ETV Bharat / sports

ନିଜ ଦେଶରେ ମାଟି କାମୁଡ଼ିଲା ପାକିସ୍ତାନ; ବାଂଲାଦେଶର ଐତିହାସିକ ବିଜୟ - Bangladesh beat Pakistan

author img

By ETV Bharat Sports Team

Published : Sep 3, 2024, 5:25 PM IST

Bangladesh beat Pakistan : ପାକିସ୍ତାନକୁ ପାକିସ୍ତାନରେ ଧୂଳି ଚଟାଇଲା ବାଂଲାଦେଶ । ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଜିତିଲା ବାଂଲାଦେଶ କ୍ରିକେଟ ଦଳ । କେବଳ ସିରିଜ ଜିତିଛନ୍ତି ତା'ନୁହେଁ, ଟେଷ୍ଟ ସିରିଜକୁ 2-0ରେ କ୍ଲିନସ୍ବିପ କରିଛନ୍ତି ବାଂଲା ଟାଇଗର୍ସ । ଅଧିକ ପଢ଼ନ୍ତୁ

ବାଂଲାଦେଶ କ୍ରିକେଟ ଦଳ
Bangladesh Cricket Team (ETV Bharat)

ରାୱଲପିଣ୍ଡି : ପାକିସ୍ତାନ ମାଟିରେ ପାକିସ୍ତାନକୁ ଧୂଳି ଚଟାଇଲା ବାଂଲାଦେଶ । ନଜମୁଲ ହୁସେନ ଶାଣ୍ଟୋଙ୍କ ନେତୃତ୍ବରେ ଇତିହାସ ରଚିଛି ବାଂଲାଦେଶ କ୍ରିକେଟ ଟିମ । ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ କୌଣସି ଟେଷ୍ଟ ସିରିଜରେ ବିଜୟ ହାସଲ କରିଛି ବାଂଲା ଦଳ । ପାକିସ୍ତାନରେ 2 ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ 2-0ରେ କ୍ଲିନସ୍ବିପ କରି ବାଂଲାଦେଶ ରଚିଛି ଇତିହାସ । 10 ୱିକେଟ୍‌ରେ ପ୍ରଥମ ଟେଷ୍ଟ ଜିତିବା ପରେ ଦ୍ବିତୀୟ ଟେଷ୍ଟରେ ପାକିସ୍ତାନକୁ 6 ୱିକେଟ୍‌ରେ ମାତ ଦେଇଥିଲା ବାଂଲାଦେଶ । ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଦଳ ପାଇଁ ଦେବଦୂତ ସାଜିଥିବା ଲିଟନ ଦାସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଓ ମେହିଡି ହାସନ ମିରାଜଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଛି ।

ପ୍ରଥମ ଟେଷ୍ଟ ନାଟକୀୟ ଢଙ୍ଗରେ ଜିତିଥିଲା ପାକିସ୍ତାନ :-

ପ୍ରଥମ ଟେଷ୍ଟରେ ବାଂଲାଦେଶ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଜବାବରେ ପ୍ରଥମ ଇନିଂସ୍‌ରେ ଶାନ ମାସୁଦଙ୍କ ପାକ୍‌ 448 ରନ କରିଥିବାବେଳେ ବାଂଲାଦେଶ 565 ରନ ସଂଗ୍ରହ କରି ବିପକ୍ଷ ଦଳଠାରୁ 117 ରନ ଲିଡ୍‌ ନେଇଥିଲା । ଏହାପରେ ସିରିଜର 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ପାକରିସ୍ତାନ ଦ୍ବିତୀୟ ଇନିଂସ୍‌ରେ ଗୋଟିଏ ୱିକେଟ ହରାଇ 23 ରନ କରିଥିଲା । ସିରିଜର 5ମ ତଥା ଶେଷ ଦିନରେ ନାଟକୀୟ ଢଙ୍ଗରେ ପାକିସ୍ତାନକୁ ହରାଇଥିଲା ବାଂଲାଦେଶ । ଏକ ସମୟରେ ଲାଗୁଥିଲା ମ୍ୟାଚ୍‌ ଡ୍ର ହୋଇଯିବ । ହେଲେ ବାଂଲାଦେଶର ଅଭିଜ୍ଞ ସ୍ପିନ ଯୋଡ଼ି ମେହିଡି ହାସନ ମିରାଜ 4ଟି ଓ ସାକିବ ଅଲ୍‌ ହାସନ 3ଟି ୱିକେଟ୍‌ ଦଖଲ କରି ପାକିସ୍ତାନକୁ ଅଲ୍‌ ଆଉଟ କରିଥିଲେ । 146 ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିବା ପାକିସ୍ତାନ, ବିପକ୍ଷ ଦଳକୁ ଜିତିବା ପାଇଁ କେବଳ 30 ରନ ଟାର୍ଗେଟ ଦେବାରେ ସକ୍ଷମ ହୋଇଥିଲା । ଫଳରେ କୌଣସି ୱିକେଟ ନହରାଇ 10 ୱିକେଟରେ ପ୍ରଥମ ଟେଷ୍ଟ ଜିତି ଇତିହାସ ରଚିଥିଲା ବାଂଲାଦେଶ ।

ଦ୍ବିତୀୟ ଟେଷ୍ଟରେ ଇତିହାସ ରଚିଲା ବାଂଲାଦେଶ :-

ପ୍ରଥମ ଟେଷ୍ଟ ହାରିବା ପରେ ସିରିଜରେ ପରାଜୟ ଏଡ଼ାଇବା ପାଇଁ ପାକିସ୍ତାନ ଯେକୌଣସି ପରିସ୍ଥିତିରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଜିତିବାକୁ ଲାଗିପଡ଼ିଥିଲା । ହେଲେ ଦ୍ବିତୀୟ ଟେଷ୍ଟର ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିଲା । ଦ୍ବିତୀୟ ଦିନରେ ପାକିସ୍ତାନ ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରିନଥିଲେ । ପ୍ରଥମ ଇନିଂସ୍‌ରେ ଘରୋଇ ଦଳ କେବଳ 274 ରନରେ ସମସ୍ତ ୱିକେଟ ହରାଇଥିଲା । ଅନ୍ୟପଟେ ବାଂଲାଦେଶ ମଧ୍ୟ ପ୍ରଥମ ଇନିଂସ୍‌ରେ ଝୁଣ୍ଟିଥିଲା । କେବଳ 26 ରନରେ 6ଟି ୱିକେଟ୍‌ ହରାଇଥିଲା ବାଂଲାଦେଶ । ଏହି ସମୟରେ ଦଳ ପାଇଁ ଦେବଦୂତ ସାଜିଥିଲେ ଲିଟନ ଦାସ ଓ ମେହିଡି ହାସନ ମିରାଜ । ଲିଟନ ଦମଦାର ଶତକୀୟ (138) ପାଳି ଖେଳିଥିବାବେଳେ 78 ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳିଥିଲେ ମିରାଜ । ଫଳରେ ବାଂଲାଦେଶ ପ୍ରଥମ ଇନିଂସ୍‌ 262ରେ ଶେଷ ହୋଇଥିଲା । ଏହାପରେ ପାକିସ୍ତାନ ଦ୍ବିତୀୟ ଇନିଂସ୍‌ରେ 172 ରନରେ ସମସ୍ତ ୱିକେଟ୍‌ ହରାଇବା ପରେ ବାଂଲାଦେଶ ଆଗରେ ଐତିହାସିକ ବିଜୟ ପାଇଁ 185 ରନର ଲକ୍ଷ୍ୟ ରହିଥିଲା । ଯାହାକୁ 4 ୱିକେଟ୍‌ ହରାଇ ହାସଲ କରିନେଇଛି ବାଂଲାଦେଶ ।

ଏହା ମଧ୍ୟ ପଢ଼ନ୍ତୁ...ଭାରତୀୟ ଦଳକୁ ପାକିସ୍ତାନ ପଠାଇବା ପାଇଁ ସର୍ତ୍ତ ରଖିଲେ ହରଭଜନ; ଏମିତି ହେଲେ ପାକ୍‌ ଯିବ ଟିମ୍‌ ଇଣ୍ଡିଆ - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.