ETV Bharat / sports

ମେଡାଲ ଆଡ଼କୁ ଲକ୍ଷ୍ୟ; ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌ - Paris Olympics 2024

author img

By ETV Bharat Sports Team

Published : Jul 31, 2024, 3:40 PM IST

Paris Olympics 2024 Badminton: କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ଷ୍ଟାର ସଟ୍‌ଲର୍‌ ଲକ୍ଷ୍ୟ ସେନ୍‌ । ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ମାତ୍‌ ଦେଇ ରାଉଣ୍ଡ ଅଫ୍‌ 16ରେ କଲେ ପ୍ରବେଶ । ଅଧିକ ପଢ଼ନ୍ତୁ

Paris Olympics 2024 Badminton
Paris Olympics 2024 Badminton (AP Photos)

ପ୍ୟାରିସ (ଫ୍ରାନ୍ସ): କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଷ୍ଟାର ସଟ୍‌ଲର୍‌ ଲକ୍ଷ୍ୟ ସେନ୍‌ । ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ଯଥାକ୍ରମେ 21-18 ଓ 21-12 ସ୍କେରରେ ପରାସ୍ତ କରି ରାଉଣ୍ଡ ଅଫ୍‌ 16ରେ ପହଞ୍ଚିଛନ୍ତି ଲକ୍ଷ୍ୟ ସେନ୍‌ । ସେ ମ୍ୟାଚ୍‌ ଆରମ୍ଭରୁ ପଛରେ ପଡ଼ିଯାଇଥିଲେ । କିନ୍ତୁ ସେ ଚ୍ୟାଲେଞ୍ଜରୁ ପଛକୁ ହଟିନଥିଲେ ଏବଂ ଖ୍ରୀଷ୍ଟିଙ୍କୁ କଡ଼ା ମୁକାବିଲା କରିଥିଲେ । କଡ଼ା ସଙ୍ଘର୍ଷପୂର୍ଣ୍ଣ ପ୍ରଥମ ସେଟ୍‌କୁ 21-18ରେ ଜିତିନେିଥିଲେ ଲକ୍ଷ୍ୟ ସେନ୍‌ । ଏହାପରେ ଦ୍ବିତୀୟ ସେଟ୍‌ରେ ସେ ଆହୁରି ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏହି ସେଟ୍‌କୁ ସେ 21-12 ସ୍କୋର ସହିତ ସହଜରେ ଜିତିନେଇଥିଲେ ।

କ୍ବାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ ଦୁଇ ଭାରତୀୟ !:-

22 ବର୍ଷୀୟ ଷ୍ଟାର ଇଣ୍ଡିଆନ ସଟ୍‌ଲର୍‌ ଲକ୍ଷ୍ୟ ସେନ୍‌ ବେଶ ପରିପକ୍ବତା ଏବଂ କୌଶଳ ଦକ୍ଷତା ପ୍ରଦର୍ଶନ କରି ଏସୀୟ ଚମ୍ପିଆନ୍‌ ଜୋନାଥନ୍ ଖ୍ରୀଷ୍ଟିଙ୍କୁ ଯଥାକ୍ରମେ 21-18 ଓ 21-12 ସ୍କୋର ସହିତ ଉଭୟ ସେଟ୍‌ରେ ପରାସ୍ତ କରିଛନ୍ତି । ବିଶ୍ବର 3 ନମ୍ବର ମାନ୍ୟତା ପ୍ରାପ୍ତ ସଟ୍‌ଲର୍‌ଙ୍କୁ ଏକପାଖିଆ ଭାବେ ହରାଇଛନ୍ତି 22 ବର୍ଷୀୟ ଭାରତୀୟ ସଟ୍‌ଲର୍‌ ଲକ୍ଷ୍ୟ ସେନ୍‌ । ଅନ୍ୟପଟେ ଆଜି ରାତିରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଭିଏତନାମର ଡ୍ୟୁକ୍ ଫାଟ ଲେ'ଙ୍କୁ ଭେଟିବେ ଭାରତୀୟ ସଟ୍‌ଲର୍‌ ଏଚଏସ ପ୍ରଣୟ । ସେ ଯଦି କ୍ବାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ କ୍ବାର୍ଟର ଫାଇନାଲ୍‌ରେ ଦୁଇ ଭାରତୀୟ ସଟ୍‌ଲର୍‌ ପରସ୍ପର ମୁହାଁମୁହିଁ ହୋଇପାରନ୍ତି । ଅର୍ଥାତ ରାଉଣ୍ଡ ଅଫ୍‌ 16ରେ ଲକ୍ଷ୍ୟ ସେନ୍‌ ଓ ଏଚଏସ ପ୍ରଣୟଙ୍କ ମଧ୍ୟରେ ମ୍ୟାଚ୍‌ରେ ହେବାର ସମ୍ଭାବନା ରହିଛି ।

ସେନ୍‌ଙ୍କର ବିଜୟ ଧାରା ଜାରି:-

ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ୍ୟ ସେନ୍‌ଙ୍କ ଅଲିମ୍ପିକ୍ସ ଯାତ୍ରା ବେଶ ଦମଦାର ରହିଛି । ଯଦିଓ ପ୍ରଥମ ମ୍ୟାଚ୍‌ ଜିତିବା ପରେ ମଧ୍ୟ ତାଙ୍କୁ ଏକ ଜୋରଦାର ଝଟ୍‌କା ଲାଗିଥିଲା, ହେଲେ ସେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି । ଲକ୍ଷ୍ୟ ସେନ୍‌ ରବିବାର ଗ୍ରୁପ୍ 'ଏଲ୍'ର ଉଦଘାଟନୀ ମ୍ୟାଚରେ ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲିଷ୍ଟ ଗୁଆଟେମାଲାର କେଭିନ କର୍ଡନଙ୍କୁ ପରାସ୍ତ କରିଥିଲେ । ହେଲେ କର୍ଡନ ବାମ କାନ୍ଧରେ ଆଘାତ ଲାଗିଥିବା ଦର୍ଶାଇ ପ୍ରତିଯୋଗିତାରୁ ନିଜ ନାମ ପ୍ରତ୍ୟାହାର କରିନେଇଥିଲେ । ଫଳରେ ସେନ୍‌ଙ୍କ ଏହି ବିଜୟ ରେକର୍ଡରୁ ଡିଲିଟ କରିଦିଆଯାଇଥିଲା । 2022 କମନୱେଲଥ୍‌ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଲକ୍ଷ୍ୟ ସେନ୍‌ ଏହା ପର ମ୍ୟାଚ୍‌ରେ ବେଲଜିୟମର ଜୁଲିଏନ୍ କେରାଗିଙ୍କୁ ପରାସ୍ତ କରିଥିଲେ । ଯଦିଓ ଅଲିମ୍ପିକ୍‌ରେ ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟ ସେନ୍‌ଙ୍କର 2ଟି ବିଜୟ ରେକର୍ଡ ରହିଛି, ହେଲେ ଏହା ସେନ୍‌ଙ୍କର କ୍ରମାଗତ 3ୟ ମ୍ୟାଚ୍‌ରେ 3ୟ ବିଜୟ ।

ଏହା ମଧ୍ୟ ପଢ଼ନ୍ତୁ...ଶୁଟିଂରେ ଆସିବ ଆଉ ଏକ ପଦକ: ଫାଇନାଲ୍‌ରେ ସ୍ବପ୍ନୀଲ କୁସାଲେ; ଫେଲ ମାରିଲେ ଐଶ୍ବର୍ଯ୍ୟ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.