ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଆଜି ମୈଦାନକୁ ଓହ୍ଲାଇବେ ହେଭିୱେଟ୍‌, ଜାଣନ୍ତୁ ଆଜିର କ୍ରୀଡ଼ାସୂଚୀ - Paris Olympics 2024 - PARIS OLYMPICS 2024

31 July India Olympics Full schedule: ଚତୁର୍ଥ ଦିନରେ ଭାରତକୁ ମିଳିଥିଲା ଦ୍ବିତୀୟ ମେଡାଲ । ପ୍ୟାରିସ ଅଲିମ୍ପିକ୍ସରେ ପଞ୍ଚମ ଦିନରେ କେମିତି ରହିବ ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ ? ଜାଣିବା ପାଇଁ ଅଧିକ ପଢ଼ନ୍ତୁ ପିଭି ସିନ୍ଧୁ, ଦୀପିକା କୁମାରୀ

31 July India Olympics Full schedule
31 July India Olympics Full schedule (ETV Bharat Odisha)
author img

By ETV Bharat Sports Team

Published : Jul 31, 2024, 12:16 AM IST

Updated : Jul 31, 2024, 9:12 AM IST

ପ୍ୟାରିସ୍‌ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଗତକାଲି (ମଙ୍ଗଳବାର) ଏକ ଶୁଭଙ୍କର ଦିନ ଥିଲା । ଭାରତକୁ ଦ୍ବିତୀୟ ମେଡାଲ ଦେଇଥିଲେ ଷ୍ଟାର ଶୁଟର ଯୋଡ଼ି ମନୁ ଭାକର ଓ ସରବଜୋତ ସିଂହ । ଏପର୍ଯ୍ୟନ୍ତ ଦୁଇଟି ପଦକ ଜିତି ଭାରତୀୟ ଅଲିମ୍ପିକ୍ସ ଅଭିଯାନରେ ମନୁ ଭାକର ଏକ ଚର୍ଚ୍ଚିତ ତାରକା ଭାବେ ଉଭା ହୋଇଛନ୍ତି । ତେବେ ଆଜି (ବୁଧବାର) ପ୍ୟାରିସ ଅଲିମ୍ପିକ୍ସର 5ମ ଦିନ ଭାରତର କୌଣସି ପଦକ ମ୍ୟାଚ୍‌ ହେବ ନାହିଁ । କିନ୍ତୁ ଷ୍ଟାର ସଟଲର୍‌ ପିଭି ସିନ୍ଧୁ ଏବଂ ତାରକା ତୀରନ୍ଦାଜୀ ଦୀପିକା କୁମାରୀ ନିଜ ନିଜ ଇଭେଣ୍ଟରେ ପ୍ରତିଦ୍ବନ୍ଦ୍ବିତା କରିବେ । ଏଥିସହ ଆଜି ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ହେବ । କାରଣ ସେ ଇଣ୍ଡୋନେସିଆର ଜୋନାଥନ୍‌ ଖ୍ରୀଷ୍ଟିଙ୍କୁ ଭେଟିବେ ଏବଂ ଜିତିଲେ ସେ ନକ୍ଆଉଟ୍‌କୁ ଉନ୍ନୀତ ହେବେ ।

31 ଜୁଲାଇ (ବୁଧବାର) ଖେଳାଯିବାକୁ ଥିବା ଭାରତୀୟ ଖେଳାଳିଙ୍କ କ୍ରୀଡ଼ାସୂଚୀ:-

ଶୁଟିଂ: ଆଜି ଭାରତୀୟ ଶୁଟର ଐଶ୍ବର୍ଯ୍ୟ ତୋମାର ଏବଂ ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଯୋଗ୍ୟତା ପର୍ଯ୍ୟାୟରେ ନିଜର ଅଭିଯାନ ଆରମ୍ଭ କରିବେ । ଏହି ଇଭେଣ୍ଟର ଫାଇନାଲ ଗୁରୁବାର ଖେଳାଯିବ । ଏହି ଇଭେଣ୍ଟରେ ଏସୀୟ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା ଐଶ୍ବର୍ଯ୍ୟ ତୋମାର ବିଶ୍ବରେ 23ତମ ସ୍ଥାନରେ ଅଛନ୍ତି ଏବଂ ବିଶ୍ବକପ୍‌ରେ 3ଟି ସ୍ବର୍ଣ୍ଣ ପଦକ ପାଇଛନ୍ତି । ସେ ଟୋକିଓରେ ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରିଥିଲେ, କିନ୍ତୁ ଏହି ଇଭେଣ୍ଟରେ 21ତମ ସ୍ଥାନରେ ରହିଥିଲେ । ବିଶ୍ବ ମାନ୍ୟତାରେ 62ତମ ସ୍ଥାନରେ ଥିବା ସ୍ବପ୍ନୀଲ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ଏବଂ ବିଶ୍ବ ଇଭେଣ୍ଟରେ ପ୍ରଥମ ପ୍ରଦର୍ଶନରୁ କିଛି ଶିଖିବାକୁ ମଧ୍ୟ ଚାହିଁବେ ।

  • 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଯୋଗ୍ୟତା ପର୍ଯ୍ୟାୟ (ଐଶ୍ବର୍ଯ୍ୟ ତୋମାର ଏବଂ ସ୍ବପ୍ନୀଲ କୁସାଲେ) - ଦିନ 12:30

ବ୍ୟାଡ୍‌ମିଣ୍ଟନ: ପ୍ୟାରିସରେ କ୍ରମାଗତ ତୃତୀୟ ଅଲିମ୍ପିକ୍ ପଦକ ଜିତିବାକୁ ଚେଷ୍ଟା କରୁଥିବା ଭାରତୀୟ ଷ୍ଟାର ସଟ୍‌ଲର୍‌ ପିଭି ସିନ୍ଧୁ ଆଜି ଏଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ଭେଟିବେ । ଅଲିମ୍ପିକ୍ସ ଭଳି ବଡ଼ ଇଭେଣ୍ଟରେ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଜଣାଶୁଣା ଭାରତୀୟ ସଟଲରଙ୍କଠାରୁ ଏକ ସହଜ ବିଜୟ ଆଶା କରିଛନ୍ତି ଦେଶବାସୀ । ଅନ୍ୟପଟେ ଆଜି ଲକ୍ଷ୍ୟ ସେନଙ୍କ ପାଇଁ ଏକ ନକ୍‌ଆଉଟ୍ ମ୍ୟାଚ୍‌ ହେବ, କାରଣ ସେ ଏବଂ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଜୋନାଥନ୍ ଖ୍ରୀଷ୍ଟିଙ୍କ ମଧ୍ୟରେ ଯିଏ ଜିତିବ, ସେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବ । ପୂର୍ବ ରେକର୍ଡ ଅନୁସାରେ ଭାରତୀୟ ଲକ୍ଷ୍ୟ ସେନଙ୍କ ଅପେକ୍ଷା ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କ ପଲ୍ଲା ଭାରି ରହିଛି । କିନ୍ତୁ ଭାରତୀୟ ସଟଲରଙ୍କୁ ଆଜି ମ୍ୟାଚ୍‌ରେ ତାଙ୍କୁ ପରାସ୍ତ କରିବାକୁ ପଡିବ । ସେହିଭଳି ଆଉ ଏକ ମ୍ୟାଚ୍‌ରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚରେ ଏଚ୍‌ଏସ୍‌ ପ୍ରଣୟ ଭିଏତନାମର ଡ୍ୟୁକ୍ ଫାଟ ଲେ'ଙ୍କୁ ଭେଟିବେ ଏବଂ ନିଜର ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରିବେ ।

  • ମହିଳା ଏକକ ଗ୍ରୁପ ପର୍ଯ୍ୟାୟ - (ପିଭି ସିନ୍ଧୁ) - ଦିନ 12:50
  • ପୁରୁଷ ଏକକ ଗ୍ରୁପ ପର୍ଯ୍ୟାୟ - (ଲକ୍ଷ୍ୟ ସେନ୍‌) - ଦିନ 1:40
  • ପୁରୁଷ ଏକକ ଗ୍ରୁପ ପର୍ଯ୍ୟାୟ - (ଏଚ୍‌ଏସ୍‌ ପ୍ରଣୟ) - ରାତି 11:00

ଟେବୁଲ ଟେନିସ୍‌: ପ୍ୟାରିସ୍‌ ଅଲିମ୍ପିକ୍ସ 2024 ଟେବୁଲ ଟେନିସରେ କ୍ରମାଗତ ଭାବରେ ଆଗକୁ ବଢ଼ୁଥିବା ଷ୍ଟାର ଭାରତୀୟ ପ୍ୟାଡଲର ଶ୍ରୀଜା ଅକୁଲା ରାଉଣ୍ଡ ଅଫ୍‌ 32ରେ ଆଜି ସିଙ୍ଗାପୁରର ଜେଙ୍ଗ ଜିଆନଙ୍କୁ ଭେଟିବେ । ସୂଚନାଯୋଗ୍ୟ, ଅକୁଲା ନିକଟରେ ମନିକା ବତ୍ରାଙ୍କୁ ପଛରେ ପକାଇ ଭାରତର ଏକ ନମ୍ବର ଟେବୁଲ ଟେନିସ୍‌ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି । ଆଜିର ମ୍ୟାଚ୍‌ରେ ସେ ପ୍ରି-କ୍ବାର୍ଟର ଫାଇନାଲରେ ପହଞ୍ଚିବାକୁ ଏକ ବିଜୟ ଲକ୍ଷ୍ୟରେ ରହିବେ ।

  • ମହିଳା ଏକକ ରାଉଣ୍ଡ ଅଫ୍‌ 32 - (ଶ୍ରୀଜା ଅକୁଲା) - ଦିନ 1:30

ବକ୍ସିଂ: ପ୍ୟାରିସରୁ ଭାରତକୁ ପଦକ ଆଣିବା ପାଇଁ ଜଣେ ପ୍ରମୁଖ ଦାବିଦାର ହେଉଛନ୍ତି ଷ୍ଟାର ବକ୍ସର ଲୋଭଲିନା ବୋର୍ଗୋହେନ୍ । ସେ ପ୍ୟାରିସ୍‌ରେ ଗତ ଟୋକିଓ ଅଲିମ୍ପିକ୍ସରେ ତାଙ୍କର ସଫଳତାର ପୁନରାବୃତ୍ତି କରିବାକୁ ଲକ୍ଷ୍ୟ ରଖିବେ । ଲୋଭଲିନା ନରୱେର ସୁନ୍ନିଭା ହୋଫଷ୍ଟେଡଙ୍କୁ ଭେଟି କ୍ବାର୍ଟର ଫାଇନାଲରେ ଆଡ଼କୁ ଅଗ୍ରସର ହେବା ଲକ୍ଷ୍ୟରେ ପୋଡ଼ିୟମକୁ ଓହ୍ଲାଇବେ । ଅନ୍ୟପଟେ ଭାରତୀୟ ବକ୍ସର ନିଶାନ୍ତ ଦେବ ଇକ୍ବେଡୋରର ଜୋସ ରୋଡ୍ରିଗେଜଙ୍କ ସହ ମୁହାଁମୁହିଁ ହେବେ ।

  • ମହିଳା 75 କିଲୋଗ୍ରାମ ରାଉଣ୍ଡ ଅଫ୍‌ 16 - (ଲୋଭଲିନା ବୋର୍ଗୋହେନ୍) - ଅପରାହ୍ନ 3:50
  • ପୁରୁଷ 71 କିଲୋଗ୍ରାମ ରାଉଣ୍ଡ ଅଫ୍‌ 16 - (ନିଶାନ୍ତ ଦେବ) - ରାତି 12:18

ତୀରନ୍ଦାଜୀ: ଆଜି ମୈଦାନକୁ ଓହ୍ଲାଇବେ ଭାରତର ଅନ୍ୟତମ ଶ୍ରେଷ୍ଠ ତୀରନ୍ଦାଜୀ ଦୀପିକା କୁମାରୀ । ସେ ଆଜି ଇଷ୍ଟୋନିଆର ରେନା ପାର୍ନାଟଙ୍କ ବିପକ୍ଷରେ ବ୍ୟକ୍ତିଗତ ଇଭେଣ୍ଟରେ ନିଜର ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିବେ । ଅନ୍ୟପଟେ ତରୁଣଦୀପ ନିଜର ବର୍ଗରେ ରାଉଣ୍ଡ ଅଫ୍‌ 32 ମ୍ୟାଚରେ ଗ୍ରେଟ୍ ବ୍ରିଟେନର ଟମ୍ ହଲ୍‌ଙ୍କ ସହିତ ମୁହାଁମୁହିଁ ହେବେ ।

  • ମହିଳା ବ୍ୟକ୍ତିଗତ ରାଉଣ୍ଡ ଅଫ୍‌ 32 ଏଲିମିନେସନ ପର୍ଯ୍ୟାୟ - (ଦୀପିକା କୁମାରୀ) - ଅପରାହ୍ନ 3:56
  • ପୁରୁଷ ବ୍ୟକ୍ତିଗତ ରାଉଣ୍ଡ ଅଫ୍‌ 32 ଏଲିମିନେସନ ପର୍ଯ୍ୟାୟ - (ତରୁଣଦୀପ ରାୟ) - ରାତି 9:28

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ମେଡାଲ; ମନୁ ଭାକର ଓ ସରବଜୋତ ଜିତିଲେ ବ୍ରୋଞ୍ଜ, ଇତିହାସ ରଚିଲେ ମନୁ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 31, 2024, 9:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.