ETV Bharat / sports

ମେଡାଲ ଆଣିବେ ଦୀପିକା କୁମାରୀ ! 1/8 ଏଲିମିନେସନ୍ ରାଉଣ୍ଡରେ ମାରିଲେ ଏଣ୍ଟ୍ରି - Paris Olympics 2024

author img

By ETV Bharat Sports Team

Published : Jul 31, 2024, 6:00 PM IST

Paris Olympics 2024 Archery: ପ୍ୟାରିସ୍‌ ଅଲିମ୍ପିକ୍ସରେ 1/8 ଏଲିମିନେସନ୍ ରାଉଣ୍ଡରେ ପ୍ରବେଶ କଲେ ଭାରତୀୟ ଭେଟେରାନ ତୀରନ୍ଦାଜ ଦୀପିକା କୁମାରୀ । 6-2ରେ ଡଚ୍‌ ପ୍ରତିଦ୍ବନ୍ଦ୍ବୀଙ୍କୁ ହରାଇ ମେଡାଲ ଆଡ଼କୁ ଆଉ ପାଦେ ବଢ଼ିଲେ । ଅଧିକ ପଢ଼ନ୍ତୁ

Paris Olympics 2024 Archery
Paris Olympics 2024 Archery (AFP)

ପ୍ୟାରିସ (ଫ୍ରାନ୍ସ): ଭାରତୀୟ ଭେଟେରାନ ତୀରନ୍ଦାଜ ଦୀପିକା କୁମାରୀ ବୁଧବାର ପ୍ୟାରିସ୍‌ ଅଲିମ୍ପିକ୍ସରେ 1/8 ଏଲିମିନେସନ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି । ରାଉଣ୍ଡ ଅଫ୍‌ 16ରେ ଡଚ୍ ତୀରନ୍ଦାଜ ରୋଫେନ୍ କ୍ୱିଣ୍ଟିଙ୍କୁ 6-2 ସ୍କୋରରେ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛନ୍ତି ଭାରତୀୟ ତୀରନ୍ଦାଜ । ଆରମ୍ଭରୁ ଦୀପିକା ପ୍ରଭାବଶାଳୀ ପ୍ରଦର୍ଶନ ଦେଇଥିଲେ । ଅନ୍ୟପଟେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ମଧ୍ୟ କିଛି ଭୁଲ କରିଥିଲେ, ଯାହାଫଳରେ ମ୍ୟାଚ୍‌ ଦୀପିକାଙ୍କ ସପକ୍ଷରେ ଆସିଥିଲା ।

ଏମିତି ଥିଲା ମ୍ୟାଚ୍‌:-

ଦୀପିକା 29 ପଏଣ୍ଟ ସହ ପ୍ରଥମ ସେଟ୍‌ ଆରମ୍ଭ କରିଥିବାବେଳେ ତାଙ୍କ ଡଚ୍‌ ପ୍ରତିଦ୍ବନ୍ଦ୍ବୀ ମାତ୍ର 28 ପଏଣ୍ଟ ହାସଲ କରିପାରିଥିଲେ । ଭାରତୀୟ ତୀରନ୍ଦାଜ ଦୁଇଟି ସେଟ୍‌ରେ ଅଧିକ ପଏଣ୍ଟ ହାସଲ କରି ଆଗୁଆ ରହିଥିଲେ । କିନ୍ତୁ ତାଙ୍କ ପ୍ରତିଦ୍ବନ୍ଦ୍ବୀ ରୋଫେନ୍ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିଥିଲେ । ପରବର୍ତ୍ତୀ ସେଟରେ ସେ ଦୀପିକାଙ୍କ 27 ପଏଣ୍ଟ ବିପକ୍ଷରେ 29 ପଏଣ୍ଟ ହାସଲ କରିଥିଲେ ଏବଂ ଦୀପିକାଙ୍କ ସହ ସ୍କୋରକୁ 2-2ରେ ବରାବର ସ୍ଥିତିକୁ ଆଣିଥିଲେ । ତୃତୀୟ ସେଟରେ ଡଚ୍‌ ତୀରନ୍ଦାଜ ଏକ ଅଜବ ସଟ୍‌ ମାରିଥିଲେ, ଯାହା ଫଳରେ ସ୍କୋରବୋର୍ଡରେ ତାଙ୍କୁ 0 ପଏଣ୍ଟ ଦେଇଥିଲା । ଫଳରେ ସେ ଏହି ସେଟ୍‌ ହାରିଗଲେ । ଶେଷ ସେଟ୍‌ରେ ମଧ୍ୟ ଭାରତୀୟ ତୀରନ୍ଦାଜ ନିଜର ଚମତ୍କାର ପ୍ରଦର୍ଶନ ଜାରି ରଖି ପ୍ରତିପକ୍ଷକୁ 6-2ରେ ପରାସ୍ତ କରିଥିଲେ ।

ଟାଇବ୍ରେକ୍‌ରରେ ମାରିଥିଲେ ବାଜି:-

ଏହାପୂର୍ବରୁ ସେ ଏକ 'ଟାଇ ବ୍ରେକର'ରେ ଇଷ୍ଟୋନିଆର ପ୍ରତିଦ୍ବନ୍ଦ୍ବୀଙ୍କୁ ପରାସ୍ତ କରିଥିଲେ । ଭାରତୀୟ ତୀରନ୍ଦାଜ ଖୁବଶୀଘ୍ର ମ୍ୟାଚ୍‌ ଶେଷ କରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ସେ ଚତୁର୍ଥ ସେଟ୍‌ରେ ବିଫଳ ହୋଇ ପ୍ରତିପକ୍ଷକୁ ସ୍ଥିତି ବରାବର କରିବାର ସୁଯୋଗ ଦେଇଥିଲେ । ଫଳରେ ଖୁବଶୀଘ୍ର ସ୍କୋର 5-5ର ବରାବର ସ୍ଥିତିକୁ ଆସିଯାଇଥିଲା । ଏହାପରେ ଇଷ୍ଟୋନିଆର ପାର୍ନାଟ ରେନା ସୁଟ୍‌ ଅଫ୍‌ରେ 8 ପଏଣ୍ଟ ହାସଲ କରିଥିଲେ । କିନ୍ତୁ ଦୀପିକା 9 ପଏଣ୍ଟ ସ୍କୋର କରି ନିଜ ସ୍ଥିତିକୁ ଉନ୍ନତ କରିଥିଲେ । 30 ବର୍ଷୀୟ ଦୀପିକା କୁମାରୀ ଭାରତର ସବୁଠାରୁ ସଫଳ ତୀରନ୍ଦାଜ । ସେ ବିଶ୍ବ ଚମ୍ପିଆନସିପ୍‌ରେ ଦୁଇଟି ସ୍ବର୍ଣ୍ଣ ପଦକ ସମେତ ଅନେକ ପଦକ ଜିତିଛନ୍ତି । ଦୀପିକା ତାଙ୍କର ପରବର୍ତ୍ତୀ ମ୍ୟାଚ୍‌ ଅଗଷ୍ଟ 3 ତାରିଖ ଦିନ 1:52ରେ ଖେଳିବେ । ଏହି ମ୍ୟାଚ୍‌ରେ ସେ ଜର୍ମାନୀ ପ୍ରତିଦ୍ବନ୍ଦ୍ବୀ କ୍ରପେନ୍‌ ମିସେଲଙ୍କୁ ଭେଟିବେ ।

ଏହା ମଧ୍ୟ ପଢ଼ନ୍ତୁ...ବକ୍ସିଂରେ ଭାରତର ଏକତରଫା ବିଜୟ; କ୍ବାର୍ଟର ଫାଇନାଲ୍‌ରେ ଲୋଭଲିନା - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.