ETV Bharat / sports

ପାକିସ୍ତାନରେ କ୍ୟାପଟେନ ଦାୟିତ୍ୱରୁ ହଟିଲେ ଶାହିନ, ପୁଣି ବାବରଙ୍କ ଉପରେ ଭରସା - BABAR AZAM PAKISTAN CAPTAIN

author img

By ETV Bharat Odisha Team

Published : Mar 31, 2024, 1:52 PM IST

Updated : Mar 31, 2024, 2:23 PM IST

Pakistan cricket: ପୁଣି ବାବର ଆଜମଙ୍କ ହାତରେ ପାକିସ୍ତାନ କ୍ରିକେଟ କ୍ୟାପଟେନ ଦାୟିତ୍ୱ । ନ୍ୟୁଜିଲ୍ୟାଣ୍ଡରେ ଖରାପ ପ୍ରଦର୍ଶନ ପରେ ଏଭଳି ନିଷ୍ପତ୍ତି । ଆଗାମୀ ଟି 20 ସିରିଜରେ ବାବରଙ୍କ ନେତୃତ୍ୱରେ ଖେଳିବେ ପାକିସ୍ତାନ ଟିମ୍ । ଅଧିକ ପଢନ୍ତୁ

Pakistan cricket
Pakistan cricket

ନୂଆଦିଲ୍ଲୀ: ପୁଣି ବାବର ଆଜମଙ୍କ ଉପରେ ପାକିସ୍ତାନ କ୍ୟାପଟେନ ଭାର । ପାକିସ୍ତାନ କ୍ରିକେଟ ବୋର୍ଡ (PCB) ରବିବାର ଦିନ ପେସ ବୋଲର ଶାହିନ ଶାହ ଆଫ୍ରିଦିଙ୍କ ସ୍ଥାନରେ ଷ୍ଟାର ବ୍ୟାଟର ବାବର ଆଜମଙ୍କୁ ପୁଣି ପାକିସ୍ତାନ କ୍ୟାପଟେନ ଦାୟିତ୍ୱ ଦେଇଛି । ବାବରଙ୍କ ଅଧିନାୟକତ୍ୱରେ ଟିମ ଖେଳିବ ଆଗାମୀ ଦିନିକିଆ ଓ ଟି 20 ମ୍ୟାଚ । ନ୍ୟୁଜିଲ୍ୟାଣ୍ଡରେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ପିସିବି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୁଣି ବାବରଙ୍କ ଉପରେ ଭରସା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଇଥିବା ପୂର୍ବ ସିରିଜରେ ପାକିସ୍ତାନର ବେଶ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଆଫ୍ରିଦିଙ୍କ ଅଧିନାୟକତ୍ୱରେ ଖେଳାଯାଇଥିବା 5ଟି ମ୍ୟାଚ ବିଶିଷ୍ଟ ସିରିଜରେ ପାକିସ୍ତାନକୁ 4-1ରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଯାହାପରେ ଆଫ୍ରିଦିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠିଥିଲା । ତେବେ ଆଜି (ରବିବାର) ପାକିସ୍ତାନ ବୋର୍ଡ କ୍ୟାପଟେନ ପରିବର୍ତ୍ତନର ନିଷ୍ପତ୍ତି ନେଇଛି । ଆଫ୍ରିଦିଙ୍କୁ ହଟାଇ ପୁଣି ଆଜମଙ୍କ ହାତରେ ଦଳର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. ଚମ୍ପିଆନ୍ସ ଟ୍ରଫି ୨୦୨୫ ଆୟୋଜନ ପାଇଁ ଚୁକ୍ତି ସ୍ବାକ୍ଷର କଲା ପିସିବି, ବିସିସିଆଇ ଉପରେ ସମସ୍ତଙ୍କ ନଜର

ଓ୍ୱାନଡେ ବିଶ୍ୱକପ 2023 ପରେ ବାବର ଆଜମଙ୍କୁ କ୍ୟାପଟେନ ପଦରୁ ତୁରନ୍ତ ହଟାଯାଇଥିଲା । ବାବର 2020ରୁ ଟିମର କ୍ୟାପଟେନ ଦାୟିତ୍ୱ ସମ୍ଭାଳି ଆସୁଥିଲେ । କିନ୍ତୁ ଏସିଆ କପ ଓ ବିଶ୍ୱ କପରେ ଟିମର ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କ ଉପରେ ଭରସା ହରାଇ ଥିଲା ପାକିସ୍ତାନ କ୍ରିକେଟ ବୋର୍ଡ ଓ ତାଙ୍କୁ ତୁରନ୍ତ ଅଧିନାୟକତ୍ୱ ପଦରୁ ହଟାଇ ଦିଆଯାଇଥିଲା । ଏବେ ପାକିସ୍ତାନର ଖରାପ ପ୍ରଦର୍ଶନ ପରେ ତାଙ୍କ ଉପରେ ପୁଣି ଭରସା କରିଛି ବୋର୍ଡ ।

ପିସିବି ପକ୍ଷରୁ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇ ଏନେଇ ଘୋଷଣା କରାଯାଇଛି । ପିସିବି ଏକ୍ସ ଆକାଉଣ୍ଟରେ ଚେୟାରମ୍ୟାନ ମୋହସିନ ନକଓ୍ବି ଓ ବାବରଙ୍କ ଏକ ଭିଡିଓ ପୋଷ୍ଟ କରାଯାଇ ଲେଖାଯାଇଛି, "ବାବର ଆଜମଙ୍କୁ ହ୍ୱାଇଟ ବଲର କ୍ୟାପଟେନ ଭାବେ ନିଯୁକ୍ତ କରାଯାଇଛି । ପାକିସ୍ତାନ କ୍ରିକେଟ ବୋର୍ଡର ଚୟନ ଟିମର ମେମ୍ୱରମାନଙ୍କ ସର୍ବସମ୍ମତ ସୁପାରିଶ ପରେ ପିସିବି ଚେୟାରମ୍ୟାନ ମୋହସିନ ନକଓ୍ୱି ବାବର ଆଜମଙ୍କୁ ଓ୍ୱାନଡେ ଓ ଟି20ର କ୍ୟାପଟେନ ଭାବେ ନିଯୁକ୍ତ କରିଛନ୍ତି ।" 2024 ଟି-20 ସିରିଜକୁ ଦୃଷ୍ଟିରେ ରଖି ପାକିସ୍ତାନ ବୋର୍ଡ ଏହି ପରିବର୍ତ୍ତନ କରିଥିବା ବେଳେ ପୁଣି ବାବରଙ୍କ ନେତୃତ୍ୱରେ ଖେଳିବାକୁ ଯାଉଛି ପାକିସ୍ତାନ ଟିମ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 31, 2024, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.