ETV Bharat / sports

Paris Olympics 2024; ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ରେକର୍ଡ, ପ୍ରଥମ ଭାରତୀୟ ଭାବେ ସେମି ଫାଇନାଲରେ ଲକ୍ଷ୍ୟ - Lakshya Sen reaches badminton semi

author img

By ETV Bharat Sports Team

Published : Aug 3, 2024, 6:50 AM IST

Updated : Aug 3, 2024, 8:47 AM IST

Paris Olympics 2024: ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ପୁରୁଷ ଏକକ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ ସେନ । ପୂର୍ବରୁ ଅନ୍ୟତମ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏଚଏସ୍ ପ୍ରଣୟଙ୍କୁ ପ୍ରି- କ୍ବାର୍ଟର ଫାଇନାଲରେ ହରାଇ କ୍ବାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ । ଅଧିକ ପଢନ୍ତୁ

Lakshya Sen
Lakshya Sen (AP PHOTOS)

ପ୍ୟାରିସ (ଫ୍ରାନ୍ସ): ଚୀନ ତାଇପୋଇ ଖେଳାଳିଙ୍କୁ ହରାଇ ପ୍ରଥମ ଭାରତୀୟ ଭାବେ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଲକ୍ଷ୍ୟ ସେନ । ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲେ ଲକ୍ଷ୍ୟ ସେନ୍‌ । ତାଇୱାନ ପ୍ରତିଦ୍ୱନ୍ଦ୍ୱୀ ଚୌ ତେନ୍ ଚେନଙ୍କୁ ହରାଇ ସେମି ଫାଇନାଲରେ ଲକ୍ଷ୍ୟ ସେନ୍‌ । କ୍ୱାର୍ଟରରେ ୧୯-୨୧, ୨୧-୧୫, ୨୧-୧୨ ସେଟରେ ଜିତିଲେ ଲକ୍ଷ୍ୟ । ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ପୁରୁଷ ଭାବେ ସେମିକୁ ଗଲେ ଲକ୍ଷ୍ୟ ।

ଶୁକ୍ରବାର ଖେଳାଯାଇଥିବା କ୍ବାର୍ଟର ଫାଇନାଲରେ କମାଲ କରିଛନ୍ତି ଭାରତର ଷ୍ଟାର ସର୍ଟଲର ଲକ୍ଷ୍ୟ ସେନ । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024 ବ୍ୟାଡମିଣ୍ଟନ ପୁରୁଷ ଏକକ କ୍ବାର୍ଟର ଫାଇନାଲରେ ତାଇଓ୍ବାନ ପ୍ରତିଯୋଗୀଙ୍କୁ ସଂଘର୍ଷପୂର୍ଣ୍ଣ ମ୍ୟାଚ ପରାଜିତ କରିଛନ୍ତି ।

ଏହା ବି ପଢନ୍ତୁ-ପ୍ୟାରିସ ଅଲିମ୍ପିକ୍ସ; ଅଷ୍ଟ୍ରେଲିଆକୁ ହରାଇଲା ଭାରତ, ଭାଙ୍ଗିଲା 52 ବର୍ଷର ରେକର୍ଡ - Paris Olympics 2024 Hockey

ତାଇଓ୍ବାନ ପ୍ରତିଯୋଗୀ ଚୌଉ ତିନ୍ ଚେନ୍ ପ୍ରଥମ ରାଉଣ୍ଡରେ ଆଟାକିଂ ଖେଳି ଲକ୍ଷ୍ୟଙ୍କୁ ବ୍ୟାକଫୁଟରେ ରଖିଥିଲେ । ପୂର୍ବତନ ବିଶ୍ବର 2 ନମ୍ବର ଖେଳାଳି ତିନ୍ ଚେନ୍ ପ୍ରଥମ ସେଟକୁ 21-19ରେ ଜିତିନେଇଥିଲେ । ତେବେ ପ୍ରଥମ ସେଟରେ ହାରିବା ପରେ ମଧ୍ୟ ମନବଳ ହରାଇନଥିଲେ ଲକ୍ଷ୍ୟ । ଦମଦାର କମବ୍ୟାକ କରି ଦ୍ବିତୀୟ ସେଟରେ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରିବା ସହିତ ସ୍ମାସ୍ ପରେ ସ୍ମାସ ମାରି 21-15 ସ୍କୋରରେ ଦ୍ବିତୀୟ ସେଟକୁ ଜିତିନେଇଥିଲେ ଲକ୍ଷ୍ୟ । ତେବେ ତୃତୀୟ ସେଟରେ 140 କୋଟି ଭାରତୀୟଙ୍କ ପଦକ ଆଶାୟୀ ଷ୍ଟାର ସର୍ଟଲର କୌଣସି ମୌକା ଦେଇନଥିଲେ ତାଇଓ୍ବାନ ଖେଳାଳିଙ୍କୁ । 21-12 ଏକପାଖିଆ ସ୍କୋରରେ ତୃତୀୟ ସେଟକୁ ଜିତି ନେଇ ସମସ୍ତ ଭାରତୀୟଙ୍କୁ ଖୁସ କରିଥିଲେ ଲକ୍ଷ୍ୟ ସେନ୍ ।

ଏହା ବି ପଢନ୍ତୁ- ପ୍ୟାରିସ ଅଲିମ୍ପିକ୍ସ: ପୁଣି ଫାଇନାଲରେ ମନୁ ଭାକର; ଆଣିବେ ତୃତୀୟ ପଦକ - Paris Olympics 2024

କାଲିର ଏହି ଜବରଦସ୍ତ ବିଜୟ ପରେ ସେମି ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି ଲକ୍ଷ୍ୟ । ଆଉ ବ୍ୟାଡମିଣ୍ଟନରେ ପଦକ ଆଶା ଭାରତର ବଢିଛି । ତେବେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସରେ ସିନ୍ଧୁ ହାରି ଅଲମ୍ପିକ୍ସ ଯାତ୍ରା ଶେଷ କରିଥିବା ବେଳେ ପୂର୍ବରୁ ମଧ୍ୟ ଷ୍ଟାର ସର୍ଟଲର ଯୋଡି ସାତ୍ତ୍ବିକ-ଚିରାଗ ମଧ୍ୟ କ୍ବାର୍ରଟର ଫାଇନାଲରେ ହାରି ଅଲମ୍ପିକ୍ସ ଯାତ୍ରା ଶେଷ କରିଛନ୍ତି । ଏପଟେ ଲକ୍ଷ୍ୟ ସେନ ଅନ୍ୟତମ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏଚଏସ୍ ପ୍ରଣୟଙ୍କୁ ପ୍ରି-କ୍ବାର୍ଟର ଫାଇନାଲରେ ହରାଇ କ୍ବାର୍ଟର ଫାଇନାଲକୁ ଉତୀର୍ଣ୍ଣ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 3, 2024, 8:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.