ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ଓଡ଼ିଆ ପୁଅ କିଶୋର ଜେନାଙ୍କ ସହ ଆଜି ଜାଭେଲିନ ଫିଙ୍ଗିବେ ସୁନା ପୁଅ ନୀରଜ; ଏଇଠି ଦେଖନ୍ତୁ LIVE - Paris Olympics 2024

author img

By ETV Bharat Sports Team

Published : Aug 4, 2024, 1:27 PM IST

Updated : Aug 6, 2024, 12:28 PM IST

Paris Olympics 2024 Javelin Throw : 140 କୋଟି ଭାରତୀୟଙ୍କ ପଦକ ଆଶା ନେଇ ଆଜି ଅଲିମ୍ପିକ୍ସରେ ଜାଭେଲିନ ଫିଙ୍ଗିବେ ଓଡ଼ିଆ ପୁଅ କିଶୋର ଜେନା । ସୁନା ପୁଅ ନୀରଜ ଚୋପ୍ରା ବି ଇତିହାସ ଦୋହରାଇବା ଲକ୍ଷ୍ୟରେ ଫିଙ୍ଗିବେ ବର୍ଚ୍ଛା । ଜାଣନ୍ତୁ ଆଜି କେତେବେଳେ ଓ କେମିତି ଦେଖିବେ ଏହି ମ୍ୟାଚ୍‌ LIVE,

Paris Olympics 2024 Javelin Throw
Paris Olympics 2024 Javelin Throw (IANS and ANI Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତର ଅଭିଯାନ ଏପର୍ଯ୍ୟନ୍ତ ସେତେଟା ଖାସ ହୋଇପାରିନାହିଁ । ଏପର୍ଯ୍ୟନ୍ତ ଦେଶକୁ କେବଳ 3ଟି ବ୍ରୋଞ୍ଜ ପଦକ ମିଳିଛି । ତେଣୁ 140 କୋଟି ଭାରତୀୟଙ୍କ ଆଖି ବର୍ତ୍ତମାନ ଷ୍ଟାର ଜାଭେଲିନ୍ ଥ୍ରୋୟର ଏବଂ ବର୍ତ୍ତମାନର ଅଲିମ୍ପିକ୍ ଚମ୍ପିଆନ୍ ନୀରଜ ଚୋପ୍ରାଙ୍କ ଉପରେ ରହିଛି । ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ନୀରଜ ଦେଶର ଗର୍ବର ପ୍ରତୀକ ପାଲଟିଛନ୍ତି । ନୀରଜ ଇତିହାସ ପୁନରାବୃତ୍ତି କରିପାରିବେ କି ନାହିଁ ଦେଖିବା ପାଇଁ ପ୍ରଶଂସକମାନେ ଚାହିଁ ବସିଛନ୍ତି । ସେପଟେ ଓଡ଼ିଆ ପୁଅ କିଶୋର ଜେନା ମଧ୍ୟ ନୀରଜଙ୍କ ସହ ଦେଶକୁ ମେଡାଲ ଆଣିବା ପାଇଁ ଶତଚେଷ୍ଟା କରିବେ । ଆଜି ଉଭୟ କିଶୋର ଓ ନୀରଜ ଚୋପ୍ରା ମୈଦାନକୁ ଓହ୍ଲାଇବେ । ଚଳିତ ଅଲିମ୍ପିକ୍ସରେ ହକି ଷ୍ଟାର ଅମିତ ରୋହିଦାସଙ୍କ ପରେ ଓଡ଼ିଶାବାସୀଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ କିଶୋର ଜେନା ।

ପ୍ୟାରିସରେ ନୀରଜ ଓ କିଶୋର ଆଜି ଫିଙ୍ଗିବେ ଜାଭେଲିନ :-

ଷ୍ଟାର୍ ଜାଭେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଓ କିଶୋର ଜେନା ଆଜି (ଅଗଷ୍ଟ 6) ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଗ୍ରୁପ୍ 'ଏ'ର ଯୋଗ୍ୟତା ପର୍ଯ୍ୟାୟ ଆଜି ଦିନ 1:50ରେ ଆରମ୍ଭ ହେବ ଏବଂ ଗ୍ରୁପ୍ 'ବି' ଯୋଗ୍ୟତା ମ୍ୟାଚ୍‌ ମଧ୍ୟ ଆଜି ଅପରାହ୍ନ 3:20ରେ ଆରମ୍ଭ ହେବ । ଯଦି ନୀରଜ ଓ କିଶୋର ଯୋଗ୍ୟତା ପର୍ଯ୍ୟାୟରେ ଆଜି ଆଗକୁ ବଢ଼ନ୍ତି, ତେବେ ସେ ଅଗଷ୍ଟ 8ରେ ଭାରତୀୟ ସମୟ ରାତି 11:55ରୁ ଫାଇନାଲ ମ୍ୟାଚ୍‌ରେ ଅଂଶଗ୍ରହଣ କରିବେ ।

ନୀରଜ ଚୋପ୍ରା ଓ କିଶୋର ଜେନାଙ୍କ ମ୍ୟାଚ୍‌ କେଉଁଠି ଦେଖିବେ ? :-

ପ୍ୟାରିସ୍ ଅଲିମ୍ପିକ୍ସ 2024ର ଏକାଧିକ ଇଭେଣ୍ଟ ଭାରତରେ Sports18 ନେଟୱାର୍କ ଟିଭି ଚ୍ୟାନେଲରେ ସିଧା ପ୍ରସାରଣ ହେଉଛି । ପ୍ୟାରିସ୍‌ ଅଲିମ୍ପିକ୍ସର ବିଭିନ୍ନ ଇଭେଣ୍ଟ Sports18 1 ଏବଂ Sports18 1 HDରେ ଇଂରାଜୀରେ ପ୍ରସାରିତ ହେଉଛି । ଏଥିରେ ତାମିଲ ଏବଂ ତେଲୁଗୁ ଭାଷା ବିକଳ୍ପ ମଧ୍ୟ ଉପଲବ୍ଧ ଅଛି । Sports18 ଓ Sports18 2ରେ ମଧ୍ୟ ଆପଣ ହିନ୍ଦୀରେ ଇଭେଣ୍ଟ ଗୁଡ଼ିକ ଦେଖିପାରିବେ । ଆପଣ ଏହି ସବୁ ଚ୍ୟାନେଲରେ ନୀରଜ ଚୋପ୍ରା ଓ ଓଡ଼ିଆ ପୁଅ କିଶୋର ଜେନାଙ୍କୁ ଲାଇଭ୍ ଦେଖିବାର ସୁଯୋଗ ପାଇବେ ।

ମୋବାଇଲ ଫୋନ୍‌ରେ ଲାଇଭ ଷ୍ଟ୍ରିମିଂ କେମିତି ଦେଖିବେ ? :-

ଆପଣ ପ୍ୟାରିସ୍ ଅଲିମ୍ପିକ୍ସ 2024ର ଲାଇଭ୍ ଷ୍ଟ୍ରିମିଂ JioCinema ଆପ୍ ଏବଂ ୱେବସାଇଟରେ ଦେଖିପାରିବେ, ଯାହା ସମ୍ପୂର୍ଣ୍ଣ ମାଗଣା । ଆପଣ ଏଠାରେ ନୀରଜ ଚୋପ୍ରା ଏବଂ ଓଡ଼ିଆ ପୁଅ କିଶୋର ଜେନାଙ୍କ ଲାଇଭ ମ୍ୟାଚ୍‌ ମଧ୍ୟ ଦେଖିପାରିବେ ।

ଟୋକିଓ ଅଲିମ୍ପିକ୍ସ ଇତିହାସ ଦୋହରାଇବେ ନୀରଜ :-

ଟୋକିଓ ଅଲିମ୍ପିକ୍ସ 2020ରେ ଆଥଲେଟିକ୍ସରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍‌ ସ୍ବର୍ଣ୍ଣ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଥିଲେ । ଟୋକିଓ ଗେମ୍ସରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ, ନୀରଜ 2022ରେ ଡାଇମଣ୍ଡ ଲିଗ୍ ଟାଇଟଲ୍ ଏବଂ 2023ରେ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ନିଜ ଦବଦବା ଜାହିର କରିଥିଲେ । ବର୍ତ୍ତମାନ ସେ ଜାଭେଲିନ୍ ଥ୍ରୋରେ ବର୍ତ୍ତମାନର ବିଶ୍ବ ଚମ୍ପିଆନ୍ ଭାବରେ ପ୍ୟାରିସ୍ ଅଲିମ୍ପିକ୍ସରେ ପହଞ୍ଚିଛନ୍ତି । ଭାରତ ପୁଣିଥରେ ନୀରଜ ଚୋପ୍ରାଙ୍କ ସ୍ବର୍ଣ୍ଣ ପଦକ ପାଇଁ ଆଶା ରଖିଛି । ପ୍ୟାରିସ୍ ଅଲିମ୍ପିକ୍ସରେ ଆଉ ଏକ ଐତିହାସିକ ପ୍ରଦର୍ଶନ ଦେବା ଉଦ୍ଦେଶ୍ୟରେ ନୀରଜ ଚୋପ୍ରାଙ୍କ ଉପରେ ଭାରତ ନଜର ରଖିବ । ଦେଶର ପଦକ ଆଶାର ଭାରକୁ ନିଜ କାନ୍ଧରେ ନେଇ ନୀରଜ ପୁଣି ଥରେ ଜାଭେଲିନ ଫିଙ୍ଗିବାକୁ ପ୍ରସ୍ତୁତ ଅଛନ୍ତି ।

କିଶୋରଙ୍କ ଉପରେ ସାରା ଦେଶର ନଜର :-

2015 ମସିହାରୁ କିଶୋର ଜାଭେଲିନ ଥ୍ରୋରେ ସାମିଲ ହୋଇଥିଲେ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ଥିଲା କିଶୋରଙ୍କ କ୍ରୀଡ଼ା କ୍ୟାରିୟରର ଏନ୍ତୁଡ଼ିଶାଳ । ଏଇଠୁ ଆରମ୍ଭ ହୁଏ କିଶୋରଙ୍କ ଅଭ୍ୟାସ । ଏହାପରଠୁ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଜିଲ୍ଲାସ୍ତରରୁ ରାଜ୍ୟସ୍ତରୀୟ, ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସାମିଲ ହୋଇ ପଦକ ହାସଲ କରିଥିଲେ । 2023 ଜୁନରେ ଭୁବନେଶ୍ବରରେ ହୋଇଥିବା ଜାତୀୟସ୍ତରୀୟ ପ୍ରତିଯୋଗିତାରେ କିଶୋର ରୌପ୍ୟ ପଦକ ଜିତିଥିଲେ । ସେହିପରି 2023ରେ ବୁଦାପେଷ୍ଟ ଅନୁଷ୍ଠିତ ବିଶ୍ବ ଆଥଲେଟିକ ଚମ୍ପିଆନସିପରେ ପଞ୍ଚମ ସ୍ଥାନ ହାସଲ କରିଥିଲେ । 84.77 ମିଟର ଜାଭେଲିନ ଫିଙ୍ଗି ସେ ନିଜର ସବୁଠୁ ଭଲ ରେକର୍ଡ କରିଥଲେ । ଗତ 2023 ଅକ୍ଟୋବର 4 ତାରିଖରେ ଚୀନରେ ଅନୁଷ୍ଠିତ ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଗୌରବ ଆଣିଥିଲେ । ସେଠାରେ ତାଙ୍କର ବ୍ୟକ୍ତିଗତ ରେକର୍ଡ ଥ୍ରୋ ଥିଲା 87.54 ମିଟର । ଆଜି ସେ ମଧ୍ୟ ନାରଜଙ୍କ ସହ ଦେଶକୁ ମେଡାଲ ଆଣିବାକୁ ଶତପ୍ରତିଶତ ଚେଷ୍ଟା କରିବେ

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକରେ ପ୍ରଥମ ବ୍ୟକ୍ତିଗତ ପଦକ ଜିତିବେ କି କିଶୋର ଜେନା; ଜାଣନ୍ତୁ କେତେ ପ୍ରସ୍ତୁତ, କିଏ ଦେବେ ଚ୍ୟାଲେଞ୍ଜ ? ଓଡିଆ ପୁଅ କହିଲେ ବେଷ୍ଟ ଦେବି - Kishore Jena on Paris Olympics

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସରେ ଆଜି ଓଡ଼ିଆ ପୁଅ କିଶୋରଙ୍କ ଭାଗ୍ୟ ପରୀକ୍ଷା, ମ୍ୟାଚ ପୂର୍ବରୁ ଏମିତି କହିଲେ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 6, 2024, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.