ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଜଣେ ଖେଳାଳି; ଉଭୟ ମହିଳା ଓ ପୁରୁଷ ବର୍ଗରେ ଜିତିଛନ୍ତି ମେଡାଲ - Paris Olympics 2024

author img

By ETV Bharat Sports Team

Published : Aug 5, 2024, 5:35 PM IST

Paris Olympics 2024 : ଟୋକିଓରେ ପୁରୁଷ ଦଳରେ ଜିତିଥିଲେ ବ୍ରୋଞ୍ଜ ମେଡାଲ । ପ୍ୟାରିସ ଅଲିମ୍ପିକ୍ସରେ ମହିଳା ଦଳ ପାଇଁ ଜିତିଲେ ମେଡାଲ । ଜାଣନ୍ତୁ କିଏ ଏହି ଖେଳାଳି, ଯିଏ ଉଭୟ ପୁରୁଷ ଓ ମହିଳା ବର୍ଗରେ ମେଡାଲ ଜିତି ଅଲିମ୍ପିକ୍ସରେ ରଚିଛନ୍ତି ଇତିହାସ । ଅଧିକ ପଢ଼ନ୍ତୁ

Paris Olympics 2024 Henry Fieldman
Paris Olympics 2024 Henry Fieldman (AFP Photo)

ପ୍ୟାରିସ (ଫ୍ରାନ୍ସ) : ଅଲିମ୍ପିକ୍ସ ଭଳି ଇଭେଣ୍ଟରେ ଗୋଟିଏ ମେଡାଲ ଜିତିବା ପାଇଁ ବିଭିନ୍ନ ଦେଶର ଖେଳାଳି ଦମ ଲଗାଇ ଦିଅନ୍ତି । ଉଭୟ ପୁରୁଷ ଓ ମହିଳା ବର୍ଗର ବିଭିନ୍ନ ଇଭେଣ୍ଟରେ କଡ଼ା ଫାଇଟ ଦେଖିବାକୁ ମିଳିଥାଏ । ହେଲେ ଏମିତି ବି ଜଣେ ଆଥଲେଟ୍‌ ଅଛନ୍ତି, ଯିଏ ଉଭୟ ମହିଳା ଓ ପୁରୁଷ ବର୍ଗରେ ଜିତିଛନ୍ତି ମେଡାଲ । ଗ୍ରେଟ୍ ବ୍ରିଟେନର ହେନେରୀ ଫିଲ୍ଡମ୍ୟାନ୍ ଉଭୟ ପୁରୁଷ ଏବଂ ମହିଳା ଇଭେଣ୍ଟରେ ପଦକ ଜିତିଥିବା ପ୍ରଥମ ଖେଳାଳି ହୋଇ ଅଲିମ୍ପିକ୍ସ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ସେ ଉଭୟ ପୁରୁଷ ଏବଂ ମହିଳା ରୋଇଂ ଇଭେଣ୍ଟରେ ପଦକ ଜିତି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ସେ ଗ୍ରେଟ ବ୍ରିଟେନର 8 ସଦସ୍ୟ ବିଶିଷ୍ଟ ମହିଳା ଦଳକୁ ଏହି ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତାଇଛନ୍ତି । ଫିଲ୍ଡମ୍ୟାନ୍ ତିନି ବର୍ଷ ପୂର୍ବେ ଟୋକିଓ ଅଲିମ୍ପିକ୍ସରେ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ।

କେମିତି ହେଲା ସମ୍ବବ ? :-

2016 ଅଲିମ୍ପିକ୍ସ ପରେ 'ୱାର୍ଲ୍ଡ ରୋଇଂ' ଦ୍ବାରା ଏକ ନିୟମ ପରିବର୍ତ୍ତନ ହୋଇଛି । ଯେଉଁ କାରଣରୁ ଏହି ବ୍ରିଟିଶ ଆଥଲେଟଙ୍କ ଇତିହାସ ରଚିବା ସମ୍ଭବ ହୋଇପାରିଛି । ନୂତନ ନିୟମ ଅନୁସାରେ, ଗୋଟିଏ ରୋଇଂ ଦଳର (ମହିଳା ବା ପୁରୁଷ) 8 ସଦସ୍ୟ ବିଶିଷ୍ଟ ଟିମ୍‌ର ନେତୃତ୍ବ ଯେକୌଣସି ଲିଙ୍ଗର କୋକ୍ସ (Coxswain) ନେଇପାରିବେ । ଏହି ପରିବର୍ତ୍ତିତ ନିୟମ ହେନେରୀ ଫିଲ୍ଡମ୍ୟାନ୍‌ଙ୍କ ଭଳି ଆଥଲେଟ୍‌ଙ୍କୁ ଉଭୟ ମହିଳା ଓ ପୁରୁଷ ବର୍ଗ ଇଭେଣ୍ଟରେ ପ୍ରତିଯୋଗିତାରେ ଭାଗ ନେଇ ଇତିହାସ ରଚିବାର ସୁଯୋଗ ଦେଇଛି । ଫିଲ୍ଡମ୍ୟାନଙ୍କ ଐତିହାସିକ ସଫଳତା ତାଙ୍କର କ୍ରୀଡ଼ାରେ ଅନ୍ତର୍ଭୂକ୍ତତା ଏବଂ ସମାନ ସୁଯୋଗର ଗୁରୁତ୍ବକୁ ପ୍ରତିଫଳିତ କରିଛି । ଏହି ସଫଳତା ତାଙ୍କର ଅସାଧାରଣ କୌଶଳ ଏବଂ ଉତ୍ସର୍ଗୀକୃତତାକୁ ମଧ୍ୟ ପ୍ରତିଫଳିତ କରିଛି ।

କଣ ଏହି କୋକ୍ସୱେନ (Coxswain) :-

ଗୋଟିଏ ରୋଇଂ ଦଳର କୋକ୍ସୱେନ୍ ଡଙ୍ଗାର ପଛ ଭାଗରେ ରହିଥା'ନ୍ତି । ତାଙ୍କର ଦାୟିତ୍ବ ହେଉଛି ରେସିଂର ରଣନୀତି କାର୍ଯ୍ୟକାରୀ କରିବା, ରୋୟରଙ୍କ ଶକ୍ତି ଏବଂ ଲୟର ସମନ୍ୱୟ କରି ଡଙ୍ଗାର ଷ୍ଟିୟରିଂ କରିବା । ତାଙ୍କର ଅଲିମ୍ପିକ୍ ସଫଳତା ବ୍ୟତୀତ, 36 ବର୍ଷୀୟ ହେନେରୀ ଫିଲ୍ଡମ୍ୟାନ୍ ମଧ୍ୟ କୋକ୍ସିଂ କନ୍ସଲଟେନ୍ସି ନାମକ ଏକ ବ୍ୟବସାୟ ମଧ୍ୟ ଚଳାଇଛନ୍ତି । ସେ କକ୍ସୱେନମାନଙ୍କୁ ପ୍ରଶିକ୍ଷଣ ଦିଅନ୍ତି ଏବଂ କ୍ରୀଡା କ୍ଲବ୍ ଏବଂ କର୍ପୋରେଟ୍ ଅଧିକାରୀମାନଙ୍କ ସହ ମଧ୍ୟ ପ୍ରେରଣାଦାୟୀ ବାର୍ତ୍ତାଳାପ କରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସ ବାଦଶାହଙ୍କୁ ଜାଣନ୍ତି କି ? ଏକା ଜିତିଛନ୍ତି 162 ଦେଶଠୁ ବି ଅଧିକା ଗୋଲ୍ଡ ମେଡାଲ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.