ETV Bharat / sports

PARIS OLYMPICS 2024: ଭାରତକୁ ମିଳିଲା 3ୟ ମେଡାଲ, 50 ମିଟର ରାଇଫଲ 3 ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ସ୍ବପ୍ନୀଲ - swapnil kusale won bronze

author img

By ETV Bharat Sports Team

Published : Aug 1, 2024, 1:53 PM IST

Updated : Aug 1, 2024, 2:56 PM IST

Paris Olympics 2024 Boxing: 50 ମିଟର ରାଇଫଲ 3 ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଦେଲେ ସ୍ବପ୍ନୀଲ । ଦେଶର ପ୍ରଥମ ସୁଟର ଭାବେ ଏହି ଇଭେଣ୍ଟରେ ଅଲିମ୍ପିକ ପଦକ ଜିତିଛନ୍ତି ସ୍ବପ୍ନୀଲ । ଅଧିକ ପଢନ୍ତୁ

swapnil kusale
swapnil kusale (AP Photos)

ପ୍ୟାରିସ (ଫ୍ରାନ୍ସ): 50 ମିଟର ରାଇଫଲ 3 ପୋଜିସନ୍ (ପୁରୁଷ) ଇଭେଣ୍ଟରେ ଫାଇନାଲରେ ଭାରତକୁ ବ୍ରୋଞ୍ଜ ପଦକ ଦେଲେ ସ୍ବପ୍ନୀଲ କୁସାଲେ । ଷ୍ଟାର ସୁଟର ସ୍ବପ୍ନୀଲ କୁସାଲେ 50 ମିଟର ରାଇଫଲ 3 ପୋଜିସନ ବ୍ୟକ୍ତିଗତ ପୁରୁଷ ସୁଟିଂ ଇଭେଣ୍ଟରେ ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଦମଦାର ପ୍ରଦର୍ଶନ କରି ଗୁରୁବାର ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ସେ ଏହି ଇଭେଣ୍ଟରେ 451.4 ପଏଣ୍ଟ ସ୍କୋର କରି ତୃତୀୟ ପୋଜିସନରେ ରହିଥିଲେ ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଶେଷ ହେଲା ଟେବୁଲ୍ ଟେନିସ୍ ତାରକା ଶ୍ରୀଜାଙ୍କ ଯାତ୍ରା, ବିଶ୍ବର ଏକ ନମ୍ବର ଖେଳାଳିଙ୍କଠାରୁ 0-4ରେ ପରାଜିତ - Paris Olympics 2024 Table Tennis

ଏହି ପଦକ ବିଜୟ ସହିତ ସ୍ବପ୍ନୀଲ ଭାରତର 7ମ ସୁଟର ଭାବେ ଅଲିମ୍ପିକ୍ସ ମେଡାଲ ଜିତିଛନ୍ତି । ଏହା ସହିତ ଦେଶର ପ୍ରଥମ ଖେଳାଳି ଭାବେ 50 ମିଟର ରାଇଫଲ 3 ପୋଜିସନ ବ୍ୟକ୍ତିଗତ ପୁରୁଷ ସୁଟିଂ ଇଭେଣ୍ଟରେ ପଦକ ହାତେଇଛନ୍ତି ।

ପ୍ରଥମ ସୁଟରେ ସ୍ୱପ୍ନୀଲ 9.6 ସ୍କୋର କରିଥିଲେ । ଏହା ପରେ ଦମଦାର ପ୍ରଦର୍ଶନ କରିଥିଲେ ସ୍ବପ୍ନୀଲ । ସେ ଦ୍ବିତୀୟ ସିରିଜରେ 10.1 ପଏଣ୍ଟ ସ୍କୋର କରିଥିଲେ । ପରେ ତୃତୀୟ ଏବଂ ଚତୁର୍ଥ ସିରିଜରେ ଭଲ ପ୍ରଦର୍ଶନ କରି 10 ପଏଣ୍ଟ ଉପରେ ସ୍କୋର କରିଥିଲେ । ପରେ ସ୍ବପ୍ନୀଲ ନିଲିଙ୍ଗ ଷ୍ଟେଜରେ ( kneeling stage)ରେ ଷଷ୍ଠ ସ୍ଥାନରେ ରହି 153.3 ପଏଣ୍ଟ ସ୍କୋର କରିଥିଲେ ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ କମାଲ କଲେ ଏହି ଖେଳାଳି...ପକେଟରେ ହାତ ପୁରାଇ ଜିତିଗଲେ ସିଲଭର ମେଡାଲ, ଦର୍ଶକ ଆବାକ୍ - TURKISH SHOOTER YUSUF DIKEC

ପରେ କମାଲ କରିଥିଲେ ସ୍ବପ୍ନୀଲ । ପରବର୍ତ୍ତୀ 15ଟି ସୁଟରେ ଶାନଦାର ପ୍ରଦର୍ଶନ କରି 10ରୁ ଅଧିକ ପଏଣ୍ଟ ସବୁ ସୁଟରେ ସ୍କୋର କରିଥିଲେ । ପରେ ପ୍ରନ ପୋଜିସନ ଷ୍ଟେଜ (prone position stage)ରେ ଦମଦାର କମବ୍ୟାକ କରିଥିଲେ । ପରେ ତୃତୀୟ ଏବଂ ଫାଇନାଲ ଏଲିମିନିସେନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ତୃତୀୟ ପୋଜିସନରେ ରହିଥିଲେ ।

ଅଲିମ୍ପିକ୍ସରେ ସୁଟିଂ ରେକର୍ଡ ଏବଂ ପଦକ-

ପ୍ୟାରିସ ଅଲିମ୍ପିକ୍ସ 2024

ମନୁ ଭାକର-ବ୍ରୋଞ୍ଜ

ମନୁ ଭାକର ଏବଂ ସରବଜୋତ ସିଂ - ବ୍ରୋଞ୍ଜ

ସ୍ବପ୍ନୀଲ କୁସାଲେ- ବ୍ରୋଞ୍ଜ

ଲଣ୍ଡନ -2012

ବିଜୟ କୁମାର- ସିଲଭର ମେଡାଲ

ଗଗନ ନାରଙ୍ଗ- ବ୍ରୋଞ୍ଜ

ବେଜି- 2008

ଅଭିନବ ବିନ୍ଦ୍ରା- ଗୋଲ୍ଡ ମେଡାଲ

ଏଥେନ୍ସ- 2004

ରାଜ୍ୟବର୍ଦ୍ଧନ ସିଂ ରାଠୋର-ସିଲଭର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2024, 2:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.