାଲିଛନ୍ତି । ସେ ନିଶ୍ଚିତ ସମର ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବେ । କିଛିଦିନ ତଳେ ମୁଁ କିଶୋର ସହ ଫୋନରେ କଥା ହୋଇଥିଲି। ଅଲିମ୍ପିକ୍ସ ପାଇଁ ସେ ବେଶ୍ କଡ଼ା ପ୍ରଶିକ୍ଷଣ ନେଉଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ କିଶୋର ଅଲିମ୍ପିକ୍ସ ମେଡାଲ ଜିତି ଦେଶ ଓ ରାଜ୍ୟ ପାଇଁ ନିଶ୍ଚିତ ଗୌରବ ଆଣିବ । ଦିନକୁ ସେ 11 ଘଣ୍ଟା ଅଭ୍ୟାସ କରିବା ସହ ପ୍ରଶିକ୍ଷଣ ନେଉଛି । ''

ଚାକିରି ପାଇଁ କ୍ରୀଡ଼ାକୁ ଆସିଥିଲେ କିଶୋର :

KISHORE JENA
KISHORE JENA (ETV BHARAT ODISHA)

କିଶୋରଙ୍କ ସମ୍ପର୍କୀୟ ଭଉଣୀ ଇତିଶ୍ରୀ କହିଛନ୍ତି, '' କିଶୋର ଚାକିରି ପାଇବା ଆଶାରେ ଖେଳକୁ ଆପଣାଇ ଥିଲେ। କ୍ରୀଡା ସାର୍ଟିଫିକେଟରେ ସେ ଚାକିରି ପାଇଥିଲେ । ପରେ ଖେଳରେ ସେ ଆହୁରି ମନୋନିବେଶ କରିଥିଲେ । କିଶୋର ଖେଳରେ ଏତେ ସଫଳତା ପାଇବ ବୋଲି କେହି ଆଶା ରଖି ନଥିଲେ । ସେ ବହୁତ ଜିଦ୍ ଖୋର୍। ସେହି ଜିଦ୍ ଖୋର ଗୁଣ ଯୋଗୁଁ ସେ ପ୍ରତ୍ୟେକ କ୍ରୀଡା ଇଭେଣ୍ଟରେ ନୂଆ ନୂଆ ରେକର୍ଡ କରି ଚାଲିଛନ୍ତି । ଅଲିମ୍ପିକ୍ସରେ କିଶୋର ନିଶ୍ଚିତ ମେଡାଲ ପାଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ।"

ଭଲିରୁ କ୍ୟାରିୟର, ଜାଭେଲିନରେ କ୍ଲିକ୍:

କିଶୋର ପିଲାଟି ବେଳୁ ଖେଳପ୍ରିୟ ଥିଲେ । ସବୁ ବେଳେ କିଛି ନା କିଛି ଖେଳ ଖେଳୁଥିଲେ । ଭଲିରୁ ଆରମ୍ଭ ହୋଇଥିଲା ତାଙ୍କ କ୍ୟାରିୟର । କିଶୋରଙ୍କ ପିଲାଦିନ ବନ୍ଧୁ ରାକେଶ କୁମାର ଜେନା କୁହନ୍ତି, '' କିଶୋରଙ୍କର ପିଲାଦିନରୁ ବିଭିନ୍ନ ଖେଳ ପ୍ରତି ଦୁର୍ବଳତା ଥିଲା । ସେ କବାଡ଼ି, କ୍ରିକେଟ, ଭଳି ଖେଳ ପିଲା ଦିନେ ଖେଳୁଥିଲେ । ଭଲିକୁ ପ୍ରଥମେ କ୍ୟାରିଅର କରିଥଲେ କିଶୋର । ପରେ ଜାଭେଲିନକୁ କ୍ୟାରିୟର କରି ଆଗକୁ ଗଲେ । କିଶୋର ଯେଭଳି ନିଷ୍ଠାପର ଖେଳି ଚାଲିଛି, ଚଳିତ ଅଲିମ୍ପିକ୍ସରେ ସେ ନିଶ୍ଚତ ମେଡାଲ ଜିତିବ ।''

କଳିଙ୍ଗ ଷ୍ଟାଡିୟମ ଓ କିଶୋର:

Kishore Jena
Kishore Jena (ETV BHARAT ODISHA)

2015 ମସିହାରୁ କିଶୋର ଜାଭେଲିନ ଥ୍ରୋରେ ସାମିଲ ହୋଇଥିଲା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଥିଲା କିଶୋରଙ୍କ କ୍ରୀଡ଼ା କ୍ୟାରିୟରର ଏନ୍ତୁଡ଼ିଶାଳ । ଏଇଠୁ ଆରମ୍ଭ ହୁଏ କିଶୋରଙ୍କ ଅଭ୍ୟାସ । ଏହାପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଜିଲ୍ଲା ସ୍ତରରୁ, ରାଜ୍ୟ ସ୍ତରୀୟ, ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇ ପଦକ ହାସଲ କରିଥିଲେ । 2023 ଜୁନରେ ଭୁବନେଶ୍ୱରରେ ହେଇଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ କିଶୋର ରୌପ୍ୟ ପଦକ ଜିତିଥିଲେ । ସେହିପରି 2023 ରେ ବୁଦାପେଷ୍ଟ ଅନୁଷ୍ଠିତ ବିଶ୍ୱ ଆଥଲେଟିକ ଚମ୍ପିଆନସିପରେ ପଞ୍ଚମ ସ୍ଥାନ ହାସଲ କରିଥିଲେ। 84.77 ମିଟର ସେ ଜାଭେଲିନ ଫିଙ୍ଗି ନିଜର ସବୁଠୁ ଭଲ ରେକର୍ଡ କରିଥଲେ । ଗତ 2023 ଅକ୍ଟୋବର 4 ତାରିଖରେ ଚୀନରେ ଅନୁଷ୍ଠିତ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ । ସେଠାରେ ତାଙ୍କର ବ୍ୟକ୍ତିଗତ ରେକର୍ଡ ଥ୍ରୋ ଥିଲା 87.54 ମିଟର ।

ପ୍ୟାରିସ୍ ପଦକ ଲକ୍ଷ୍ୟରେ କିଶୋର :

Kishore Jena
Kishore Jena (ETV BHARAT ODISHA)

ଜୁଲାଇ ୨୬ରୁ ଆରମ୍ଭ ହୋଇଛି ପ୍ୟାରିସ ଅଲିମ୍ପିକ୍ସ । ଅଗଷ୍ଟ 6 ତାରିଖରେ ଅଲିମ୍ପିକ୍ସରେ ଜାଭେଲିନ ଇଭେଣ୍ଟ । ଏହା ଉପରେ ରାଜ୍ୟ ସମେତ ସାରା ବିଶ୍ବର ନଜର । କିଶୋର କୁମାର ପ୍ୟାରିସ ଟ୍ରାକରେ ଚମକି ମେଡାଲ ପକ୍କା କରିବା ନେଇ ପରିବାର ଲୋକ ଆଶାବାଦୀ ଥିବାବେଳେ ସେ ନିଜକୁ ପ୍ରସ୍ତୁତ କରିଛନ୍ତି । ମାସ ମାସ ଧରି ଟ୍ରେନିଂ ନେଇଥିଲେ କିଶୋର । ଏବେ ପରୀକ୍ଷାର ସମୟ ଆସିଛି । ଏସୀୟ କ୍ରୀଡାରେ ପଦକ ହାସଲ କରିଥିବା ବେଳେ ଅଲିମ୍ପିକ୍ସରେ ମଧ୍ୟ ପଦକ ଆଣିବା ନେଇ ଆଶା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକରେ ପ୍ରଥମ ବ୍ୟକ୍ତିଗତ ପଦକ ଜିତିବେ କି କିଶୋର ଜେନା; ଜାଣନ୍ତୁ କେତେ ପ୍ରସ୍ତୁତ, କିଏ ଦେବେ ଚ୍ୟାଲେଞ୍ଜ ? ଓଡିଆ ପୁଅ କହିଲେ ବେଷ୍ଟ ଦେବି - Kishore Jena on Paris Olympics

ଜାଭେଲିନ ପୂର୍ବରୁ ଭଲିବଲ ଖେଳୁଥିଲେ କିଶୋର:

କିଶୋର ଜାଭେଲିନ ଥ୍ରୋରେ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ସେ ଭଲିବଲ ଖେଳୁଥିଲେ । କଳିଙ୍ଗ ଷ୍ଟାଡିୟମରେ ଜାଭେଲିନ କୋଚ ତାଙ୍କୁ ଜାଭେଲିନରେ ଖେଳିବାକୁ ପରାମର୍ଶ ଦେବା ପରେ କିଶୋର ଏହି କ୍ରୀଡାରେ ଯୋଗ ଦେଇଥିଲେ । ପରେ ଅଦମ୍ୟ ନିଷ୍ଠା, ପରିଶ୍ରମ ଯୋଗୁଁ ଜଣେ ସଫଳ ଜାଭେଲିନ ଖେଳାଳି ଭାବେ ସାରା ବିଶ୍ବରେ ପରିଚିତ ହୋଇପାରିଛନ୍ତି । କିଶୋର ଏବେ CISF ଅଧିନରୋ ଚାକିରି କରୁଛନ୍ତି । ଜଣେ ଚାଷୀ ଘରର ପୁଅ ହୋଇ କେମିତି ସଫଳତା ହାସଲ କରି ହୁଏ ତାହା ସେ ପ୍ରମାଣତି କରିଛନ୍ତି । କିଶୋର ଏବେ କୋଟି କୋଟି ଯୁବପିଢ଼ିଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।

କିଶୋରଙ୍କ ଟର୍ଣ୍ଣିଂ ପଏଣ୍ଟ:

Kishore Jena
Kishore Jena (ETV BHARAT ODISHA)

ନୀରଜ ଚୋପ୍ରା ଯେତେବେଳେ 2020 ଟୋକିଓ ଅଲିମ୍ପକରେ ସ୍ବର୍ଣ୍ଣ ଜିତିଥିଲେ ତାଙ୍କୁ ଦେଖି ଜାଭେଲିନ ପ୍ରତି ଅଧିକ ମନୋବଳାଇଥିଲେ କିଶୋର । ଏହା ତାଙ୍କ ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ । ଜାଭେଲିନରେ ହିଁ ଆଗକୁ ବଢିବି ବୋଲି ନିଷ୍ପତ୍ତି ନେଇଥିଲେ । ଏହା ପରେ ସିଆଇଏସଏଫ୍ କୋଚ ତାଙ୍କୁ ଆଗକୁ କପିରି ଯିବେ ତାହା ପରାମର୍ଶ ଦେଇଥିଲେ । 75 ମିଟର ଜାଭଲିନ ଫୋପାଡି ପାରିଲେ ନ୍ୟାସନାଲ କ୍ୟାମ୍ପକୁ ଚୟନ ହୋଇପାରିବେ ବୋଲି କୋଚ୍, କିଶୋରଙ୍କୁ କହିଥିଲେ । ପ୍ରଥମ ଥ୍ରୋରେ ଜାଭଲିନକୁ 76.4 ମିଟର ଫୋପାଡି କ୍ୟାମ୍ପକୁ ଚୟନ ହୋଇଥିଲେ । ଶ୍ରୀଲଙ୍କାରେ ବଦଳିଥିଲା କିଶୋରଙ୍କ ଭାଗ୍ୟ । ସେଠାରେ 84.38 ମିଟର ଜାଭଲିନ ଥ୍ରୋ କରିଥିଲେ କିଶୋର । ଏହା ପରେ କିଶୋର ଜେନା 2022 ଏସିଆନ ଗେମ୍ସ ଏବଂ 2023 ଓ୍ବାର୍ଲ୍ଡ ଚାମ୍ପିଆନସିପରେ ଭାଗ ନେଇ ପ୍ୟାରିସ ଅଲିମ୍ପିକ୍ସ 2024 ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । କିଶୋର ଓ୍ବାର୍ଲ୍ଡ ଚମ୍ପିଆନସିପରେ 84.77 ମିଟର ଜାଭେଲିନ ଫୋପାଡି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏପରିକି ଏସିଆନ ଗେମ୍ସରେ ମଧ୍ୟ 87.54 ମିଟର ଜାଭଲିନ ଫୋପାଡିଥିଲେ କିଶୋର ।

ଏସିଆନ ଗେମ୍ସରେ ରୌପ୍ୟ ଜିତିଥିଲେ କିଶୋର । ଏଥର ସମର ଅଲିମ୍ପିକ୍ସରେ କରୁଛନ୍ତି ଡେବ୍ୟୁ । ପଦକ ପାଇଁ ଦିନ ରାତି ଏକ କରି ଦେଇଛନ୍ତି କିଶୋର । ଅଗଷ୍ଟ ୬ ତାରିଖକୁ ଅପେକ୍ଷା । ଅଲିମ୍ପିକ୍ସରେ ଅଭିଯାନ ଆରମ୍ଭ କରିବେ ଓଡ଼ିଆ ପୁଅ କିଶୋର । ପୁଅ ମେଡାଲ ଜିତି ଫେରିବ ବୋଲି ପରିବାର ଆଶା ରଖିଥିବା ବେଳେ, ପ୍ୟାରିସରେ ଇତିହାସ ରଚିବେ କି କିଶୋର ? ତା ଉପରେ ରହିଛି କ୍ରୀଡ଼ା ପ୍ରେମୀ ଏବଂ ଫ୍ୟାନଙ୍କ ନଜର ।

ଇଟିଭି ଭାରତ, ପୁରୀ

Last Updated : Jul 26, 2024, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.