ETV Bharat / sports

Paris Olympics 2024; 'ଭିନେଶ, ତୁମେ ହାରିନ...', କୁସ୍ତିକୁ ଅଲବିଦା କହିଲେ ଫୋଗତ, ଏମିତି ଲେଖିଲେ ବଜରଙ୍ଗ, ସାକ୍ଷୀ - vinesh phogat retirement decision

author img

By ETV Bharat Sports Team

Published : Aug 8, 2024, 2:47 PM IST

Paris Olympics 2024: 100 ଗ୍ରାମ ଅଧିକା ଓଜନ ପାଇଁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବା ଭିନେଶ ଫୋଗତ । ଗୁରୁବାର ସକାଳୁ ସକାଳୁ ସନ୍ୟାସ ଘୋଷଣା କରିଛନ୍ତି । ଏହା ପରେ ଏନେଇ ଭାରତୀୟ ଖେଳାଳିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

'ଭିନେଶ, ତୁମେ ହାରିନ...'
'ଭିନେଶ, ତୁମେ ହାରିନ...' (IANS Photo)

ପ୍ଯାରିସ (ଫ୍ରାନ୍ସ): ଭାରତର ଷ୍ଟାର ରେସଲର ଭିନେଶ ଫୋଗତ ବୁଧବାର ଦିନ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ମହିଳା ଏକକ 50 କିଲୋଗ୍ରାମ ବର୍ଗ ଫ୍ରି-ଷ୍ଟାଇଲ କୁସ୍ତିରେ ଫାଇନାଲ ଇଭେଣ୍ଟ ପୂର୍ବରୁ ମାତ୍ର 100 ଗ୍ରାମ ଅଧିକା ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଗୁରୁବାର ସକାଳୁ ସକାଳୁ କୁସ୍ତି କ୍ୟାରିଅରକୁ ଅଲବିଦା କହିଛନ୍ତି ଭିନେଶ ।

ସନ୍ୟାସ ନେଲେ ଭିନେଶ-

ପ୍ୟାରିସ ଅଲିମ୍ପିକ୍ସରେ କିଛି ଦିନ ଧରି ଭାରତୀୟ ଆଥଲେଟଙ୍କୁ ନେଇ ଯେଉଁ ଖବର ଆସୁଛି ତାହା ଫ୍ୟାନ୍ସଙ୍କୁ ଦୁଃଖିତ କରିଦେଉଛି । 6 ଟା ଇଭେଣ୍ଟରେ ଭାରତୀୟ ଖେଳାଳି 4ର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିବା ବେଳେ ଭିନେଶ ପଦକ ହାତରୁ ଖସାଇ ଦେଇଛନ୍ତି । 100 ଗ୍ରାମ ଅଧିକା ଓଜନ ପାଇଁ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିଲେ ଫୋଗତ । ପରେ 29 ବର୍ଷୀୟା ଫୋଗତ ଗୁରୁବାର ସକାଳୁ ସକାଳୁ ସନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ ସେୟାର କରି ସେ ସନ୍ୟାସ ନେଇଛନ୍ତି । ଭିନେଶ ଲେଖିଛନ୍ତି, "ମା’, କୁସ୍ତି ଜିତି ଗଲା ମୁଁ ହାରିଗଲି ।" ଏହା ପରେ ଅଲମ୍ପିକ୍ସ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି ।

ଏହା ବି ପଢନ୍ତୁ- Paris Olympics 2024; ପୁଣି ବିବାଦରେ ଆଉ ଜଣେ କୁସ୍ତିଯୋଦ୍ଧା, ରେସଲିଂରେ ଖାଲି ହାତରେ ଫେରିବ ଭାରତ, ଜାଣନ୍ତୁ ପୁରା ଘଟଣା - Indian wrestler Antim Panghal

ଭିନେଶ ଆପଣଙ୍କୁ ହରାଇ ଦିଆଯାଇଛି-

ଭିନେଶଙ୍କ କୁସ୍ତିକୁ ଅଲବିଦା ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ବଜରଙ୍ଗ କହିଛନ୍ତି କି, "ଭିନେଶ ଆପଣ ହାରି ନାହାଁନ୍ତି, ଆପଣଙ୍କୁ ହରାଇ ଦିଆ ଯାଇଛି । ଆମ ପାଇଁ ଆପଣ ସବୁବେଳେ ବିଜେତା ରହିବେ । ଆପଣ ଭାରତର ଝିଅ, ଆପଣଙ୍କ ଭାରତର ଅଭିମାନ ।"

ଏହା ପୁରା ଦେଶର ପରାଜୟ-

ରିଓ ଅଲମ୍ପିକ୍ସ କାଂସ୍ୟ ପଦକ ବିଜେତା କୁସ୍ତିଯୋଦ୍ଧା ସାକ୍ଷୀ ମଧ୍ୟ ଭିନେଶଙ୍କ ସନ୍ୟାସ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଭିନେଶଙ୍କ ଆତ୍ମବିଶ୍ବାସ ବଢାଇଛନ୍ତି । "ଭିନେଶ ତୁମେ ଏକାକି ହାରି ନାହଁ । ତୁମେ ଯେଉଁ ଝିଅଙ୍କ ପାଇଁ ଲଢିଛ ଏବଂ ଜିତିଛ ସେମାନେ ସମସ୍ତେ ହାରିଛନ୍ତି । ଏହା ପୁରା ଭାରତ ଦେଶର ପରାଜୟ । ଦେଶ ତୁମ ସହିତ ଅଛି ।" ସେହିପରି ସଙ୍ଗୀତା ଫୋଗତ ଏବଂ ରିତୁ ଫୋଗତ ମଧ୍ୟ ଟ୍ବିଟ୍ କରି ଭାବୁକ ପୋଷ୍ଟ ସେୟାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.