ETV Bharat / sports

ଶୁଟିଂରେ ଚାଇନାକୁ ପ୍ରଥମ ଗୋଲ୍ଡ; ଫେଲ ମାରିଲେ ଭାରତୀୟ ଶୁଟର - Paris Olympics 2024

author img

By ETV Bharat Sports Team

Published : Jul 27, 2024, 4:34 PM IST

Paris Olympics 2024: ପ୍ରଥମ ଦିନରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ନୈରାଶ୍ୟଜନକ ଖବର । ଶୁଟିଂରେ ମଉଳିଲା ପଦକ ଆଶା । ଅଧିକ ପଢ଼ନ୍ତୁ

Paris Olympics 2024
Paris Olympics 2024 (AP Photos)

ପ୍ୟାରିସ (ଫ୍ରାନ୍ସ): ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ ଅଲିମ୍ପିକ୍ସ ମହାକୁମ୍ଭ । ଯାହା ଉପରେ କେବଳ ଭାରତ ସମେତ ସମଗ୍ର ବିଶ୍ବର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ନଜର ରହିଛି । ହେଲେ ପ୍ରଥମ ଦିନରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କ ପାଇଁ ପ୍ୟାରିସ୍‌ରୁ ଆସିଛି ଏକ ବଡ଼ ନୈରାଶ୍ୟଜନକ ଖବର । ଶୁଟିଂରେ ପଦକ ଆଶା ରଖିଥିବା ଭାରତୀୟ ଟିମ୍‌କୁ ନିରାଶ ହେବାକୁ ପଡ଼ିଛି । ଫାଇନାଲ୍‌ରେ ପ୍ରବେଶ କରି ପାରିଲେନି ଭାରତୀୟ ଷ୍ଟାର ଶୁଟର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡ଼ି ।

ମଉଳିଲା ଭାରତର ପଦକ ଆଶା:-

ଆଜି ପୂର୍ବ ନିର୍ଦ୍ଧାରିତ ସମୟ ଦିନ 12ଟା 30ରେ ପ୍ରଥମେ ଏୟାର ରାଇଫଲ (10 ମିଟର) ଯୁଗଳ ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହୋଇଥିଲା । ହେଲେ ଏଥିରେ କଡ଼ା ଟକ୍କର ସତ୍ତ୍ବେ ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡ଼ି ପଛରେ ପଡ଼ିଯାଇଥିଲେ । ଏହି ଯୋଡ଼ି 628.7 ସ୍କୋର ହାସଲ କରିବା ସହିତ ଷଷ୍ଠ ସ୍ଥାନରେ ରହିଥିଲେ । ହେଲେ ଏହି ପ୍ରତିଯୋଗିତାରେ ଶୀର୍ଷ 4ଟି ଯୋଡ଼ି ଯୋଗ୍ୟତା ଅର୍ଜନ କରି ଆଗକୁ ଯାଇଥିଲେ । ଅନ୍ୟପଟେ ଅନ୍ୟତମ ଭାରତୀୟ ଶୁଟର ଯୋଡ଼ି ଏଲାଭେନିଲ ଭଲାରିବନ ଓ ସନ୍ଦୀପ ସିଂହ ବିଫଳ ହୋଇ ଦ୍ବାଦଶ ସ୍ଥାନରେ ରହିଥିଲେ । ଫଳରେ ଉଭୟ ଭାରତୀୟ ଯୋଡ଼ି ଏୟାର ରାଇଫଲ (10 ମିଟର, ଯୁଗଳ)ରେ ବିଫଳ ହୋଇଛନ୍ତି । ଅର୍ଥାତ ଏହି ଇଭେଣ୍ଟରୁ ଭାରତର ପଦକ ଆଶା ମଉଳି ଯାଇଛି ।

ପ୍ରଥମ ଗୋଲ୍ଡ ଜିତିଲା ଚାଇନା:-

ଏହି ଇଭେଣ୍ଟରେ, ଅର୍ଥାତ ଏୟାର ରାଇଫଲ (10 ମିଟର) ଯୁଗଳରେ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛି ଚାଇନା । ଚାଇନାର ହୁଆଙ୍ଗ ୱୁଟିଙ୍ଗ ଓ ଶେଙ୍ଗ ଲିହାଓ ଏହି ଇଭେଣ୍ଟରେ ନିଜ ଦେଶକୁ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଛନ୍ତି । କୋରିଆର କିମ୍‌ ଜି ଓ ପାର୍କ ହାଉଜୁନଙ୍କୁ କଡ଼ା ମୁକାବିଲାରେ 16-12ରେ ମାତ ଦେଇ ଚୀନି ଯୋଡ଼ି ଏହି ଇଭେଣ୍ଟରେ ହାସଲ କରିଛନ୍ତି ଗୋଲ୍ଡ ମେଡାଲ । ଫଳରେ କୋରିଆନ ଯୋଡ଼ିକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଅନ୍ୟପଟେ ବ୍ରୋଞ୍ଜ ପଦକ ପାଇଁ ଜର୍ମାନୀକୁ 17-5ରେ ମାତ ଦେଇଛି କାର୍ଜଗିସ୍ତାନ । କାର୍ଜଗିସ୍ତାନ ଶୁଟର ଆଲେକ୍‌ଜାଣ୍ଡ୍ରା ଲେ ଏବଂ ଇସଲାମ ସତପେଭ ଜର୍ମାନ ଯୋଡ଼ିକୁ ମାତ ଦେଇ କାଂସ୍ୟ ପଦକ ନିଜ ଦେଶକୁ ନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରୋଇଂରେ ଭାରତର ପଦକ ଆଶା ଉଜ୍ଜଳ, ପୁରୁଷ ସିଙ୍ଗିଲ ସ୍କଲ୍ସ ହିଟ୍ସରେ ଚତୁର୍ଥରେ ବଲରାଜ ପନୱର - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.