ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ ଅଲିମ୍ପିକ୍ସ 2024ର ହକି ସେମିଫାଇନାଲରେ ଆଜି ଭାରତୀୟ ପୁରୁଷ ହକି ଦଳ ପ୍ରତିଦ୍ବନ୍ଦ୍ବୀ ଜର୍ମାନୀ ସହିତ ମୁହାଁମୁହିଁ ହେବ । 44 ବର୍ଷ ପରେ ଅଲିମ୍ପିକ୍ସ ଫାଇନାଲରେ ପହଞ୍ଚିବାକୁ ଭାରତ ପାଖରେ ସୁଯୋଗ ରହିଛି । ତେବେ ଏଥିପାଇଁ ଭାରତୀୟ ଦଳକୁ ଜର୍ମାନୀର କଡ଼ା ଆହ୍ବାନକୁ ଅତିକ୍ରମ କରିବାକୁ ପଡିବ । 1980 ମସିହା ପରେ ପ୍ରଥମ ଥର ମିଳିଥିବା ଏହି ମୌକାକୁ ହାତଛଡ଼ା କରିବାକୁ ଚାହିଁବେନି ଭାରତୀୟ ଖେଳାଳି । ଅନ୍ୟପଟେ ଆଜି 140 କୋଟି ଭାରତୀୟ ପ୍ରାର୍ଥନା କରୁଛନ୍ତି ଯେ ଭାରତୀୟ ଦଳ ଫାଇନାଲକୁ ଯୋଗ୍ୟତା ଅର୍ଜନ କରି ଦେଶ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିବ ।
𝑪𝒐𝒏𝒈𝒓𝒂𝒕𝒖𝒍𝒂𝒕𝒊𝒐𝒏𝒔 𝑮𝒆𝒓𝒎𝒂𝒏𝒚 𝒐𝒏 𝒒𝒖𝒂𝒍𝒊𝒇𝒚𝒊𝒏𝒈 𝒇𝒐𝒓 𝒕𝒉𝒆 𝑺𝒆𝒎𝒊-𝑭𝒊𝒏𝒂𝒍𝒔! 🇩🇪 🏑#Hockey #Paris2024 pic.twitter.com/iXsCfCIwgk
— International Hockey Federation (@FIH_Hockey) August 4, 2024
କ୍ବାର୍ଟର ଫାଇନାଲରେ ଏକ ରୋମାଞ୍ଚକର ମୁକାବିଲାରେ ଶୁଟଆଉଟରେ ଗ୍ରେଟ ବ୍ରିଟେନକୁ 4-2ରେ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଏଥି ସହିତ ରବିବାର କ୍ବାର୍ଟର ଫାଇନାଲରେ ଆର୍ଜେଣ୍ଟିନାକୁ 3-2ରେ ପରାସ୍ତ କରି ଜର୍ମାନୀ ହକି ଦଳ ସେମିରେ ପହଞ୍ଚିଛି । ଆଜି ଉଭୟ ଭାରତ ଓ ଜର୍ମାନୀ ମଧ୍ୟରେ କଡ଼ା ମୁକାବିଲା ହେବ । ତେବେ ଉଭୟ ଦଳ ମଧ୍ୟରେ ଥିବା ହେଡ-ଟୁ-ହେଡ୍ ରେକର୍ଡ ଏବଂ ଆପଣ କେତେବେଳେ ଓ କେଉଁଠାରେ ଭାରତର ମ୍ୟାଚ୍ ଲାଇଭ୍ ଦେଖିପାରିବେ, ଏଠାରେ ନଜର ପକାନ୍ତୁ,
𝑪𝒐𝒏𝒈𝒓𝒂𝒕𝒖𝒍𝒂𝒕𝒊𝒐𝒏𝒔 𝑰𝒏𝒅𝒊𝒂 𝒐𝒏 𝒒𝒖𝒂𝒍𝒊𝒇𝒚𝒊𝒏𝒈 𝒇𝒐𝒓 𝒕𝒉𝒆 𝑺𝒆𝒎𝒊-𝑭𝒊𝒏𝒂𝒍𝒔! 🇮🇳 🏑
— International Hockey Federation (@FIH_Hockey) August 4, 2024
➡️ Swipe to see the incredible scenes as the players and fans celebrated India’s defiant win against Great Britain!#Hockey #Paris2024 #Olympics@TheHockeyIndia
ହକିରେ ଭାରତ ବନାମ ଜର୍ମାନୀ ହେଡ-ଟୁ-ହେଡ୍ ରେକର୍ଡ :-
ଭାରତ ଏବଂ ଜର୍ମାନୀ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ 35ଟି ହକି ମ୍ୟାଚ୍ ଖେଳାଯାଇଛି । ଯେଉଁଥିରେ ଜର୍ମାନୀର ପଲ୍ଲା ଭାରି ରହିଛି । ଜର୍ମାନୀ 35ଟି ମ୍ୟାଚ୍ ମଧ୍ୟରୁ 16ଟି ମ୍ୟାଚ୍ ଜିତିଥିବାବେଳେ ଭାରତ 12ଟି ମ୍ୟାଚ୍ରେ ବିଜୟ ପାଇଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା 7ଟି ମ୍ୟାଚ୍ ଡ୍ର'ରେ ଶେଷ ହୋଇଛି । ତେବେ ଗତ 5ଟି ମ୍ୟାଚ୍ ଉପରେ ନଜର ପକାଇଲେ ଭାରତ ଜର୍ମାନୀଠାରୁ 3-2 ଅଗ୍ରଣୀ ହାସଲ କରିଛି ।
ଟୋକିଓ ଅଲିମ୍ପିକ୍ସ 2020 ପରେ କାହାର ପଲ୍ଲା ଭାରି ? :-
ଟୋକିଓରେ ଅନୁଷ୍ଠିତ 2020 ଅଲିମ୍ପିକ୍ସରେ ଭାରତ ପ୍ଲେ ଅଫ୍ରେ ଜର୍ମାନୀକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲା । ଏହି ରୋମାଞ୍ଚକର ମ୍ୟାଚକୁ ଭାରତ 5-4ରେ ଜିତିଥିଲା । ସେବେଠାରୁ FIH ପ୍ରୋ ଲିଗରେ ଦୁଇ ଦଳ ମଧ୍ୟରେ ମୋଟ 6ଟି ମ୍ୟାଚ୍ ଖେଳାଯାଇଛି । ଏଥିରେ ଭାରତ 5ଟି ମ୍ୟାଚ୍ ଜିତିଛି । ଚଳିତ ବର୍ଷ ଜୁନ୍ ମାସରେ ଜର୍ମାନୀ କେବଳ ଗୋଟିଏ ମ୍ୟାଚ୍ ଜିତିଥିଲା, ଯାହାକି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ।
High-Stakes Clash! The stage is set for an epic Semi-Final match as India’s finest take on Germany. Let’s cheer loud and proud for our boys. 🇮🇳
— Hockey India (@TheHockeyIndia) August 6, 2024
🇮🇳 🆚 🇩🇪
⏰ 10:30 PM (IST)
Venue : Stade Yves Du-Manoir, Paris@CMO_Odisha @IndiaSports @Media_SAI@sports_odisha @Limca_Official… pic.twitter.com/36eHllNOW2
ଅଲିମ୍ପିକ୍ସରେ ଦୁଇ ଦଳର ପ୍ରଦର୍ଶନ :-
ଅଲିମ୍ପିକ୍ସ ଇତିହାସରେ ଭାରତୀୟ ପୁରୁଷ ହକି ଦଳ ରେକର୍ଡ 8 ସ୍ବର୍ଣ୍ଣ ପଦକ ସହିତ ମୋଟ 12ଟି ପଦକ ଜିତିଛି । ଏଥି ସହିତ ଜର୍ମାନୀ ଅଲିମ୍ପିକ୍ସରେ ହକିରେ କେବଳ 3ଟି ସ୍ବର୍ଣ୍ଣ ପଦକ ଜିତି ପାରିଛି ।
କେତେବେଳେ ଆରମ୍ଭ ହେବ ସେମି-ଫାଇଟ୍ ? :-
ଭାରତ ଏବଂ ଜର୍ମାନୀ ମଧ୍ୟରେ ପ୍ୟାରିସ୍ ଅଲିମ୍ପିକ୍ସ 2024ର ହକି ସେମିଫାଇନାଲ ମ୍ୟାଚ୍ ଆଜି (6 ଅଗଷ୍ଟ, ମଙ୍ଗଳବାର) ରାତି 10:30ରେ ଖେଳାଯିବ ।
It's semi-final time!
— Hockey India (@TheHockeyIndia) August 5, 2024
India face Germany in a high-stakes clash.
See the lineup and get ready for an intense match filled with drama and action as our boys strive for victory! 💪🏻
🇮🇳 🆚 🇩🇪
🗓️ 6 August
⏰ 10:30 PM@CMO_Odisha @IndiaSports @Media_SAI@sports_odisha… pic.twitter.com/QBkfsgjTrG
ଭାରତ ବନାମ ଜର୍ମାନୀ ହକି ମ୍ୟାଚ୍ କିପରି ଦେଖିବେ ? :-
ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏବଂ ଜର୍ମାନୀ ମଧ୍ୟରେ ଖେଳାଯିବାକୁ ଥିବା ସେମିଫାଇନାଲ ମ୍ୟାଚର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମାରେ ଉପଲବ୍ଧ ହେବ । ଏହି ସମୟରେ, ଏହି ମ୍ୟାଚ୍ ସ୍ପୋର୍ଟସ 18 ନେଟୱାର୍କ ଟିଭି ଚ୍ୟାନେଲରେ ମଧ୍ୟ ସିଧା ପ୍ରସାରଣ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ