ETV Bharat / sports

Paralympics 2024; ପାରାଅଲମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, ମହିଳା 200 ମିଟର ଫାଇନାଲରେ ବ୍ରୋଞ୍ଜ ମେଡାଲ ଜିତିଲେ ପ୍ରୀତି ପଲ୍, 124ବର୍ଷ ପରେ ରଚିଲେ ଇତିହାସ - Preeti Pal secures Bronze medal

author img

By ETV Bharat Odisha Team

Published : Sep 2, 2024, 7:12 AM IST

Updated : Sep 2, 2024, 12:21 PM IST

Paralympics 2024 Preeti Pal secures yet another medal for India:ପାରାଅଲମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, ପୁଣି ବ୍ରୋଞ୍ଜ ମେଡାଲ ଜିତିଲେ ପ୍ରୀତି ପଲ୍ । ଅଧିକ ପଢନ୍ତୁ

Preeti Pal
Preeti Pal (@TheKhelIndia)

ପ୍ୟାରିସ(ଫ୍ରାନ୍ସ): ପାରାଅଲମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, ପୁଣି ବ୍ରୋଞ୍ଜ ମେଡାଲ ଜିତିଲେ ପ୍ରୀତି ପଲ୍ । ଚଳିତ ପ୍ୟାରିସ ପାରାଅଲିମ୍ପିକ୍ସ 2024ରେ ଭାରତକୁ ମିଳିଲା ଷଷ୍ଠ ପଦକ । ମହିଳା 200 ମିଟର T35 ଫାଇନାଲରେ ବ୍ରୋଞ୍ଜ ଜିତିଲେ ପାରା ଅଥଲେଟ୍ ପ୍ରୀତି ପଲ । ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ପ୍ରୀତି ପାଲ୍‌ । ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରୀତିଙ୍କ ଏହା ଦ୍ବିତୀୟ ପଦକ । ୧୦୦ ମିଟର ଦୌଡ଼ରେ ବି ବ୍ରୋଞ୍ଜ ପଦକ ଜିତିଥିଲେ ପ୍ରୀତି । ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍‌ ଭାବେ ଡବଲ ସଫଳତା ।

୨୦୦ ମିଟର ଦୌଡ଼ t-35 ଫାଇନାଲ ଇଭେଣ୍ଟରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ପ୍ରୀତି । ସେ ମାତ୍ର 30.01 ସେକେଣ୍ଡରେ ୨୦୦ ମିଟର ଦୌଡ଼ି କଂସ୍ୟ ପଦକ ଜିତିଛନ୍ତି । ପ୍ରୀତି ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ପାଇଁ ପ୍ରଥମେ ପଦକ ଖାତା ଖୋଲିଥିଲେ ।

ଏହା ବି ପଢନ୍ତୁ- Paralympics 2024; ପାରା ଅଲିମ୍ପିକ୍ସରେ 4 ଦିନରେ ଭାରତକୁ 7 ପଦକ, ହାଇଜମ୍ପରେ ସିଲଭର ମେଡାଲ ଜିତିଲେ ନିଶାଦ, ଟୋକିଓରେ ବି ଜିତିଥିଲେ ରୌପ୍ୟ ପଦକ - Nishad Kumar wins Silver Medal

  • ପାରାଅଲିମ୍ପିକ୍ସ ଅଥଲେଟ୍ ବିଭାଗରେ ଦୁଇଟି ପଦକ ଜିତିଥଇବା ପ୍ରଥମ ମହିଳା ଭାରତୀୟ ଆଥଲେଟ
  • ପୂର୍ବରୁ ପ୍ୟାରିସ ଅଲିମ୍ପିକ୍ସ 2024 ମହିଳା 100m t35 କାଟେଗୋରୀରେ କାଂସ୍ୟ ଜିତିଥିଲେ
  • 124 ବର୍ଷ ଇତିହାସରେ ଟ୍ରାକ୍ ଇଭେଣ୍ଟରେ ଭାରତକୁ ଗୋଟିଏ ପଦକ ମିଥିଲା
  • ଚଳିତ ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ ପ୍ରୀତି ଦେଲେ ଦୁଇଟି ପଦକ

ଏହା ପରେ ପାରା ଅଲିମ୍ପିକ୍ସରେ 4 ଦିନରେ ଭାରତକୁ 7 ପଦକ ମିଳିଛି । ହାଇଜମ୍ପରେ ସିଲଭର ମେଡାଲ ଜିତିଲେ ନିଶାଦ କୁମାର । ଟୋକିଓରେ ବି ଜିତିଥିଲେ ରୌପ୍ୟ ପଦକ । ହାଇଜମ୍ପରେ ପୁଣି ରୌପ୍ୟ ଜିତିଲେ ନିଶାଦ କୁମାର । ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ ନିଶାଦ । ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି । ପ୍ୟାରିସ ପାରାଅଲିମ୍ପିକ୍ସ 2024ରେ ଭାରତକୁ 7ମ ପଦକ ମିଳିଛି । ନିଶାଦ କୁମାର ପ୍ୟାରିସ ପାରାଅଲିମ୍ପିକ୍ସ 2024 ପୁରୁଷ ଉଚ୍ଚଡିଆଁ t-47ରେ ଶାନଦାର ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି ।

କାହାଣୀ ହେବ ତ ପ୍ରୀତିଙ୍କ ପରି-

ଉତ୍ତର ପ୍ରଦେଶର ଏକ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପ୍ରୀତି । ଜନ୍ମରୁ ସେ ଦିବ୍ୟାଙ୍ଗ । କାରଣ ତାଙ୍କର ଜନ୍ମ ପରେ ଶରୀରର ନିମ୍ନ ଅଂଶରେ କିଛି ସମୟ ପାଇଁ ପ୍ଲାଷ୍ଟର କରାଯାଇଥିଲା । ତାଙ୍କ ଗୋଡ ଅତ୍ୟନ୍ତ ପତଳା ଏବଂ ଦୁର୍ବଳ ଥିଲା । ଆଇଏନଏସ ରିପୋର୍ଟ ମୁତାବକ, ପ୍ରୀତିଙ୍କୁ ଦୁଇ ଗୋଡ ପାଇଁ ବହୁତ ଦିନ ଧରି ଉପଚାର କରିବାକୁ ପଡିଥିଲା । 5 ବର୍ଷ ବୟସରୁ ସେ କ୍ୟାଲିର୍ସ (Calipers) ପିନ୍ଧିବା ସହିତ 8 ବର୍ଷ ପର୍ଯନ୍ତ ପିନ୍ଧିଥିଲେ । ବହୁତ ଲୋକ ମଧ୍ୟ ପ୍ରୀତି ବଞ୍ଚିବା ନେଇ ଆଶା ଛାଡିଦେଇଥିଲେ । ହେଲେ ଜୀବନ ଯୁଦ୍ଧରେ ହାର ନମାନି ଜଣେ ଯୋଦ୍ଧାଙ୍କ ପରି ପ୍ରୀତି ଆଗକୁ ବଢିଥିଲେ । ଆଜି ପାରାଅଲିମ୍ପିକ୍ସରେ ଦୁଇ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି ।

Last Updated : Sep 2, 2024, 12:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.