ETV Bharat / sports

କାହିଁକି ସ୍ବର୍ଣ୍ଣ ଜିତି ପାରିଲେନି ନୀରଜ ? ପ୍ରତିକ୍ରିୟାରେ କଲେ ଖୁଲାସା, ମା’ କହିଲେ ପୁଅର ସିଲଭର ମେଡାଲ ମୋ ପାଇଁ ଗୋଲ୍ଡ - Paris Olympics 2024

author img

By ETV Bharat Sports Team

Published : Aug 9, 2024, 8:28 AM IST

Updated : Aug 9, 2024, 8:46 AM IST

Neeraj Chopra First Reaction: ସିଲଭର ମେଡାଲ ଜିତିବା ପରେ ପ୍ରଥମ ପ୍ରତିକ୍ରିୟା ରଖିଲେ ନୀରଜ ଚୋପ୍ରା । କାହିଁକି ଅର୍ଶଦକଙ୍କ ପଛରେ ରହିଲେ ତାର କାରଣ କହିଲେ । ଆଗକୁ ଭଲ ପ୍ରଦର୍ଶନ କରିବା ନେଇ ମତ ରଖିଲେ । ଅଧିକ ପଢନ୍ତୁ

Neeraj Chopra
Neeraj Chopra ((IANS PHOTO))

ପ୍ୟାରିସ (ଫ୍ରାନ୍ସ): ଟୋକିଓ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କ ମେଡାଲ ରଙ୍ଗ ପ୍ୟାରିସ ଅଲିମ୍ପିକ୍ସରେ ପରିବର୍ତ୍ତନ ହୋଇଛି । ପୁରୁଷ ଜାଭେନିଲରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡିଛି । ସ୍ବର୍ଣ୍ଣ ଆଣିନଥିଲେ ମଧ୍ୟ ଚଳିତ ଅଲିମ୍ପିକ୍ସରେ ଭାରତକୁ ଏକ ମାତ୍ର ଖେଳାଳି ଭାବେ ସିଲଭର ମେଡାଲ ଭେଟି ଦେଇଛନ୍ତି । ମେଡାଲ ଜିତିବା ପରେ ନୀରଜଙ୍କ ପ୍ରଥମ ପ୍ରିତକ୍ରିୟା ସାମ୍ନାକୁ ଆସିଛି । ରୌପ୍ୟ ପଦକ ପାଇ ସେ ବେଶ ଖୁସି ଥିବା କହିବା ସହ ବର୍ତ୍ତମାନ ଥ୍ରୋରେ ଉନ୍ନତି କରିବାର ସମୟ ଆସିଛି ବୋଲି କହିଛନ୍ତି । ଏଥି ସହ କାହିଁକି ସ୍ବର୍ଣ୍ଣ ପଦକ ଜିତିପାରିଲେ ନାହିଁ ତାର କାରଣ ମଧ୍ୟ କହିଛନ୍ତି ନରଜ । ତେବେ ପାକିସ୍ତାନୀ ଜାଭଲିନ ଥ୍ରୋୟର ଅସରଦ ନଦିମଙ୍କର ଆଜି ଦିନ ଥିବା ବୋଲି କହିଛନ୍ତି ନୀରଜ ।

'ଥ୍ରୋରେ ଉନ୍ନତି କରିବାର ସମୟ ଆସିଛି' : ପ୍ରତିକ୍ରିୟାରେ ନୀରଜ କହିଛନ୍ତି, ''ଯେତେବେଳେ ଆମେ ଦେଶ ପାଇଁ ପଦକ ଜିତୁ ଆମକୁ ଖୁସି ଲାଗେ । ବର୍ତ୍ତମାନ ଥ୍ରୋରେ ଉନ୍ନତି କରିବାର ସମୟ ଆସିଛି । ଆହତ ସମସ୍ୟା ଉପରେ କାମ କରିବାରେ ଅଛି । ଯାବାହି ଦୁର୍ବଳତା ରହିଛି ତାକୁ ଟିମ୍‌ ସହ ବସି ଆଲୋଚନା କରିବାକୁ ପଡିବ । ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ ଭଲ ରହିଛି । ଗୋଲ୍ଡ, ସିଲଭର ଓ ବ୍ରୋଞ୍ଜ ସହ କମ୍ପେୟାର ନକରିବ ଭଲ । ଖେଳରେ ପରିବର୍ତ୍ତନ ଆସେ । ମେଡାଲ ସଂଖ୍ୟା ବଢିବ କମିବ । କିନ୍ତୁ ଆଗକୁ ନିଶ୍ଚିନ୍ତ ମେଡାଲ ସଂଖ୍ୟା ବଢିବ ।''

ନୀରଜଙ୍କ ଲକ୍ଷ୍ୟ ଭ୍ରଷ୍ଟ କଲା ଆହତ ସମସ୍ୟା : ନୀରଜ କହିଛନ୍ତି, ''ପ୍ରତିଯୋଗୀତା ବହୁତ ଭଲ ଥିଲା । ପ୍ରତି ଖେଳାଳିଙ୍କ ଦିନ ଥାଏ । ଆଜି ଅର୍ଶଦ ନଦୀମଙ୍କ ଦିନ ଥିଲା । ଟୋକିଓ ଓ ଏସିୟାନ ଗେମ୍ସରେ ମୋର ଦିନ ଥିଲା । ପ୍ରତି ଖେଳାଳିଙ୍କ ବେଷ୍ଟ ପ୍ରଦର୍ଶନର ଦିନ ଥାଏ । ଯେମିତି ଅର୍ଶଦର ରହିଥିଲା । ମୋର ବି ପ୍ରଦର୍ଶନ ଭଲ ଥିଲା, କିନ୍ତୁ ଆହତ ଯୋଗୁଁ ମୋର ଫୋକସ ସେଇଠି ଥିଲା । ଏହାକୁ ଠିକ କରି ଯେଉଁ ଫୋକସ ଆହତ ଉପରେ ରହୁଛି ତାହା ଖେଳ ଉପରେ ରହିବା ଆବଶ୍ୟକ । ସବୁ କିଛି ଠିକ ହୋଇଗଲେ ବେଷ୍ଟ ଥ୍ରୋ ଦେବି ।''

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସରେ ରୌପ୍ୟ ଆଣିଲେ ନୀରଜ, ଜାଭେଲିନରେ ସ୍ବର୍ଣ୍ଣ ନେଇଗଲା ପାକିସ୍ତାନ - Paris Olympics 2024

'ଆଜି ମୋର ଦିନ ନଥିଲା': ବିଶ୍ବ ଦରବାରରେ ଜାତୀୟ ସଙ୍ଗୀତ ବାଜୁ ବୋଲି ସମସ୍ତଙ୍କର ଇଚ୍ଛା ଥାଏ, ମୋର ବି ଇଚ୍ଛା ଥିଲା । ସମସ୍ତଙ୍କର ଆଶା ମୁଁ ସବୁ ବେଳେ ପୂରଣ କରିଛି । କିନ୍ତୁ ଏହା ଖେଳ, ଗ୍ରହଣ କରିବାକୁ ପଡିବ ଆଜି ମୋର ଦିନ ନଥିଲା । କିନ୍ତୁ ଆଗକୁ ମୋର ଦିନ ଭଲ ରହିବ । ଆଜି ମୋର ଦିନ ନଥିଲା ଯେଉଁଥି ପାଇଁ ଜାତୀୟ ସଙ୍ଗୀତ ବିଶ୍ବ ଦରବାର ଶୁଣିବାକୁ ମିଳିଲା ନାହିଁ । ଆଗକୁ ସୁଯୋଗ ମିଳିଲେ ପୁଣି ଦେଶକୁ ଗର୍ବିତ କରାଇବି । ପ୍ୟାରିସରେ ନହେଲା ନାହିଁ ଅନ୍ୟ କେଉଁଠି ହେବ ।

ନୀରଜଙ୍କ ପରିବାରରେ ଖୁସିର ମାହୋଲ: ସୁନା ନଜିତି ରୂପା ଜିତିଥିଲେ ମଧ୍ୟ ନୀରଜଙ୍କ ପରିବାର ପୁଅର ପ୍ରଦର୍ଶନକୁ ନେଇ ଖୁସି ଅଛନ୍ତି । ସିଲଭର ବି ଗୋଲ୍ଡ ପରି ଲାଗୁଛି ବୋଲି ନୀରଙ୍କ ମାଆ କହିଛନ୍ତି । ଆହତ ଥାଇବି ତାର ପ୍ରଦର୍ଶନ ଭଲ ରହିଛି । ପ୍ରତି ଖେଳାଳିଙ୍କ ଦିନ ଥୀଏ ଆଜି ଅର୍ଶଦର ଦିନ ଥିଲା, ପୁଅ ରୂରା ଜିତିଥିବାରୁ ଖୁସି ବୋଲି ନୀରଜଙ୍କ ବାପା କହିଛନ୍ତି । ଗତକାଲି ଅଲିମ୍ପିକ୍ସରେ ଖେଳାଯାଇଥିବା ପୁରୁଷ ଜାଭେଲିନ ଇଭେଣ୍ଟରେ 89. 45 ମିଟର ଜାଭେଲିନ ଥ୍ରୋ କରି ସିଲଭର ମେଡାଲ ଜିତିଥିଲେ ନୀରଜ। ଏପଟେ ନୀରଜଙ୍କ ମା’ କହିଛନ୍ତି ଏହି ରୌପ୍ୟ ପଦକ ମୋ ପାଇଁ ସ୍ବର୍ଣ୍ଣ ପଦକ । ନୀରଜ ଆସିଲେ ତାର ସ୍ପେଶାଲ୍ ଖାଇବା ତା ପାଇଁ ତିଆରି କରି ।

Last Updated : Aug 9, 2024, 8:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.