ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ହାତରୁ ଖସିଗଲା ସ୍ବର୍ଣ୍ଣ; ତଥାପି ଏହି ଦମଦାର ରେକର୍ଡ କଲେ ନୀରଜ ଚୋପ୍ରା - Paris Olympics 2024

author img

By ETV Bharat Sports Team

Published : Aug 9, 2024, 12:59 PM IST

Paris Olympics 2024 Javelin Throw : ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିବା ଆଶା ଭାଙ୍ଗି ଯାଇଛି । ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଏଥର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ହେଲେ ଏହା ସତ୍ତ୍ବେ ଏକାଧିକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ନୀରଜ ଚୋପ୍ରା । ଅଧିକ ପଢ଼ନ୍ତୁ

Paris Olympics 2024 Javelin Throw
Paris Olympics 2024 Javelin Throw (AP Photo)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଗୁରୁବାର ପୁରୁଷ ଜାଭେଲିନ୍ ଥ୍ରୋ ଇଭେଣ୍ଟର ଫାଇନାଲ୍‌ରେ ଲଗାତାର ଦ୍ବିତୀୟ ଥର ପାଇଁ ଭାରତର ସୁନା ପୁଅ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିବେ ବୋଲି 140 କୋଟି ଦେଶବାସୀ ଆଶା କରିଥିଲେ । କିନ୍ତୁ, ଗତକାଲି ନୀରଜଙ୍କ ଦିନ ନଥିଲା ଏବଂ ତାଙ୍କ ହାତରୁ ସ୍ବର୍ଣ୍ଣ ପଦକ ଖସିଗଲା । ପାକିସ୍ତାନର ଅର୍ଶଦ ନାଦିମ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗି 92.97 ମିଟର ଦୂରକୁ ଜାଭେଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ତେବେ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବା ସତ୍ତ୍ବେ 26 ବର୍ଷୀୟ ଭାରତୀୟ ଆଥଲେଟ୍ ନୀରଜ ଚୋପ୍ରା ଏଭଳି ସଫଳତା ହାସଲ କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଆଥଲେଟ୍ କରିପାରି ନାହାଁନ୍ତି ।

ଟ୍ରାକ୍‌ ଆଣ୍ଡ ଫିଲ୍ଡରେ 2ଟି ମେଡାଲ ଜିତିଥିବା ପ୍ରଥମ ଭାରତୀୟ :-

ଭାରତର ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ପଦକ ଆଶା ଭାଙ୍ଗି ଯାଇଥିଲା ସତ, ହେଲେ ସେ ରୌପ୍ୟ ପଦକ ଜିତି ମଧ୍ୟ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି । ନୀରଜ ଅଲିମ୍ପିକ୍ସରେ ନିଜର ଶ୍ରେଷ୍ଠ ଥ୍ରୋ 89.45 ମିଟରକୁ ଜାଭେଲିନ ଫିଙ୍ଗି ରୌପ୍ୟ ପଦକ ଜିତିଥିଲେ ଏବଂ ଟ୍ରାକ ଏବଂ ଫିଲ୍ଡରେ କ୍ରମାଗତ ଦ୍ବିତୀୟ ଅଲିମ୍ପିକ୍ସ ପଦକ ଜିତିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ । ଏହା ପୂର୍ବରୁ ଟୋକିଓ ଅଲିମ୍ପିକ୍ସ 2021ରେ ନୀରଜ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ବର୍ତ୍ତମାନ ସେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି ।

କ୍ରମାଗତ ଅଲିମ୍ପିକ୍ସରେ ମେଡାଲ ଜିତିଥିବା ତୃତୀୟ ଖେଳାଳି :-

ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ସହିତ ନୀରଜ ଚୋପ୍ରା କ୍ରମାଗତ 2ଟି ଅଲିମ୍ପିକ୍ସରେ ବ୍ୟକ୍ତିଗତ କ୍ରୀଡ଼ାରେ ପଦକ ଜିତିବାରେ ତୃତୀୟ ଭାରତୀୟ ହୋଇଛନ୍ତି । ନୀରଜ ଟୋକିଓ ଅଲିମ୍ପିକ୍ସ 2021 ଏବଂ ପ୍ୟାରିସ ଅଲିମ୍ପିକ୍ସ 2024ରେ କ୍ରମାଗତ ଦୁଇଟି ପଦକ ଜିତିଛନ୍ତି । ନୀରଜଙ୍କ ପୂର୍ବରୁ ଷ୍ଟାର ରେସଲର ସୁଶୀଲ କୁମାର 2008 ଏବଂ 2012 ଅଲିମ୍ପିକ୍ସରେ ଏବଂ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ 2016 ଏବଂ 2021 ଅଲିମ୍ପିକ୍ସରେ କ୍ରମାଗତ ପଦକ ଜିତି ଏହି ସଫଳତା ହାସଲ କରିଛନ୍ତି ।

ଏକାଧିକ ଅଲିମ୍ପିକ୍ସ ପଦକ ଜିତିଥିବା 5ମ ଭାରତୀୟ :-

ନୀରଜ ଚୋପ୍ରା ତାଙ୍କ ନାମରେ ଆଉ ଏକ ବଡ଼ ରେକର୍ଡ ମଧ୍ୟ କରିଛନ୍ତି । ଅଲିମ୍ପିକ୍ସରେ ବ୍ୟକ୍ତିଗତ କ୍ରୀଡ଼ାରେ ଏକାଧିକ ପଦକ ଜିତିବାରେ ସେ 5ମ ଭାରତୀୟ ଆଥଲେଟ୍ ହୋଇଛନ୍ତି । ଦେଖନ୍ତୁ କେଉଁ ଭାରତୀୟ ଆଥଲେଟ୍‌ ଏକାଧିକ ଅଲିମ୍ପିକ୍ସ ପଦକ ବିଜେତା ହେବାର ରେକର୍ଡ କରିଛନ୍ତି :-

  1. ନର୍ମନ୍ ପ୍ରିଚାର୍ଡ : 2 ରୌପ୍ୟ
  2. ଶୁସୀଲ କୁମାର : 1 ରୌପ୍ୟ, 1 କାଂସ୍ୟ
  3. ପିଭି ସିନ୍ଧୁ : 1 ରୌପ୍ୟ, 1 କାଂସ୍ୟ
  4. ମନୁ ଭାକର : 2 କାଂସ୍ୟ
  5. ନୀରଜ ଚୋପ୍ରା : 1 ସ୍ବର୍ଣ୍ଣ, 1 ରୌପ୍ୟ

ବ୍ୟକ୍ତିଗତ କ୍ରୀଡ଼ାରେ ସର୍ବଶ୍ରେଷ୍ଠ ଭାରତୀୟ ଆଥଲେଟ୍‌ :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ରୌପ୍ୟ ପଦକ ଜିତି ନୀରଜ ଚୋପ୍ରା ବ୍ୟକ୍ତିଗତ କ୍ରୀଡ଼ାରେ ଅଲିମ୍ପିକ୍ସରେ ସବୁଠାରୁ ସଫଳ ଭାରତୀୟ ଆଥଲେଟ୍ ହୋଇଛନ୍ତି । କାରଣ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛନ୍ତି । ତାଙ୍କ ବ୍ୟତୀତ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଛନ୍ତି । ରେସଲର ସୁଶୀଲ କୁମାର ଗୋଟିଏ ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ଜିତିଥିବାବେଳେ ସୁଟର ମନୁ ଭାକର 2ଟି କାଂସ୍ୟ ପଦକ ଜିତିଛନ୍ତି । ତେବେ ମନୁ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣ (2024)ରେ ହିଁ ଦୁଇ ଦୁଇଟି ପଦକ ଜିତି ମଧ୍ୟ ରେକର୍ଡ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ‘ସ୍ପେଶାଲ୍ କ୍ଲବ’; ଦୁଇ ଦୁଇ ପଦକ ଜିତି ଇତିହାସ ରଚିଛନ୍ତି ଏହି ସ୍ପେଶାଲ୍ ଖେଳାଳି, ଦେଖନ୍ତୁ ଲିଷ୍ଟ - indias multiple olympic medalists

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.