ETV Bharat / sports

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଗଲେ ରୋହିତ-କୋହଲିଙ୍କୁ ଅଛି ବିପଦ ! ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ବଡ଼ ବୟାନ - Champions Trophy 2025

author img

By ETV Bharat Sports Team

Published : Aug 31, 2024, 1:56 PM IST

Safety Concerns in Champions Trophy 2025 : ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି 2025 ଆୟୋଜନ କରିବାକୁ ଚଳାଇଛି ପ୍ରାଣମୂର୍ଚ୍ଛା ପ୍ରସ୍ତୁତି । ତେବେ ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ପଡୋଶୀ ଦେଶକୁ ଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ, କିନ୍ତୁ ପାକିସ୍ତାନର ପୂର୍ବତନ କ୍ରିକେଟର ଭାରତୀୟ ଦଳ ପ୍ରତି ବିପଦ ଥିବା କହିଛନ୍ତି । ଅଧିକ ପଢ଼ନ୍ତୁ

Safety Concerns in Champions Trophy 2025
Safety Concerns in Champions Trophy 2025 (ETV Bharat)

ନୂଆଦିଲ୍ଲୀ : ଆସନ୍ତା ବର୍ଷ ପାକିସ୍ତାନ ଆୟୋଜନ କରିବ ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଜୋରଦାର ପ୍ରସ୍ତୁତି ଚଳାଇଛି । ତେବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ତଥାପି ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତ ପାକିସ୍ତାନ ଗସ୍ତ କରିବ ବୋଲି ପିସିବି ସମ୍ପୂର୍ଣ୍ଣ ଆଶାବାଦୀ । ଏଭଳି ସ୍ଥିତିରେ ପାକିସ୍ତାନର ପୂର୍ବତନ କ୍ରିକେଟର ଭାରତୀୟ ଦଳକୁ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ନଆସିବାକୁ ପରାମର୍ଶ ଦେଇଛନ୍ତି । ସେ ଭାରତୀୟ ଦଳର ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ।

'ଖେଳାଳିଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା' :-

ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ 'ସ୍ପୋର୍ଟସ ତକ୍‌'କୁ କହିଛନ୍ତି, "ପାକିସ୍ତାନର ପରିସ୍ଥିତିକୁ ଦେଖ, ମୁଁ କହୁଛି ଭାରତୀୟ ଦଳ ଖେଳିବା ପାଇଁ ପାକିସ୍ତାନ ଯିବା ଉଚିତ ନୁହେଁ । ପାକିସ୍ତାନ ଏହା ବିଷୟରେ ଚିନ୍ତା କରିବା ଉଚିତ୍, ତା’ପରେ ଆଇସିସି ଏହା ଉପରେ ନିଷ୍ପତ୍ତି ନେବ । ସମ୍ଭବତଃ ଏହା ଏକ ହାଇବ୍ରିଡ୍ ମଡେଲ୍‌ରେ ହେବ ଏବଂ ଏହା ଦୁବାଇରେ ଖେଳାଯିବ । ଖେଳାଳିଙ୍କ ସୁରକ୍ଷା ହେଉଛି ପ୍ରଥମ ପ୍ରାଥମିକତା । ସମ୍ମାନ ହେଉଛି ଦ୍ୱିତୀୟ ପ୍ରାଥମିକତା । ଅନେକ କଥା ରହିଛି । ବିସିସିଆଇ ବହୁତ ଭଲ କାମ କରୁଛି । ମୁଁ ଭାବୁଛି ସମସ୍ତ ଦେଶ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତିକୁ ଗ୍ରହଣ କରିବେ ।"

ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ୱିକେଟ୍ କିପର ଓ ବ୍ୟାଟର ରସିଦ ଲତିଫ କହିଥିଲେ ଯେ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ଏହା 50 ପ୍ରତିଶତ ନିଶ୍ଚିତ । ଏହା ପଛର କାରଣ ହେଉଛି ଯେ ଆଇସିସିର ଚେୟାରମ୍ୟାନ୍ ହେବା ପାଇଁ ପାକିସ୍ତାନ ଜୟ ଶାହାଙ୍କୁ ବିରୋଧ କରି ନାହିଁ, ଯାହା ଭାରତ ପାକିସ୍ତାନ ଗସ୍ତ ପ୍ରାୟ ସମ୍ଭବ ବୋଲି ନିଶ୍ଚିତ କରିଛି ।

ସରକାର ଅନୁମତି ଦେଲେ ପାକିସ୍ତାନ ଯିବ ଭାରତୀୟ ଦଳ ! :-

ଭାରତ ପକ୍ଷରୁ ସେପରି କୌଣସି ସ୍ପଷ୍ଟତା ଆସିନାହିଁ । ତଥାପି ଭାରତ ଚାହୁଁଛି ଯେ ହାଇବ୍ରିଡ ମଡେଲ ଆଧାରରେ ଭାରତର ମ୍ୟାଚ୍‌ ଅନ୍ୟ କୌଣସି ନିୟୁଟ୍ରାଲ ସ୍ଥାନରେ ଅନୁଷ୍ଠିତ ହେଉ । ତେବେ ବିସିସିଆଇର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ଉପରେ ମନ୍ତବ୍ୟ ଦେଇଥିଲେ । ତେବେ ଏଥିପାଇଁ ବିସିସିଆଇ ସରକାରଙ୍କ ଅନୁମତି ଉପରେ ନିର୍ଭର କରୁଥିବା ସେ କହିଥିଲେ ।

ପ୍ରକାଶ ଥାଉ, ଯଦି ଭାରତ ସରକାର କ୍ରିକେଟ୍ ଦଳକୁ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଯିବାକୁ ଅନୁମତି ଦିଅନ୍ତି, ତେବେ ଏହା 2008 ପରଠାରୁ ପ୍ରଥମ ଥର ହେବ ଏବଂ 16 ବର୍ଷ ପରେ ଭାରତ ପାକିସ୍ତାନ ଗସ୍ତ କରିବ । ପ୍ରାରମ୍ଭିକ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ମ୍ୟାଚ୍‌ ଗୁଡ଼ିକ ଲାହୋରରେ ଅନୁଷ୍ଠିତ ହୋଇପାରେ, କାରଣ ଏହା ସୀମା ନିକଟସ୍ଥ ଏକ ସ୍ଥାନ । ଫଳରେ ସୁରକ୍ଷାଜନିତ ଚିନ୍ତା ଅଧିକ ରହିବ ନାହିଁ ।

ଏହା ମଧ୍ଯ ପଢ଼ନ୍ତୁ...ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତ କ'ଣ ? ପାକିସ୍ତାନ ହାତରୁ ଆୟୋଜନ ଅଧିକାର ଛଡ଼ାଇ ଆଣିବେ ଜୟ ଶାହ ! ନା ସୁଧୁରିବ ସମ୍ପର୍କ ? - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.