ETV Bharat / sports

ଭାରତୀୟ ହକି ଟିମର ପ୍ରଥମ ପରାଜୟ, 2-1ରେ ହରାଇଲା ବେଲଜିୟମ୍ - INDIAN HOCKEY TEAM AT OLYMPICS

author img

By ETV Bharat Sports Team

Published : Aug 1, 2024, 3:55 PM IST

Updated : Aug 1, 2024, 4:33 PM IST

Paris Olympics 2024 Hockey: ଭାରତୀୟ ହକି ଟିମର ପ୍ରଥମ ପରାଜୟ । 2-1ରେ ବେଲଜିୟମଠୁ ହାରିଲା । ତଥାପି ଭାରତ କ୍ବାର୍ଟର ଫାଇନାଲରେ ପହଞ୍ଚିଛି । କାରଣ ବେଲଜିୟମ ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତର କ୍ବାର୍ଟର ଫାଇନାଲ ଖେଳିବା ପକ୍କା ହୋଇଛି । ଅଧିକ ପଢନ୍ତୁ

India vs Belgium
India vs Belgium (AP Photos)

ପ୍ୟାରିସ (ଫ୍ରାନ୍ସ): ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ପ୍ରଥମ ଥର ପରାଜିତ ହୋଇଛି ଭାରତୀୟ ହକି ଟିମ୍ । ଗୁରୁବାର ପୁଲ-ବିରେ ଖେଳାଯାଇଥିବା ଗ୍ରୁପ ଷ୍ଟେଜ ମ୍ୟାଚରେ ଭାରତୀୟ ଟିମ୍ ଶକ୍ତିଶାଳୀ ବେଲଜିୟମଠାରୁ 1-2 ଗୋଲରେ ପରାଜିତ ହୋଇଛି ।

ଏହା ବି ପଢନ୍ତୁ- PARIS OLYMPICS 2024: ଭାରତକୁ ମିଳିଲା 3ୟ ମେଡାଲ, 50 ମିଟର ରାଇଫଲ 3 ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ସ୍ବପ୍ନୀଲ - swapnil kusale won bronze

ଗ୍ରୁପ ଷ୍ଟେଜର ଶେଷ ମ୍ୟାଚରେ ଭାରତ ବେଲଜିୟମଠାରୁ 2-1ରେ ପରାଜିତ ହୋଇଛି । ପ୍ରଥମ କ୍ବାର୍ଟର ଗୋଲ ଶୂନ୍ୟ ରହିଥିଲା । ପରେ ଭାରତ ଦ୍ବିତୀୟ କ୍ବାର୍ଟରରେ (18 ମିନିଟ)ରେ ପ୍ରଥମ ଗୋଲ ସ୍କୋର କରି ମ୍ୟାଚରେ 1-0 ଗୋଲରେ ଆଗରେ ଥିଲା । ଭାରତ ପକ୍ଷରୁ ଅଭିଶେକ ଏହି ଗୋଲ ସ୍କୋର କରିବା ସହିତ ଅଲମ୍ପିକ୍ସରେ ପ୍ରଥମ ଫିଲ୍ଡ ଗୋଲ ସ୍କୋର କରିଥିଲେ । କନ୍ତୁ ପ୍ରଥମାର୍ଦ୍ଧ ପରେ ମ୍ୟାଚରେ କମବ୍ୟାକ କରିଥିଲା ବେଲଜିୟମ୍ । ମ୍ୟାଚର 33 ମିନିଟରେ ଥିବୁ ଷ୍ଟୋକ୍ସବ୍ରୋକ୍ସ ଏବଂ 44 ମିନିଟରେ ଜନ-ଜନ ଡୋମେନ୍ (ପେନିଲ୍ଟି କର୍ଣ୍ଣର)ରେ ଗୋଲ ସ୍କୋର କରି ବେଲଜିୟମକୁ 2-1ରେ ଆଗକୁ ନେଇଥିଲେ ।

ଏହି ବି ପଢନ୍ତୁ- ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା, ପ୍ରି-କ୍ବାର୍ଟର ଫାଇନାଲରେ ନିଖତ ପରାଜିତ, ପଦକ ଆଶା ମଉଳିଗଲା - end of Nikhat campaign

ଭାରତୀୟ ହକି ଟିମର ପ୍ରଥମ ପରାଜୟ-

ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଏହା ଭାରତୀୟ ହକି ଟିମର ଆଜିର ମ୍ୟାଚ ଥିଲା ପ୍ରଥମ ପରାଜୟ । 2020 ଟୋକିଓ କାଂସ୍ୟ ପଦକ ବିଜୟୀ ହକି ଟିମ୍ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଗ୍ରୁପ ଷ୍ଟେଜରେ ଏହା ପୂର୍ବରୁ 3ଟି ମ୍ୟାଚ ଖେଳି 2ଟି ବିଜୟ ହାସଲ କରିଥିଲା । ଷ୍ଟାର ଡ୍ରାଗ ଫିଲ୍ଡର ହରମନପ୍ରୀତ ସିଂଙ୍କ ନେତୃତ୍ବାଧୀନ ଭାରତୀୟ ଦଳ 3-2 ଗୋଲରେ ନ୍ୟୁଜିଲାଣ୍ଡକୁ ପରାଜିତ କରିଥିବା ବେଳେ ଆୟରଲ୍ୟାଣ୍ଡ ବିପକ୍ଷରେ 2-0ରେ ବିଜୟୀ ହୋଇଥିଲା । ତେବେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ 1-1ରେ ଡ୍ର ଥିଲା ।

କ୍ବାର୍ଟର ଫାଇନାଲରେ ଭାରତୀୟ ହକି ଟିମ୍-

ବେଲଜିୟମଠୁ ହାରିଥିଲେ ମଧ୍ୟ କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି ହରମନପ୍ରୀତ ସିଂହ ଆଣ୍ଡ କୋ ଟିମ୍ । ତେବେ ଭାରତ ବର୍ତ୍ତମାନ ଗ୍ରୁପ-ବିର ଟପ୍ 4ରେ ରହିଛି । ବେଲଜିୟମ୍ ଅଷ୍ଟ୍ରେଲିଆକୁ ପରାଜିତ କରିଥିବାରୁ ଭାରତ କ୍ବାର୍ଟର ଫାଇନାଲରେ ଏଣ୍ଟ୍ରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2024, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.