ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: 10 ଘଣ୍ଟାରେ ସାଢ଼େ 4 କେଜି ଓଜନ କମାଇଲେ ଅମନ; 100 ଗ୍ରାମ ପାଇଁ ପଦକ ହରାଇଥିଲେ ଭିନେଶ - Paris Olympics 2024

author img

By ETV Bharat Sports Team

Published : Aug 10, 2024, 1:18 PM IST

Paris Olympics 2024 Aman Sehrawat : ଭିନେଶଙ୍କ ଭଳି ବଢ଼ି ଯାଇଥିଲା ଅମନ ସେରୱତଙ୍କ ଓଜନ । ପ୍ରଶିକ୍ଷକଙ୍କୁ ଘାରିଲା ଅଯୋଗ୍ୟ ଘୋଷଣା ହୋଇଯିବା ଭୟ । ବ୍ରୋଞ୍ଜ ମେଡାଲ ମ୍ଯାଚ୍‌ ପୂର୍ବରୁ 10 ଘଣ୍ଟାରେ 4.6 କୋଜି ଓଜନ କମାଇଲେ ଅମନ । ଭାରତ ପାଇଁ କାଂସ୍ୟ ପଦକ ଜିତି ରଚିଲେ ଇତିହାସ । ଅଧିକ ପଢ଼ନ୍ତୁ

Paris Olympics 2024 Aman Sehrawat
Paris Olympics 2024 Aman Sehrawat (IANS Photo)

ପ୍ୟାରିସ (ଫ୍ରାନ୍ସ): ଅଲିମ୍ପିକ୍ସରେ ଭାରତକୁ ଶୁକ୍ରବାର ମିଳିଛି ଷଷ୍ଠ ପଦକ । କୁସ୍ତିରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି କୁସ୍ତିଯୋଦ୍ଧା ଅମନ ସେରାୱତ । ନିଜର ପ୍ରଥମ ଅଲିମ୍ପିକ୍ସରେ ସେ ଦେଶକୁ ପଦକ ଭେଟି ଦେଇଛନ୍ତି । ଅଲିମ୍ପିକ୍ସରେ ପଦକ ହାସଲ କରିବାରେ ସର୍ବକନିଷ୍ଠ ଆଥଲେଟ ହେଉଛନ୍ତି ଅମନ । ପୁରୁଷ ଫ୍ରିଷ୍ଟାଇଲ 57 କେଜି ବର୍ଗରେ ସେ ପୁଏରଟୋରିକୋର ଡାରିଆନ କ୍ରୁଜଙ୍କୁ 13-5ରେ ପରାସ୍ତ କରି ମେଡାଲ ହାସଲ କରିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ? ଅମନଙ୍କ ଓଜନ ମଧ୍ୟ ଭିନେଶ ଫୋଗତଙ୍କ ଭଳି ବହୁତ ଅଧିକ ରହିଥିଲା । ହେଲେ ନିରାଶ ନହୋଇ ମେଡାଲ ମ୍ୟାଚ୍‌ ପୂର୍ବରୁ କେବଳ 10 ଘଣ୍ଟାରେ ପ୍ରବଳ ପରିଶ୍ରମ କରି ନିଜର ଓଜନ 4.6 କିଲୋଗ୍ରାମ କମ କରିଥିଲେ ।

10 ଘଣ୍ଟାରେ କମିଲା 4.6 କେଜି :-

ଅମନ ସେରାୱତ ପୁରୁଷ ଫ୍ରିଷ୍ଟାଇଲ 57 କିଲୋଗ୍ରାମ ଓଜନ ବର୍ଗରେ ଭାଗ ନେଇଥିଲେ । ହେଲେ ଗୁରୁବାର ସେମିଫାଇନାଲ ହାରିଯିବା ପରେ ତାଙ୍କ ଓଜନ 61.5 କିଲୋଗ୍ରାମ ରହିଥିଲା । ଯାହା ପୁରୁଷ 57 କିଲୋଗ୍ରାମ ବର୍ଗର ଗ୍ରହଣୀୟ ସୀମା ଠାରୁ ଠିକ 4.5 କିଲୋଗ୍ରାମ ଅଧିକ ଥିଲା । 6 ଜଣିଆ କୁସ୍ତି ଦଳ ସହ ଜଡ଼ିତ ଦୁଇ ବରିଷ୍ଠ ଭାରତୀୟ ପ୍ରଶିକ୍ଷକ ଜଗମନ୍ଦର ସିଂହ ଓ ବୀରେନ୍ଦ୍ର ଦହିୟା ଗୋଟିଏ ଲକ୍ଷ୍ୟ ଥିଲା, ଭିନେଶ ଫୋଗତଙ୍କ ସହ ଯାହା ଘଟିଲା, ତାହା ଆଉ କାହା ସହିତ ନଘଟୁ । କେମିତି ବି ହେଉ, ଅମନଙ୍କ ଓଜନ ହ୍ରାସ କରିବାକୁ ସେହିଦିନ ହିଁ ଆରମ୍ଭ ହେଲା ମିଶନ । ଦେଢ଼ ଘଣ୍ଟାର ମ୍ୟାଟ୍‌ ସେସନରେ ଦୁଇଜଣ ବରିଷ୍ଠ ପ୍ରଶିକ୍ଷକ ତାଙ୍କ ସହ କୁସ୍ତି ଲଢ଼ିଥିଲେ । ଏହାପରେ ଘଣ୍ଟାଏ ପର୍ଯ୍ୟନ୍ତ ହଟ୍‌ ବାଥ ସେସନ ଚାଲିଲା । ରାତି ପ୍ରାୟ 12ଟା 30ରେ ଅମନଙ୍କୁ ନେଇ ଜିମ ଗଲେ । ସେଠାରେ ଅମନ ଟ୍ରେଡମିଲ ଉପରେ ଘଣ୍ଟାଏ ପର୍ଯ୍ୟନ୍ତ ଦୌଡ଼ିଲେ । ପ୍ରଚୁର ଝାଳ ବୋହିବା ଓଜନ ହ୍ରାସରେ ସାହାଯ୍ୟ କଲା । ଏଭଳି ରାତି ସାରା ଝାଳବୁହା ପରିଶ୍ରମ ପରେ ଭୋର 4ଟା 30 ବେଳକୁ ଅମନଙ୍କ ଓଜନ 56.9 କିଲୋଗ୍ରାମ ଥିଲା । ଯାହା 57 କିଲୋଗ୍ରାମ ବର୍ଗର ଗ୍ରହଣୀୟ ସୀମା ଠାରୁ 100 ଗ୍ରାମ କମ ଥିଲା ।

100 ଗ୍ରାମ ପାଇଁ ଫାଇନାଲରୁ ଅଯୋଗ୍ୟ ହୋଇଛନ୍ତି ଭିନେଶ :-

ପ୍ୟାରିସ ଅଲିମ୍ପିକ୍ସ 2024ରେ 50 କିଲୋଗ୍ରାମ ମହିଳା ଫ୍ରିଷ୍ଟାଇଲ କୁସ୍ତି ଫାଇନାଲରେ ପହଞ୍ଚି ଇତିହାସ ରଚିଥିଲେ ଭାରତୀୟ ଷ୍ଟାର ରେସଲର ଭିନେଶ ଫୋଗତ । ବୁଧବାର ତାଙ୍କର ଫାଇାନଲ ମ୍ୟାଚ୍‌ ରହିଥିଲା । ସାରା ଦେଶ ଭିନେଶଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରିଥିବାବେଳେ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । କାରଣ ଥିଲା ତାଙ୍କର ଓଜନ ନିର୍ଦ୍ଧାରିତ ଓଜନ ଠାରୁ 100 ଗ୍ରାମ ଅଧିକ ରହିଥିଲା । ୱାର୍ଲ୍ଡ ରେସଲିଂର ଏଭଳି ନିଷ୍ପତ୍ତି ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହାପରେ ଭିନେଶ ଫୋଗତ ଏବଂ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ (CAS)ରେ ଅଯୋଗ୍ୟତା ନିଷ୍ପତ୍ତି ବିରୋଧରେ ଆବେଦନ କରିଛନ୍ତି । ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଭିନେଶ ଫୋଗତଙ୍କ ଆବେଦନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଆର୍ବିଟ୍ରେସନ୍ କୋର୍ଟ କହିଛନ୍ତି ।

ବ୍ରୋଞ୍ଜ ଜିତି ଇତିହାସ ରଚିଲେ ଅମନ :-

ଦେଶର ସର୍ବକନିଷ୍ଠ ଖେଳାଳି ଭାବେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛନ୍ତି ଅମନ । ମାତ୍ର 21 ବର୍ଷ ବୟସରେ ସେ ବ୍ରୋଞ୍ଜ ପଦକ ହାସଲ କରି ଦେଶକୁ ଗର୍ବିତ କରାଇଛନ୍ତି । 2016 ରିଓ ଅଲିମ୍ପିକ୍ସରେ ଭାରତୀୟ ଷ୍ଟାର ସଟଲର ପିଭି ସିନ୍ଧୁ ସର୍ବକନିଷ୍ଠ ଭାବେ ପଦକ ଜିତିଥିଲେ । ସେତେବେଳେ ତାଙ୍କୁ 21 ବର୍ଷ 4 ମାସ ହୋଇଥିଲା । ଅମନଙ୍କୁ 21 ବର୍ଷ 24 ଦିନ ହୋଇଥିବା ବେଳେ ମେଡାଲ ଜିତିଛନ୍ତି । ସେହିଭଳି ଏହା ତାଙ୍କର ପ୍ରଥମ ଅଲିମ୍ପିକ୍ସ ଥିଲା । ଚଳିତ ଅଲିମ୍ପିକ୍ସରେ ତୃତୀୟ ଡେବ୍ୟୁଟାଣ୍ଟ ଭାବେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଡେବ୍ୟୁଟାଣ୍ଟ ଭାବେ ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ ବ୍ୟକ୍ତିଗତ ପୁରୁଷ ସୁଟିଂ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେହିପରି 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ସରବଜୋତ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.