ETV Bharat / sports

ଅଲିମ୍ପିକରେ ପ୍ରଥମ ବ୍ୟକ୍ତିଗତ ପଦକ ଜିତିବେ କି କିଶୋର ଜେନା; ଜାଣନ୍ତୁ କେତେ ପ୍ରସ୍ତୁତ, କିଏ ଦେବେ ଚ୍ୟାଲେଞ୍ଜ ? ଓଡିଆ ପୁଅ କହିଲେ ବେଷ୍ଟ ଦେବି - Kishore Jena on Paris Olympics

author img

By ETV Bharat Odisha Team

Published : Jul 17, 2024, 10:39 AM IST

Updated : Jul 17, 2024, 10:46 AM IST

I Want To Give My Best At Paris Olympics says Kishore Jena: ଚଳିତ ପ୍ୟାରିସ ଅଲିମ୍ପିକରେ ବ୍ୟକ୍ତିଗତ ସ୍ତରରେ ନୀରଜ ଚୋପ୍ରାଙ୍କ ପରେ ଓଡିଶାର କିଶୋର ଜେନା ଜାଭଲିନ ଥ୍ରୋରେ ପଦକ ଜିତିବା ନେଇ ଦେଶବାସୀ ବେଶ ଆଶାବାଦୀ ରହିଛନ୍ତି । କାରଣ କିଶୋର ନୀରଜଙ୍କ ପରେ ଭାରତର ଶ୍ରେଷ୍ଠ ଜାଭଲିନ ଥ୍ରୋୟର । ଏପରିକି ନିକଟରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଇଭେଣ୍ଟରେ ସେ କାମାଲ ଦେଖାଇଛନ୍ତି । ପ୍ରତି ଇଭେଣ୍ଟରେ କିଶୋରଙ୍କର ଥ୍ରୋୟିଂ ଡିଷ୍ଟାନ୍ସରେ ବୃଦ୍ଧି ଘଟୁଛି । ଅଧିକ ପଢନ୍ତୁ

kishore jena
kishore jena (ETV Bharat Odisha)

ହାଇଦ୍ରାବାଦ: ଅଲିମ୍ପିକ ଇଭେଣ୍ଟ ପୂର୍ବରୁ ଓଡିଆ ପୁଅ କିଶୋର ଜେନାଙ୍କ ବଡ ବୟାନ । ପ୍ୟାରିସ ଅଲିମ୍ପିକରେ ବେଷ୍ଟ ଦେବି କହିଲେ ଭାରତର ଦ୍ବିତୀୟ ଷ୍ଟାର ଜାଭଲିନ ଥ୍ରୋୟର କିଶୋର ଜେନା । ଦେଶର ଗୋଲଡେନ୍ ବୟ ନୀରଜ ଚୋପ୍ରାଙ୍କ ପରେ ଜାଭଲିନ୍ ଥ୍ରୋରେ ଦ୍ବିତୀୟରେ ରହିଛନ୍ତି ଓଡିଆ ପୁଅ କିଶୋର । ନୀରଜ ଚୋପ୍ରା ଗତ ଟୋକିଓ ଅଲିମ୍ପିକରେ ଜାଭଲିନ ଥ୍ରୋ ଇଭେଣ୍ଟରେ ଦେଶରୁ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ ।

କିଶୋର ଜେନାଙ୍କ ଖେଳ ଜୀବନ- କିଶୋର ଜେନାଙ୍କ କ୍ରୀଡା କ୍ୟାରିଅର ଅତ୍ୟନ୍ତ ଚ୍ୟାଲେଞ୍ଜିଂ ରହିଆସିଛି । କିଶୋରଙ୍କ ଜାଭଲନ୍ ଥ୍ରୋ ପ୍ରତି ପ୍ରବଳ ଆଗ୍ରହ ଥିଲେ ସୁଦ୍ଧା ପରିବାର ପାଇଁ ସେ ସିଆଇଏଫରେ ଯୋଗ ଦେଇଥିଲେ । 3 ବର୍ଷ ଚାକିରି ମଧ୍ୟରେ ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ସଫଳତା ତାଙ୍କୁ ପୁଣି ଜାଭଲିନ ଥ୍ରୋ ପାଇଁ ପ୍ରେରଣା ଯୋଗାଇଥିଲା । ସେ ଜାଭଲିନ ଥ୍ରୋ ଯାତ୍ରା 2014 -15ରେ ଆରମ୍ଭ କରିଥିଲେ । ତେବେ ଗତ 20 ବର୍ଷ ଧରି ଓଡିଶାର ଜାଭଲିନ୍ ଥ୍ରୋ ରେକର୍ଡ ଥିଲା 65 ମିଟର । 2017 ସେପ୍ଟେମ୍ବରରେ କିଶୋର 72.77 ମିଟର ଜାଭଲିନ ଫୋପାଡି 20 ବର୍ଷର ରେକର୍ଡ ଭାଙ୍ଗିଥିଲେ । ଆଉ ଏହା ତାଙ୍କୁ ବହୁତ ଆତ୍ମବିଶ୍ବାସ ପ୍ରଦାନ କରିଥିଲା । ପରେ 2018ରେ ସେ ସିଆଇଏସଏଫରେ ଖେଳ କୋଟାରେ ଚାକିରି ଆରମ୍ଭ କରିଥିଲେ । ଏହି ସମୟରେ 2018-20 ମଧ୍ୟରେ ସେ ଖେଳ ଅପେକ୍ଷା ଚାକିରି ଉପରେ ଫୋକସ କରୁଥିଲେ ବୋଲି ସୂଚନା ରହିଛି ।

Kishore Jena (right) with Neeraj Chopra
Kishore Jena (right) with Neeraj Chopra (ETV Bharat Odisha)

ତେବେ କିଶୋର ଜେନା କହିଛନ୍ତି ଯେ ଯେତେବେଳେ ନୀରଜ ଚୋପ୍ରା 2020 ଟୋକିଓ ଅଲିମ୍ପକରେ ସ୍ବର୍ଣ୍ଣ ଜିତିଲେ, ଏହା ମୋ ପାଇଁ ଥିଲା ଟର୍ଣ୍ଣିଂ ପଏଣ୍ଟ । ଆଉ ଏହା ପରେ ମୁଁ ଏହି ଜାଭଲିନରେ ହିଁ ଆଗକୁ ବଢିବି ବୋଲି ନିଷ୍ପତ୍ତି ନେଇଥିଲି । ଏହା ପରେ ସିଆଇଏସଏଫ୍ କୋଚ ମୋତେ କହିଥିଲେ ଯଦି ମୁଁ 75 ମିଟର ଜାଭଲିନ ଫୋପାଡି ପାରିବି ତାହାଲେ ନ୍ୟାସନାଲ କ୍ୟାମ୍ପକୁ ଚୟନ ହୋଇପାରିବି । ଏହା ପରେ ମୁଁ କଠିନ ପରିଶ୍ରମ କରିଥିଲି । ଆଉ ପ୍ରଥମ ଥ୍ରୋରେ ଜାଭଲିନକୁ 76.4 ମିଟର ଫୋପାଡି କ୍ୟାମ୍ପକୁ ଚୟନ ହୋଇଥିଲି ।

"ମୁଁ ଲେବାନନ ନ୍ୟାସନାଲ ଚାମ୍ପିଅନସିପରେ ଭୋଗ ନେଇଥିଲି । ସେଠାରେ ମୁଁ 78 ମିଟର ଜାଭଲିନ ଥ୍ରୋ କରିଥିଲି । କିନ୍ତୁ ଅଧିକା ମିଟର ଫୋପାଡିବା ପାଇଁ ଯେତେ ଚେଷ୍ଟା କଲେ ବି ମୁଁ ସଫଳ ହୋଇନଥିଲି । ଏହା ପରେ ମୋ ବାପା ମୋ ଆତ୍ମବିଶ୍ବାସ ବଢାଇଥିଲେ ଏବଂ ମୁଁ ପରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଜାଭଲିନ ପ୍ରତିଯୋଗିତାରେ ଭାଗ ନେଇଥିଲି," ବୋଲି କହିଛନ୍ତି କିଶୋର ।

kishore jena
kishore jena (ETV Bharat Odisha)

ଆଉ ଶ୍ରୀଲଙ୍କାରେ ବଦଳିଥିଲା କିଶୋରଙ୍କ ଭାଗ୍ୟ । ସେଠାରେ 84.38 ମିଟର ଜାଭଲିନ ଥ୍ରୋ କରିଥିଲେ କିଶୋର । ଏହା ପରେ କିଶୋର ଜେନା 2022 ଏସିଆନ ଗେମ୍ସ ଏବଂ 2023 ଓ୍ବାର୍ଲ୍ଡ ଚାମ୍ପିଆନସିପରେ ଭାଗ ନେଇ ପ୍ୟାରିସ ଅଲିମ୍ପିକ୍ 2024 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରକାଶ ଯେ, କିଶୋର ଓ୍ବାର୍ଲ୍ଡ ଚମ୍ପିଆନସିପରେ 84.77 ମିଟର ଜାଭଲିନ ଫୋପାଡି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏପରିକି ଏସିଆନ ଗେମ୍ସରେ ମଧ୍ୟ 87.54 ମିଟର ଜାଭଲିନ ଫୋପାଡିଥିଲେ କିଶୋର ।

2022ରେ ଦମଦାର ପ୍ରଦର୍ଶନ ପାଇଁ କିଶୋର ରୌପ୍ୟ ପଦକ ବିଜୟୀ ହୋଇଛନ୍ତି । ଓ୍ବାର୍ଲ୍ଡ ଚାମ୍ପିଅନସିପରେ ମଧ୍ୟ ଟପ୍ -5 ମଧ୍ୟରେ ସ୍ଥାନ ପାଇଛନ୍ତି । ଏବେ ପ୍ୟାରିସରେ କଣ କମାଲ କରିବେ କିଶୋର ତାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 17, 2024, 10:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.