ETV Bharat / sports

ତ୍ରିରଙ୍ଗା ଧରି ଫଟୋ ଉଠାଇଲା ପାକିସ୍ତାନ ଦଳ, ଚେସ୍‌ ଅଲିମ୍ପିଆଡ୍‌ରେ ଭିନ୍ନ ଦୃଶ୍ୟ; ଦେଖନ୍ତୁ ଭିଡିଓ - Pakistan Chess Team with India Flag

author img

By ETV Bharat Sports Team

Published : 2 hours ago

Pakistan chess team poses with India flag: ହଙ୍ଗେରୀର ବୁଦାପେଷ୍ଟରେ ଆୟୋଜିତ ଚେସ୍ ଅଲିମ୍ପିଆଡ୍ 2024ରୁ ଏକ ଅପ୍ରତ୍ୟାଶିତ ଚିତ୍ର ସାମ୍ନାକୁ ଆସିଛି । ଟୁର୍ଣ୍ଣାମେଣ୍ଟ ପରବର୍ତ୍ତୀ ଫଟୋ ଅଧିବେଶନରେ ପାକିସ୍ତାନ ଚେସ ଦଳ ଭାରତୀୟ ପତାକା 'ତ୍ରିରଙ୍ଗା' ଧରିଥିଲା ।​ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

Pakistan chess team poses with India flag
Pakistan chess team poses with India flag (ETV Bharat)

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ କିପରି, ତାହା ସମସ୍ତଙ୍କୁ ଜଣା । ହେଲେ ଏସବୁ ମଝିରେ କ୍ରୀଡ଼ା ହିଁ ଦୁଇ ଦେଶକୁ କିଛି ସମୟ ପାଇଁ ଏକାଠି କରିଥାଏ । ଏହିଭଳି ଏକ କ୍ରୀଡ଼ାରୁ ଏକ ହୃଦୟସ୍ପର୍ଶୀ ଚିତ୍ର ସାମ୍ନାକୁ ଆସିଛି । ଚେସ୍‌ ଅଲିମ୍ପିଆଡ 2024 ଟୁର୍ଣ୍ଣାମେଣ୍ଟ ପରେ ଫଟୋ ଅଧିବେଶନ ପାଇଁ ପାକିସ୍ତାନ ଦଳର ସଦସ୍ୟମାନେ ଭାରତୀୟ ପତାକା ଧରି ପୋଜ ଦେଉଥିବା ଦେଖିବାକୁ ମିଳିଥିଲା । ହଙ୍ଗେରୀର ବୁଦାପେଷ୍ଟରେ ପ୍ରତିଯୋଗିତା ଶେଷ ହେବା ପରେ ଏହି ଘଟଣା ଘଟିଥିଲା ।

ପାକିସ୍ତାନୀ ଟିମ୍‌ ଉଡ଼ାଇଲା ତ୍ରିରଙ୍ଗା :-

ଏହି କ୍ଲିପ୍ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଛି ଏବଂ ଉଭୟ ଦେଶର କ୍ରୀଡାପ୍ରେମୀମାନେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଚେସ୍‌ କିପରି ଦୁଇ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାର ଏକ ମାଧ୍ୟମ ହୋଇପାରିବ, ସେନେଇ ଇଣ୍ଟରନେଟରେ ପ୍ରସାରିତ ଏହି ଭିଡିଓ ଏକ ଆଲୋଚନା ଆରମ୍ଭ କରିଛି । କେତେକ ୟୁଜର୍ସ ପାକିସ୍ତାନ ଦଳକୁ ସମାଲୋଚନା କରିଥିବାବେଳେ ଅନ୍ୟମାନେ ସେମାନଙ୍କର ହୃଦୟସ୍ପର୍ଶୀ କାର୍ଯ୍ୟ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ ।

ଚେସ୍‌ ଅଲିମ୍ପିଆଡ୍‌ରେ ପାକିସ୍ତାନର ପ୍ରଦର୍ଶନ :-

ଟୁର୍ଣ୍ଣାମେଣ୍ଟରେ ଦୁଇ ଜଣ ପାକିସ୍ତାନୀ ଖେଳାଳି ଅନ୍ତର୍ଜାତୀୟ ଟାଇଟଲ୍ ଜିତିଥିଲେ । ଚେସ୍‌ ଓପନ ବିଭାଗରେ 11ରୁ 6.5 ସ୍କୋର କରି ମୋମିନ୍ ଫୈଜାନ୍ କ୍ୟାଣ୍ଡିଡେଟ୍‌ ମାଷ୍ଟର (ସିଏମ୍) ଟାଇଟଲ୍ ଜିତିଥିଲେ । ସେହିଭଳି 11 ବର୍ଷୀୟା ଆୟତ ଆସମି ମହିଳା କ୍ୟାଣ୍ଡିଡେଟ ମାଷ୍ଟର (ଡବ୍ଲୁସିଏମ୍) ଟାଇଟଲ୍ ପାଇବାକୁ ଯୋଗ୍ୟତା ହାସଲ କରିଥିଲେ । ଉଭୟ ପୁରସ୍କାର ପ୍ରଦାନ ପ୍ରକ୍ରିୟା ଆବଶ୍ୟକୀୟ ଔପଚାରିକତା ପରେ ସମାପ୍ତ ହେବ ।

ଚେସ୍‌ ଅଲିମ୍ପିଆଡ୍‌ରେ ଭାରତର ପ୍ରଦର୍ଶନ :-

ଟୁର୍ଣ୍ଣାମେଣ୍ଟରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ । 2014 ଏବଂ 2022ରେ ପୂର୍ବରୁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତ COVID-19 ମହାମାରୀ ସମୟରେ ଆୟୋଜିତ 2020 ଅନଲାଇନ୍ ଅଲିମ୍ପିଆଡ଼ରେ ଋଷ ସହିତ ମିଳିତ ଭାବେ ସ୍ବର୍ଣ୍ଣ ପଦକ ଜିତିଥିଲା । ଏହାପରେ ଚେସ୍‌ ଅଲିମ୍ପିଆଡ଼ର 90 ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଏଥର ଏକାକୀ ସ୍ବର୍ଣ୍ଣ ପଦକ ହାସଲ କରିଛି । ଉଭୟ ପୁରୁଷ ଓ ମହିଳା ଦଳ ଏହି ଇତିହାସ ରଚି ସ୍ବର୍ଣ୍ଣ ପଦକ ଦେଶକୁ ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.