ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ: ହକିରେ ଆସିବ ମେଡାଲ; ଜାଣନ୍ତୁ କେବେ ଓ କାହା ସହିତ ଖେଳିବ ଭାରତ - Paris Olympics 2024

author img

By ETV Bharat Sports Team

Published : Aug 3, 2024, 5:13 PM IST

Paris Olympics 2024 Indian Mens Hockey Team Schedule : ରବିବାର କ୍ବାର୍ଟର ଫାଇନାଲ୍‌ ମୁକାବିଲା ଖେଳିବ ଭାରତୀୟ ହକି ଦଳ । ଜାଣନ୍ତୁ କେତେବେଳେ ଏବଂ କେଉଁ ଦଳ ବିପକ୍ଷରେ ଓହ୍ଲାଇବ ଟିମ୍‌ ଇଣ୍ଡିଆ,

Paris Olympics 2024 Indian Mens Hockey Team
Paris Olympics 2024 Indian Mens Hockey Team (AP Photo)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତୀୟ ପୁରୁଷ ହକି ଦଳଠାରୁ 140 କୋଟି ଦେଶବାସୀ ଅଲିମ୍ପିକ୍ସ ମେଡାଲ ଅପେକ୍ଷାରେ ରହିଛନ୍ତି । ଏପର୍ଯ୍ୟନ୍ତ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି । ଏହା ସହିତ ଟିମ୍‌ ଇଣ୍ଡିଆ କ୍ୱାର୍ଟର ଫାଇନାଲରେ ମଧ୍ୟ ପ୍ରବେଶ କରିଛି । ତେବେ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଭାରତ କେବେ ଖେଳିବ ଓ ଏହି ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ଭାରତୀୟ ଦଳ କେଉଁ ଦଳକୁ ସାମ୍ନା କରିବ, ଏଠାରେ ଜାଣନ୍ତୁ,

ଏହି ଦଳ ସହ ଖେଳାଯିବ କ୍ବାର୍ଟର ଫାଇନାଲ :-

ପ୍ୟାରିସ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରୁଥିବା ଭାରତୀୟ ପୁରୁଷ ହକି ଦଳ କ୍ବାର୍ଟର ଫାଇନାଲରେ ଗ୍ରେଟ ବ୍ରିଟେନ ଦଳକୁ ଭେଟିବ । ଏହି ମ୍ୟାଚ୍‌ ଆସନ୍ତାକାଲି (ଅଗଷ୍ଟ 4) ରବିବାର ଦିନ ଭାରତୀୟ ସମୟ ଅପରାହ୍ନ 1:30ରୁ ଖେଳାଯିବ । ଗତ ପୁଲ୍-ବି ମ୍ୟାଚ୍‌ରେ 52 ବର୍ଷର ପରାଜୟ ଧାରା ଭାଙ୍ଗି ଅଲିମ୍ପିକ୍ସରେ ଚୀର-ପ୍ରତିଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ 3-2ରେ ପରାସ୍ତ କରିଛି ଭାରତୀୟ ଦଳ । ଏହି ବିଜୟ ପରେ ଭାରତୀୟ ଖେଳାଳିଙ୍କର ଆତ୍ମବିଶ୍ବାସ ​​ଦୃଢ଼ିଭୂତ ହୋଇଛି । ଭାରତର 140 କୋଟି ଦେଶବାସୀ ମଧ୍ୟ ଏଥର ନିଜ ଦଳଠାରୁ ସ୍ବର୍ଣ୍ଣ ପଦକ ଆଶା ରଖିଛନ୍ତି । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିଲା ।

ପ୍ୟାରିସ ଅଲିମ୍ପିକ୍ସ ହକି କ୍ବାର୍ଟର ଫାଇନାଲ ମ୍ୟାଚ୍‌ ସୂଚୀ :-

  • ଅଗଷ୍ଟ 4 ରବିବାର ଦିନ ପୁଲ୍-ଏ ବିଜେତା ଜର୍ମାନୀ କ୍ବାର୍ଟର ଫାଇନାଲରେ ପୁଲ୍-ବିରେ ଚତୁର୍ଥ ସ୍ଥାନ ହାସଲ କରିଥିବା ଆର୍ଜେଣ୍ଟିନାକୁ ଭେଟିବ
  • ପୁଲ୍-ବି ଟେବୁଲ୍ ଟପ୍ପର ତଥା ଅଲିମ୍ପିକ୍ ଚମ୍ପିଆନ୍ ବେଲଜିୟମ୍ ପୁଲ୍-ଏ ଚତୁର୍ଥ ସ୍ଥାନରେ ଥିବା ସ୍ପେନ ସହିତ ମୁହାଁମୁହିଁ ହେବ
  • ପୁଲ୍-ଏରେ ନେଦରଲ୍ୟାଣ୍ଡ ଦ୍ବିତୀୟ ସ୍ଥାନ ଅଧିକାର କରିଛି ଏବଂ କ୍ବାର୍ଟର ଫାଇନାଲରେ ପୁଲ୍-ବିରେ ତୃତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ଭେଟିବ
  • ପୁଲ୍-ବି ରନର୍ ଅପ୍ ହୋଇଥିବା ଭାରତୀୟ ଦଳ ପୁଲ୍-ଏରେ ତୃତୀୟ ସ୍ଥାନରେ ଥିବା ଗ୍ରେଟ୍ ବ୍ରିଟେନ ଦଳକୁ ଭେଟିବ

1980ରେ ଭାରତ ହକିରେ ଜିତିଥିଲା ଶେଷ ସ୍ବର୍ଣ୍ଣ ପଦକ :-

1980 ମସିହାରେ ମସ୍କୋ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । ପ୍ୟାରିସରେ କଙ୍ଗାରୁସ ବିପକ୍ଷ ମ୍ୟାଚ୍‌ରେ 2ଟି ଚମତ୍କାର ଗୋଲ ସ୍କୋର କରି ବିଜୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତର ଅଧିନାୟକ ହରମନପ୍ରୀତ ସିଂହ କହିଛନ୍ତି, 'ଆମେ ଅଲିମ୍ପିକ୍ସରେ ଆମର ଅଭିଯାନକୁ ବିଜୟ ସହ ଆରମ୍ଭ କରିଛୁ ଏବଂ ଆମେ ନିଷ୍ପତ୍ତି ନେଇଛୁ ଏକ ମ୍ୟାଚ୍ ଜିତି ଅଭିଯାନ ଶେଷ କରିବୁ ।' ଏଥିରୁ ଭାରତୀୟ ଅଧିନାୟକଙ୍କ ଆଭିମୁଖ୍ୟ ସ୍ପଷ୍ଟ । କୌଣସି ବି ପରିସ୍ଥିତିରେ ସେ ଭାରତ ପାଇଁ ଏହି ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାକୁ ଚାହୁଁଛନ୍ତି ।

6 ଅଗଷ୍ଟରେ ସେମିଫାଇନାଲ :-

ଏଠାରେ ଉଲ୍ଲେଖଯୋଗ୍ୟ, ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ପୁରୁଷ ହକି ସେମିଫାଇନାଲ ମ୍ୟାଚ୍‌ 6 ଅଗଷ୍ଟରେ ଖେଳାଯିବ । ପୁରୁଷ ହକି କ୍ବାର୍ଟର ଫାଇନାଲ ବିଜେତା ଦଳଙ୍କ ମଧ୍ୟରେ ଏଅହି ମ୍ୟାଚ୍‌ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.