ETV Bharat / sports

ପ୍ୟାରିସ ଅଲିମ୍ପିକ୍ସ; ମେଡାଲ ଟ୍ୟାଲିରେ ପାକିସ୍ତାନଠୁ ବି ପଛରେ ଭାରତ, ଗତ 40 ବର୍ଷରେ ସବୁଠାରୁ ଖରାପ ପ୍ରଦର୍ଶନ - Paris Olympics 2024

author img

By ETV Bharat Sports Team

Published : Aug 10, 2024, 3:18 PM IST

Paris Olympic Medal Tally : ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତର 40 ବର୍ଷରେ ସବୁଠାରୁ ଖରାପ ପ୍ରଦର୍ଶନ । ମେଡାଲ ତାଲିକାରେ ପାକିସ୍ତାନଠୁ ବି ପଛରେ ପଡ଼ିଲା ଭାରତ । ଅଧିକ ପଢ଼ନ୍ତୁ

Paris Olympic Medal Tally
Paris Olympic Medal Tally (AP Photo)

ପ୍ୟାରିସ (ଅଲିମ୍ପିକ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024 ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି କ୍ରୀଡ଼ା ମହାକୁମ୍ଭର ଉଦ୍‌ଯାପନୀ ସମାରୋହ ଆସନ୍ତାକାଲି 11 ଅଗଷ୍ଟରେ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ପଦକ ତାଲିକାରେ ଭାରତ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । କେବଳ ଏତିକି ନୁହେଁ, ଟେବୁଲ ତାଲିକାରେ ପାକିସ୍ତାନ ମଧ୍ୟ ଭାରତଠୁ ଆଗରେ ରହିଛି । ତେବେ ଗତ 40 ବର୍ଷ ପରେ ପ୍ରଥମ ଥର ପାଇଁ ପଦକ ଟେବୁଲରେ ପାକିସ୍ତାନ ପଛରେ ଅଛି ଭାରତ ।

40 ବର୍ଷ ପରେ ପାକିସ୍ତାନଠୁ ପଛୁଆ ଭାରତ :-

ଏହାପୂର୍ବରୁ 1984 ମସିହାରେ ପାକିସ୍ତାନ ପଦକ ଟେବୁଲରେ ଭାରତଠାରୁ ଊର୍ଦ୍ଧ୍ବରେ ରହିଥିଲା । ସେହିବର୍ଷ ପାକିସ୍ତାନ ଏକ ସ୍ବର୍ଣ୍ଣ ପଦକ ଜିତିଥିଲା ​​ଏବଂ ଭାରତ ମେଡାଲ ଖାତା ଖୋଲିପାରିନଥିଲା । 1984 ପରଠାରୁ ଚଳିତ ଥର ପ୍ୟାରିସ ଅଲିମ୍ପିକ୍ସ 2024ରେ ପ୍ରଥମ ଥର ପାଇଁ ପାକିସ୍ତାନ ଭାରତ ଉପରେ ପହଞ୍ଚିଛି । ବର୍ତ୍ତମାନ ପଦକ ଟେବୁଲରେ ପାକିସ୍ତାନ 58ତମ ସ୍ଥାନରେ ଏବଂ ଭାରତ 69ତମ ସ୍ଥାନରେ ରହିଛି । 1984ରେ ପାକିସ୍ତାନ ସେହି ଗୋଲ୍ଡ ମେଡାଲ ସହିତ 25ତମ ସ୍ଥାନରେ ଯୋଗ୍ୟତା ହାସଲ କରିଥିଲା । ଯାହା ପାକିସ୍ତାନ ଅଲିମ୍ପିକ୍ସ ଇତିହାସଲ ସବୁଠାରୁ ବଡ଼ ଉପଲବ୍ଧି ।

ଅର୍ଶଦ ନଦିମଙ୍କ ସୁବର୍ଣ୍ଣ ବିଜୟ ଭାରତକୁ ପଛୁଆ କଲା :-

ଭାରତ ଚଳିତ ବର୍ଷ ଏପର୍ଯ୍ୟନ୍ତ ମାତ୍ର 6ଟି ପଦକ ଜିତିଛି । ଏଥିରେ ଗୋଟିଏ ରୌପ୍ୟ ଓ 5ଟି ବ୍ରୋଞ୍ଜ ପଦକ ସାମିଲ ଅଛି । ଦେଶକୁ ଗୋଟିଏ ମଧ୍ୟ ସ୍ବର୍ଣ୍ଣ ପଦକ ମିଳିନାହିଁ । ଅନ୍ୟପଟେ ପାକିସ୍ତାନର ଅର୍ଶଦ ନଦିମ ଜାଭେଲିନ୍ ଥ୍ରୋରେ ଏକ ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଥିଲେ । ନଦିମ ସ୍ବର୍ଣ୍ଣ ଜିତିବା ସହିତ ପାକିସ୍ତାନ ପଦକ ଟେବୁଲରେ ଭାରତଠାରୁ ଆଗକୁ ଚାଲିଯାଇଛି ।

ପାକିସ୍ତାନଠୁ ଉପରକୁ ଆସିବାର ଶେଷ ସୁଯୋଗ :-

ଭାରତୀୟ ମହିଳା ରେସଲର ରିତିକା ହୁଡ୍ଡା ଏବଂ ଗଲ୍ଫର ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ । ଯଦି ସେ ଦୁହେଁ ମଧ୍ୟ ବାହାର ହୋଇଯାଆନ୍ତି, ତେବେ ଏଥର ଭାରତର ଅଲିମ୍ପିକ୍ସ ଅଭିଯାନ ସ୍ବର୍ଣ୍ଣ ପଦକ ବିନା ଶେଷ ହୋଇଯିବ । ହେଲେ ଯଦି ଏହି ଦୁଇଟି ଇଭେଣ୍ଟରୁ ଗୋଟିଏରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ଜିତିଯାଏ, ତେବେ ଭାରତ ପଦକ ଟେବୁଲରେ ପାକିସ୍ତାନକୁ ଅତିକ୍ରମ କରିପାରିବ ।

ସ୍ବର୍ଣ୍ଣ ପଦକ ଅନୁଯାୟୀ ହୋଇଥାଏ ତାଲିକା :-

ଅଲିମ୍ପିକ୍ସ ପଦକ ତାଲିକାରେ ସ୍ବର୍ଣ୍ଣ ପଦକ ଆଧାରରେ ପଦକ ଟେବୁଲରେ ସ୍ଥାନ ନିଶ୍ଚିତ ହୋଇଥାଏ । ଯେଉଁ ଦେଶ ସର୍ବାଧିକ ସ୍ବର୍ଣ୍ଣ ପଦକ ଜିତିଛି, ପଦକ ଟେବୁଲରେ ସେହି ଦେଶ ଶୀର୍ଷରେ ରହିବ । ସ୍ବର୍ଣ୍ଣ ପଦକ ସଂଖ୍ୟା ସମାନ ହୋଇଗଲେ ରୌପ୍ୟ ପଦକ ଆଧାରରେ ସ୍ଥାନ ସ୍ଥିର କରାଯିବ । ଏହା ବ୍ୟତୀତ, ଯଦି ରୌପ୍ୟ ପଦକ ନଥାଏ, ତେବେ ସମୁଦାୟ ପଦକ ଆଧାରରେ ସ୍ଥାନ ସ୍ଥିର ହେବ । ସମଗ୍ର ଅଲିମ୍ପିକ୍ସରେ ପାକିସ୍ତାନ ଏପର୍ଯ୍ୟନ୍ତ କେବଳ ଗୋଟିଏ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଭାରତ ଗୋଟିଏ ରୌପ୍ୟ ସମେତ 6ଟି ପଦକ ହାସଲ କରିଛି ।

ଆମେରିକା ଟେବୁଲ ଟପର :-

ଅନ୍ୟ ଦେଶ ଉପରେ ନଜର ପକାଇଲେ ପଦକ ଟେବୁଲରେ ଆମେରିକା ଶୀର୍ଷରେ ଅଛି । ଆମେରିକା ଏପର୍ଯ୍ୟନ୍ତ 33ଟି ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ 39ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତିଛି । ଏହି ଦେଶର ମୋଟ ପଦକ ସଂଖ୍ୟା ଏପର୍ଯ୍ୟନ୍ତ ରହିଛି 111 । ଏହାପରେ ଚୀନ୍ 33ଟି ସ୍ବର୍ଣ୍ଣ ପଦକ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ଚାଇନା ପାଖରେ 27ଟି ରୌପ୍ୟ ଏବଂ 23ଟି ବ୍ରୋଞ୍ଜ ପଦକ ସହିତ ମୋଟ 83ଟି ପଦକ ରହିଛି । ଏହା ବ୍ୟତୀତ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ଅଷ୍ଟ୍ରେଲିଆ (18 ସ୍ବର୍ଣ୍ଣ), ଜାପାନ (16 ସ୍ବର୍ଣ୍ଣ) ଏବଂ ଗ୍ରେଟ ବ୍ରିଟେନ (14 ସ୍ବର୍ଣ୍ଣ) ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Paris Olympics2024; କୁସ୍ତିରେ ଆସିଲା ପ୍ରଥମ ମେଡାଲ, ସର୍ବକନିଷ୍ଠ ଖେଳାଳି ଭାବେ ବ୍ରୋଞ୍ଜ ଜିତିଲେ ଅମନ - Paris Olympics 2024

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସରେ ରୌପ୍ୟ ଆଣିଲେ ନୀରଜ, ଜାଭେଲିନରେ ସ୍ବର୍ଣ୍ଣ ନେଇଗଲା ପାକିସ୍ତାନ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.