ETV Bharat / sports

ଅଲିମ୍ପିକ୍ସରେ କମାଲ କଲେ ଏହି ଖେଳାଳି...ପକେଟରେ ହାତ ପୁରାଇ ଜିତିଲେ ସିଲଭର ମେଡାଲ, ଦର୍ଶକ ଆବାକ୍ - TURKISH SHOOTER YUSUF DIKEC

author img

By ETV Bharat Sports Team

Published : Aug 1, 2024, 1:30 PM IST

Updated : Aug 1, 2024, 3:17 PM IST

This player won Olympic silver by putting one hand in his pocket: ଅଲିମ୍ପିକ୍ସରେ କମାଲ କଲେ ଏହି ଖେଳାଳି... ପକେଟରେ ହାତ ପୁରାଇ ଜିତିଗଲେ ସିଲଭର ମେଡାଲ, ଦର୍ଶକ ଆବାକ୍ । ଅଧିକ ପଢନ୍ତୁ

TURKISH SHOOTER YUSUF DIKEC
TURKISH SHOOTER YUSUF DIKEC (AP and AFP Photos)

ପ୍ୟାରିସ (ଫ୍ରାନ୍କ): ଚଳିତ ଅଲିମ୍ପିକ୍ସରେ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସିଲଭର ମେଡାଲ ଜିତିଛନ୍ତି ୟୁସୁଫ୍ ଡିକେସ୍ । ବୁଧବାର ପ୍ୟାରିସ ଅଲିମ୍ପିକ୍ସ 2024 10-ଏମ ଏୟାର ପିସ୍ତଲ ଫାଇନାଲ ଇଭେଣ୍ଟରେ ୟୁସୁଫଙ୍କ ଏହି ବିଜୟ ପରେ ଏବେ ସେ ସମଗ୍ର ବିଶ୍ବରେ ଚର୍ଚ୍ଚାରେ । ଖାଲି ସେତିକି ନୁହେଁ ସିଲଭର ମେଡାଲ ବିଜୟ ପରେ ୟୁସୁଫଙ୍କ ଫଟୋ ଏବଂ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ସେ ସୁଟିଂ ଇଭେଣ୍ଟ ସମୟରେ କୌଣସି ଆବଶ୍ୟକ ସରଞ୍ଜାମ ପିନ୍ଧିନଥିଲେ ଯେପରି ଆଖି ଏବଂ କାନ ପାଇଁ ପ୍ରୋଟେକ୍ସନ ନେଇନଥିଲେ । ତେବେ ସୁଟିଂ ସମୟରେ ସମସ୍ତ ଖେଳାଳି ଆଖି ଏବଂ କାନ ପାଇଁ ପ୍ରୋଟେକ୍ସନ ନେଇଥାନ୍ତି ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଶେଷ ହେଲା ଟେବୁଲ୍ ଟେନିସ୍ ତାରକା ଶ୍ରୀଜାଙ୍କ ଯାତ୍ରା, ବିଶ୍ବର ଏକ ନମ୍ବର ଖେଳାଳିଙ୍କଠାରୁ 0-4ରେ ପରାଜିତ - Paris Olympics 2024 Table Tennis

ସୁଟିଂ ପାଇଁ ସୁଟରମାନେ ଅନେକ ଆବଶ୍ୟକ ଜିନିଷ ପିନ୍ଧିଥାନ୍ତି, ଯେପରି ଆଖା ପାଇଁ ସ୍ୱତନ୍ତ୍ର ଚଷମା । ଯାହା ସୁଟରଙ୍କୁ ଦେଖିବାରେ ସହାୟକ ହୋଇଥାଏ । କାନ ପାଇଁ ପ୍ରୋଟେକ୍ସନ, ଯାହା କୌଣସି ଅଯଥା ଶବ୍ଦରୁ ରକ୍ଷା କରିଥାଏ । ତେବେ ଫାଇନାଲ ଇଭେଣ୍ଟରେ ୟୁସୁଫ ପକେଟରେ ହତ ପୁରାଇ କୌଣସି ଜିନିଷ ନ ପିନ୍ଧି 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଖେଳିଥିଲେ ଏବଂ ତୁର୍କି ପାଇଁ ସିଲଭର ମେଡଲ ଜିତିଥିଲେ ।

ଏହା ବି ପଢନ୍ତୁ- ବକ୍ସିଂରେ ଆସିବ ପଦକ ! ପୁରୁଷ ବକ୍ସିଂ କ୍ବାଟର ଫାଇନାଲରେ ନିଶାନ୍ତ ଦେବ - Paris Olympics 2024

ଏହା ବି ପଢନ୍ତୁ- PARIS OLYMPICS 2024: ଭାରତକୁ ମିଳିଲା 3ୟ ମେଡାଲ, 50 ମିଟର ରାଇଫଲ 3 ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ସ୍ବପ୍ନୀଲ - swapnil kusale won bronze

51 ବର୍ଷୀୟ ୟୁସୁଫଙ୍କ ଏହି କ୍ରେଜି ସୁଟିଂ ଭିଜୁଆଲ ବର୍ତ୍ତମାନ ସବୁଆଡେ ଛାଇଯାଇଛି । ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲ ଘୁରି ବୁଲିଛି ତାଙ୍କ ଫଟୋ ଏବଂ ଭିଡିଓ ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ସୁଟିଂରେ 3 ପଦକ-

ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାତକୁ ସୁଟିଂରେ 3ଟି ବ୍ରୋଞ୍ଜ ପଦକ ମିଳିଛି । ମନୁ ଭାକର, ସରବଜୋତ ସିଂ ଏବଂ ସ୍ବପ୍ନୀଲ କୁସାଲ ପଦକ ବଜୟୀ ହୋଇଛନ୍ତି । ତେବେ ଚଳିତ ଅଲିମ୍ପିକ୍ସ ପୂର୍ବରୁ 2016 ଅଲିମ୍ପିକ୍ସ ଏବଂ 2020 ଅଲିମ୍ପିକ୍ସରେ ସୁଟିଂରେ କୌଣସି ପଦକ ଆସିନଥିଲା । ତେବେ ସୁଟିଂରେ ଅଭିନବ ବିନ୍ଦ୍ରା ହିଁ ଏକମାତ୍ର ଖେଳାଳି ଭାବେ ଗୋଲ୍ଡ ପଦକ ଜିତିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2024, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.