ETV Bharat / sports

paris olympic 2024; ଇତିହାସ ରଚିଲେ ଭିନେଶ ଫୋଗତ, ଫାଇନାଲରେ ପହଞ୍ଚି ଭାରତ ପାଇଁ ମେଡାଲ କଲେ ପକ୍କା - VINESH PHOGAT WINS SEMI FINAL

author img

By ETV Bharat Odisha Team

Published : Aug 6, 2024, 10:58 PM IST

Updated : Aug 7, 2024, 12:27 PM IST

VINESH PHOGAT WINS SEMI FINAL ASSURED SILVER: ସେମି ଫାଇନାଲ ଜିତିଲେ ଭିନେଶ ଫୋଗତ । କ୍ବାର୍ଟର ଫାଇନାଲରେ ପୂର୍ବତନ ବିଶ୍ବ ଚାମ୍ପିଆନ୍ ଓକଶାନା ଲିଭିଚଙ୍କୁ 7-5 ସ୍କୋରରେ ହରାଇ ସେମିରେ ପ୍ରବେଶ କରିଥିଲେ ଭିନେଶ ଫୋଗତ । ଅଧିକ ପଢନ୍ତୁ ।

VINESH PHOGAT WINS SEMI FINAL ASSURED SILVER
VINESH PHOGAT WINS SEMI FINAL ASSURED SILVER (@Media_SAI)

ହାଇଦ୍ରାବାଦ: ସେମିଫାଇନାଲରେ ଜିତିଲେ ବିନେଶ ଫୋଗାତ । ଭାରତ ପାଇଁ ପଦକ ପକ୍କା କଲେ ଭିନେଶ । ସେମିଫାଇନାଲ ଜିତି ଫାଇନାଲରେ କଲେ ପ୍ରବେଶ । 50 କେଜି ଏକକ ମହିଳା ଫ୍ରି-ଷ୍ଟାଇଲ କୁସ୍ତି ବର୍ଗରେ ଖେଳୁଛନ୍ତି ଭିନେଶ ।

ସେମି ଫାଇନାଲରେ ୟୁସନେଲିସ୍ ଲୋପିଜଙ୍କୁ ହରାଇ ଇତିହାସ ରଚିଲେ ଫୋଗତ । ଅଲିମ୍ପିକ୍ସରେ ପ୍ରଥମ ମହିଳା କୁସ୍ତିଯୋଦ୍ଧା ଭାବେ ଫାଇନାଲରେ କଲେ ପ୍ରବେଶ । ସିଲଭର ପଦକ କଲେ ପକ୍କା । ସେ ଆସନ୍ତାକାଲି ଫାଇନାଲ ଖେଳିବେ । ସେମି ଫାଇନାଲରେ ଭିନେଶ ଫୋଗତ । କ୍ବାର୍ଟର ଫାଇନାଲରେ ପୂର୍ବତନ ବିଶ୍ବ ଚାମ୍ପିଆନ୍ ଓକଶାନା ଲିଭିଚଙ୍କୁ 7-5 ସ୍କୋରରେ ହରାଇ ସେମିରେ ଭିନେଶ ଫୋଗତ ।

ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତର ଷ୍ଟାର ରେସଲର ଭିନେଶ ଫୋଗାଟ ମହିଳା 50 କିଲୋଗ୍ରାମ ଫ୍ରିଷ୍ଟାଇଲ ରେସଲିଂର ସେମିଫାଇନାଲରେ ପ୍ରବେଶ କରିଥିଲେ । କ୍ବାର୍ଟର ଫାଇନାଲରେ ଭିନେଶ ୟୁକ୍ରେନର ଅକ୍ସାନା ଲିଭାଚଙ୍କୁ 7-5ରେ ପରାସ୍ତ କରିଥିଲେ । ସବୁଠାରୁ ବଡ଼ କଥା ହେଉଛି ପ୍ରି-କ୍ବାର୍ଟର ଫାଇନାଲରେ ଭିନେଶ ଟୋକିଓ ଅଲିମ୍ପିକ୍ସ 2020ର ଚମ୍ପିଆନ ଜାପାନୀ କୁସ୍ତିଯୋଦ୍ଧା ୟୁଇ ସୁସାକିଙ୍କୁ ପରାସ୍ତ କରିଛନ୍ତି, ଯିଏକି ଆଜି ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଅନ୍ତର୍ଜାତୀୟ ମ୍ୟାଚ୍‌ ହାରିନଥିଲେ ।

କ୍ବାର୍ଟର ଫାଇନାଲରେ ଭାରତୀୟ ରେସଲର ଭିନେଶ ଫୋଗାଟ ୟୁକ୍ରେନର ଅକ୍ସାନା ଲିଭାଚଙ୍କୁ 7-5ରେ ପରାସ୍ତ କରିଥିଲେ । ଏହି ବିଜୟ ସହିତ ଭିନେଶ ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ରେସଲର ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ପ୍ରତିଦ୍ବନ୍ଦ୍ବୀଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲେ । ଭିନେଶ 2-0ର ଲିଡ୍‌ ନେଇ ଦମଦାର ଆରମ୍ଭ କରିଥିଲେ । ମଝିରେ ଯଦିଓ କିଛି ତ୍ରୁଟି କରିଥିଲେ, ହେଲେ ଭିନେଶ ପୂର୍ବତନ ବିଶ୍ବ ଚମ୍ପିଆନଙ୍କ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ କ୍ୱାର୍ଟର ଫାଇନାଲ ଫାଇଟକୁ 7-5ରେ ଜିତି ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।

ଏହା ବି ପଢନ୍ତୁ- ଭାଙ୍ଗିଗଲା ସବୁ ଆଶା; ଫାଇନାଲ୍‌ ଖେଳିପାରିବେନି ଭିନେଶ ଫୋଗତ; ଅଯୋଗ୍ୟ ଘୋଷଣା କଲା - Paris Olympics 2024

ଏପଟେ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ବଡ଼ ଝଟ୍‌କା ଲାଗିଛି । କୁସ୍ତିରେ ଭିନେଶ ଫୋଗତଙ୍କ ମେଡାଲ ଜିତିବା ଆଶା ମଉଳିଲା । 50 କିଲୋଗ୍ରାମ ବର୍ଗରେ ଫାଇନାଲ୍‌ରେ ପହଞ୍ଚି ଭାରତ ପାଇଁ ମେଡାଲ ପକ୍କା କରିଥିଲେ ଭାରତୀୟ ରେସଲର ଭିନେଶ ଫୋଗତ । ହେଲେ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ ଘୋଷମା କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ଆଜି ଫାଇନାଲ ଖେଳିପାରିବେ ନାହିଁ ।

Last Updated : Aug 7, 2024, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.