ETV Bharat / sports

ରେଲଓ୍ବେ TTEରୁ ଅଲିମ୍ପିକ୍ସ ମେଡାଲ; ସ୍ବପ୍ନୀଲଙ୍କ ପ୍ରେରଣାଦାୟୀ କ୍ୟାରିଅରରେ ଧୋନୀଙ୍କ କନେକସନ୍, ଅଭିନବ ବିନ୍ଦ୍ରାଙ୍କ ସୁଟିଂ ପାଇଁ ଦ୍ବାଦଶ ପରୀକ୍ଷା ଦେଇନଥିଲେ - Swapnil Kusale inspirational story

author img

By ETV Bharat Sports Team

Published : Aug 1, 2024, 5:59 PM IST

Updated : Aug 1, 2024, 6:42 PM IST

Swapnil Kusale Biography: ପୂର୍ବତନ ଭାରତୀୟ କ୍ରିକେଟର ଧୋନୀଙ୍କ ପରି କୁସାଲେ ମଧ୍ୟ ଭାରତୀୟ ରେଲଓ୍ବେରେ ଟିଟିଇ ଭାବେ କାର୍ଯ୍ୟରତ ରହିଛନ୍ତି । ସ୍ବପ୍ନୀଲଙ୍କ ଏହା ପ୍ରଥମ ଅଲିମ୍ପିକ୍ସ । ଅଧିକ ପଢନ୍ତୁ

Swapnil Kusale
Swapnil Kusale (AP)

ପ୍ୟାରିସ (ଫ୍ରାନ୍ସ): ଚଳିତ ପ୍ୟାରିସ ଅଲିମ୍ପିକ୍ସରେ 50 ମିଟର ପୁରୁଷ ରାଇଫଲ 3 ପୋଜିସନ ଇଭେଣ୍ଟ ଫାଇନାଲରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ କରିଛନ୍ତି ସ୍ବପ୍ନୀଲ କୁସାଲେ । ଏହି ଇଭେଣ୍ଟରେ ପ୍ରଥମ ଥର ପାଇଁ ସେ ଦେଶ ପାଇଁ ଅଲିମ୍ପିକ୍ସ ମେଡାଲ ବିଜୟୀ ହୋଇଛନ୍ତି । ଅଲିମ୍ପିକ୍ସ ଇତିହାସରେ ଏହା ଭାରତର ପ୍ରଥମ ପଦକ ଏହି ଇଭେଣ୍ଟରେ । ଏହି ବିଜୟ ସହିତ କୁସାଲେ ଭାରତ ପାଇଁ 3ୟ ମେଡାଲ ଜିତିଛନ୍ତି ସୁଟିଂରେ । ଏପରିକି ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏହି ପଦକ ହିଁ ତୃତୀୟ ମେଡାଲ ।

Swapnil Kusale
Swapnil Kusale (AP)

ଏହା ବି ପଢନ୍ତୁ- ଭାରତୀୟ ହକି ଟିମର ପ୍ରଥମ ପରାଜୟ, 2-1ରେ ହରାଇଲା ବେଲଜିୟମ୍ - INDIAN HOCKEY TEAM AT OLYMPICS

ସ୍ବପ୍ନୀଲଙ୍କ କ୍ୟାରିଅର-

ମହାରାଷ୍ଟ୍ର କୋହ୍ଲାପୁର ଜିଲ୍ଲାର ସ୍ବପ୍ନୀଲଙ୍କ କ୍ୟାରିଅରର କାହାଣୀ ପୂର୍ବତନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିଅର ସହ ଲିଙ୍କ ରହିଛି । କାରଣ ଧୋନୀଙ୍କ ପରି କୁସାଲେ ମଧ୍ୟ ଭାରତୀୟ ରେଲଓ୍ବେରେ ଟିଟିଇ ଭାବେ କାର୍ଯ୍ୟରତ ରହିଛନ୍ତି । ସ୍ବପ୍ନୀଲଙ୍କ ଏହା ପ୍ରଥମ ଅଲିମ୍ପିକ୍ସ । ସେ ବର୍ତ୍ତମାନ ପୁଣେ ଡିଭିଜନ ରେଲଓ୍ବେରେ ଟିଟିଇ ଅଛନ୍ତି ।

ଏହା ବି ପଢନ୍ତୁ- ଅଲିମ୍ପିକ୍ସରେ ଭାରତକୁ ବଡ ଝଟକା, ପ୍ରି-କ୍ବାର୍ଟର ଫାଇନାଲରେ ନିଖତ ପରାଜିତ, ପଦକ ଆଶା ମଉଳିଗଲା - end of Nikhat campaign

ଅଭିନବ ବିନ୍ଦ୍ରାଙ୍କ ମ୍ୟାଚ ଦେଖିବାକୁ ଦ୍ବାଦଶ ପରିକ୍ଷା ଦେଇନଥିଲେ-

ତାଙ୍କର ପିଲାଦିନୁ ହିଁ ସୁଟିଂ ପ୍ରତି ପ୍ରବଳ ଦୁର୍ବଳତା ରହିଥିଲା । ସେ ନାସିକରେ ସୁଟିଂ ଟ୍ରେନିଂ ଆରମ୍ଭ କରିଥିଲେ । ସେ ସ୍କୁଲରୁ ଆସିବା ପରେ ସୁଟିଂ ଅଭ୍ୟାସ କରୁଥିଲେ । ତେବେ ସେ 2008 ବେଜିଂ ଅଲିମ୍ପିକ୍ସରେ ଅଭିନବ ବନ୍ଦ୍ରାଙ୍କ ଫାଇନାଲ ମ୍ୟାଚ ଦେଖିବା ପାଇଁ ଦ୍ବାଦଶ ପରୀକ୍ଷା ଦେଇନଥିଲେ ।

ଏହ ବି ପଢନ୍ତୁ- PARIS OLYMPICS 2024: ଭାରତକୁ ମିଳିଲା 3ୟ ମେଡାଲ, 50 ମିଟର ରାଇଫଲ 3 ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ଜିତିଲେ ସ୍ବପ୍ନୀଲ - swapnil kusale won bronze

ରେଲଓ୍ବେ ଟିଟିଇ-

ସ୍ବପ୍ନୀଲ 2025ରୁ ରେଲଓ୍ବେରେ କାର୍ଯ୍ୟରତ ଅଛନ୍ତି । ଏକ ସାକ୍ଷାତକାରରେ ସ୍ବପ୍ନୀଲ କରିଥିଲେ, "ମୁଁ ସୁଟିଂକୁ ବହୁତ ଭଲ ପାଏ । ମୁଁ ଏହାକୁ ଦୀର୍ଘ ଦିନରୁ କରିଆସୁଛି । ମୁଁ ସୁଟିଂରେ କୌଣସି ଜଣେ ଖେଳାଳିଙ୍କୁ ଅନୁସରଣ କରେ ନାହିଁ । କିନ୍ତୁ ଧୋନି ମୋର ପ୍ରିୟ ଖେଳାଳି । ସେ ଯେପରି ସବୁବେଳେ ପଡିଆରେ ଶାନ୍ତ ରୁହନ୍ତି ମୁଁ ସେହିପରି ଗେମ ସମୟରେ ଶାନ୍ତ ରହିବାକୁ ଚେଷ୍ଟା କରେ । ଏହି ଜରୁରୀ ମଧ୍ୟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 1, 2024, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.