ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ; ଜାଣନ୍ତୁ ସର୍ବକନିଷ୍ଠ ଓ ବୟୋଜ୍ୟେଷ୍ଠ ଖେଳାଳି କିଏ ? - Paris Olympics 2024

author img

By ETV Bharat Odisha Team

Published : Jul 16, 2024, 9:11 AM IST

Paris Olympics 2024: ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ କଣ୍ଟିଜେଣ୍ଟଙ୍କ ମଧ୍ୟରୁ ସର୍ବକନିଷ୍ଠ ଓ ବୟୋଜ୍ୟେଷ୍ଠ ଖେଳାଳି କିଏ ?ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

Paris Olympics 2024
Paris Olympics 2024 (ETV BHARAT ODISHA)

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସକୁ ଆଉ 9 ଦିନ । ଦିନ ଯେତିକି ପାଖଉଛି ଖେଳାଳି ଓ କ୍ରୀଡାପ୍ରେମୀଙ୍କ ମଧ୍ୟରେ ସେତିକି ଉତ୍ସାହ ବଢିବାର ଲାଗିଛି । ଚଳିତ ଥର ଭାରତର 120 ଜଣ ଖେଳାଳି ଏହି କ୍ରୀଡା ମହାକୁମ୍ଭରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବକନିଷ୍ଠ ଖେଳାଳି ହେଉଛନ୍ତି 14 ବର୍ଷିୟ ଧୀନିଧି ଦେସିଂଘୁ ଓ ବୟୋଜ୍ୟେଷ୍ଠ ହେଉଛନ୍ତି 44 ବର୍ଷିୟ ବୋପାନ୍ନା ।

Paris Olympics 2024
Paris Olympics 2024 (ETV BHARAT ODISHA)

ପ୍ୟାରିସ ଅଲିମ୍ପିକ୍ସରେ ସର୍ବ କନିଷ୍ଠ ଖେଳାଳି ଧିନିଧୀ: ଧୀନିଧି ଦେସିଂଘୁ । ଘର କେରଳ, ସେ କିନ୍ତୁ କର୍ଣ୍ଣାଟକରେ ରୁହନ୍ତି । ବୟସ ମାତ୍ର 14 ବର୍ଷ । ବର୍ତ୍ତମାନ ସେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି । ଯେଉଁ ବୟସରେ ଖେଳକୁଦ କରି ବୁଲିବା କଥା, ସେହି ବୟସରେ ସେ ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ଦେଶର ନାମକୁ ବିଦେଶରେ ଚମକାଇବାକୁ ପ୍ରସ୍ତୁତ ହୋଇଛନ୍ତି । ସର୍ବକନିଷ୍ଠ ଖେଳାଳି ଭାବେ ସେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ମହିଳା 200 ମିଟର ଫ୍ରି ଷ୍ଟାଇଲ ଇଭେଣ୍ଟରେ ପଦକ ହାସଲ ପାଇଁ ଅଲିମ୍ପିକ୍ସ ଖେଳିବାକୁ ପ୍ରସ୍ତୁତ ଧୀନିଧି । ଅଲିମ୍ପିକ୍ସରେ ସେ ଭାରତର ଦ୍ବିତୀୟ ସର୍ବକନିଷ୍ଠ ଖେଳାଳି ହେବାକୁ ଯାଉଛନ୍ତି । ବିଶ୍ବ ଯୋଗ୍ୟତା ପର୍ଯ୍ୟାୟରେ ସେ ସ୍ବର୍ଣ୍ଣ ହାସଲ କରି ଅଲିମ୍ପିକ୍ସ ଟିକେଟ ପାଇଥିଲେ । ବିଶ୍ବ ଯୁବ ଚାମ୍ପିଅନସିପରେ ସେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଏସୀୟ କ୍ରୀଡାରେ ଦଳଗତ ବ୍ରୋଞ୍ଜ ଜିତିଥିଲେ ।

ଏହା ମଧ୍ୟ ପଢନ୍ତୁ-ଅଲିମ୍ପିକ୍ସ ଇତିହାସରେ ଓଡିଶା; କେଉଁ ଖେଳାଳି ଦୌଡିଛନ୍ତି ଅଲିମ୍ପିକ୍ସ ଟ୍ରାକରେ, କିଏ କରିଛନ୍ତି ହକିରେ କମାଲ, କିଏ ଜିତିିଛି ମେଡାଲ୍ ? ଦେଖନ୍ତୁ ଓଡିଆ ଖେଳାଳିଙ୍କ ଲିଷ୍ଟ୍ - Paris Olympics 2024

ଅଲିମ୍ପିକ୍ସରେ ଭାଗ ନେଇଥିବା ପ୍ରଥମ ସର୍ବ କନିଷ୍ଠ ଭାରତୀୟ ଖେଳାଳି: 1952 ହେଲସିଙ୍କି ଅଲିମ୍ପିକ୍ସରେ ଭାରତ ପକ୍ଷରୁ ସର୍ବ କନିଷ୍ଠ ଖେଳାଳି ଭାବେ ଆରତି ଶାହ ଅଂଶ ଗ୍ରହଣ କରିଥିଲେ । ମାତ୍ର 11 ବର୍ଷ ବୟସରେ ସେ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । 200 ମିଟର ସନ୍ତରଣରେ ଭାଗ ନେଇ 3 ମିନିଟ 40.8 ସେକେଣ୍ଡରେ ସେ ଶେଷ କରିଥିଲେ ।

Paris Olympics 2024
Paris Olympics 2024 (ETV BHARAT ODISHA)

ବୟୋଜ୍ୟେଷ୍ଠ ବୋପାନ୍ନା: ରୋହଲ ବୋପାନ୍ନାଙ୍କ ବୟସ 44 ବର୍ଷ ହୋଇଥିଲେ ବି ସେ ଟେନିସରେ ବେଶ ସକ୍ରିୟ । ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ବୟୋଜ୍ୟେଷ୍ଠ ବୋପାନ୍ନା । 2012ରେ ସେ ଅଲିମ୍ପିକ୍ସ ଖେଳିଥିଲେ ମଧ୍ୟ ପଦକ ଜିତି ପାରିନଥିଲେ । ଆରମ୍ଭ ହେବାକୁ ଥିବା କ୍ରୀଡା ମହାକୁମ୍ଭରେ ବୋପାନ୍ନା ଓ ବାଲାଜୀ ଡବଲ୍ସ ଖେଳିବେ । ନିକଟରେ 43 ବର୍ଷ ବୟସରେ ପ୍ରଥମ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଜିତି ଇତିହାସ ରଚିଥିଲେ ଭାରତୀୟ ଭେଟେରାନ ଟେନିସ ଖେଳାଳି ରୋହନ ବୋପାନ୍ନା । ସେ ତାଙ୍କ ଅଷ୍ଟ୍ରେଲୀୟ ସାଥି ଖେଳାଳି ମାଥ୍ୟୁ ଏବଡେନ୍‌ଙ୍କ ସହିତ ମିଶି ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ପୁରୁଷ ଯୁଗଳ ବର୍ଗ ଟାଇଟଲ ଜିତିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.