ETV Bharat / sports

T-20 ଓ୍ବାର୍ଲ୍ଡକପ୍ ବିଜୟକୁ ମାସେ, BCCI ସେୟାର କଲା ସ୍ପେଶାଲ୍ ଭିଡିଓ, SKY କହିଲେ ଲାଇଫର... - one month to t20 world cup triumph

author img

By ETV Bharat Sports Team

Published : Jul 29, 2024, 12:04 PM IST

Updated : Jul 29, 2024, 1:06 PM IST

Bcci shares special video, one month to t20 world cup triumph: ଠିକ୍ ଆଜର ଦିନରେ ମାସକ ତଳେ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ହରାଇ ଟି-20 ବିଶ୍ବ ଚମ୍ପିଆନ ହୋଇଥିଲା ଟିମ୍ ଇଣ୍ଡିଆ । ଆଜି ମାସେ ପୁରିଲା ସମୟରେ ଏକ ସ୍ପେଶାଲ ଭିଡିଓ ସେୟାର କରିଛି ବିସିସିଆଇ । ଅଧିକ ପଢନ୍ତୁ

t20 world cup champion team India
t20 world cup champion team India (@BCCI)

ହାଇଦ୍ରାବାଦ: ଆଜି ସେହି ଐତିହାସିକ ଦିନକୁ ଏକ ମାସ ପୁରିଛି । ଟିମ୍ ଇଣ୍ଡିଆ ଟି-20 ବିଶ୍ବ ଚାମ୍ପିଅନକୁ ଏକ ମାସ ପୁରିଛି । ଫ୍ୟାନ୍ସଙ୍କ ଉତ୍ସାହ, ଉଦ୍ଦୀପନା, ଆବେଗ, ସେଲିବ୍ରେସନକୁ ଏକ ମାସ ପୁରିଛି । ଯେଉଁ ଦିନ ପୁରା ଭାରତ ଝୁମିଉଠିଲା । ମୁମ୍ବାଇରୁ ଗାଁ ଗଳି, ସହରରୁ ସଡକ ସବୁଠୁ ଶୁଭିଥିଲା ଇଣ୍ଡିଆ..ଇଣ୍ଡିଆ । 29 ଜୁନ 2024, ଠିକ୍ ଆଜକୁ ଏକ ମାସ ତଳେ ଭାରତ ଓ୍ବେଷ୍ଟଇଣ୍ଡିଜରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି-20 ବିଶ୍ବକପ ଚାମ୍ପିଆନ ହୋଇଥିଲା ।

ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ସ୍ପେଶାଲ ଭିଡିଓ ସେୟାର କରି ବିସିସିଆଇ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ପୁଣିଥରେ ଫ୍ଲାସବ୍ୟାକକୁ ନେଇଯାଇଛି । ଫାଇନାଲରେ ସୂର୍ଯ୍ୟକୁମାରଙ୍କ ‘ଲାଇଫ୍ ଟାଇମ୍ ବେଷ୍ଟ’ କ୍ୟାଚକୁ ମନେପକାଇ ଦେଇଛି ।

ଏହା ବି ପଢନ୍ତୁ- ଚମକିଲେ ଭାରତୀୟ ବୋଲର, ଦ୍ବିତୀୟ ଟି-20 ହାରିଲା ଶ୍ରୀଲଙ୍କା; ଆଗୁଆ ସିରିଜ୍‌ କବ୍‌ଜା କଲା ଭାରତ - India beat Sri Lanka by 7 wickets

ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଟିମ୍ ଇଣ୍ଡିଆ ମାସେ ତଳେ ବିଶ୍ବଚାମ୍ପିଆନ ହୋଇଥିଲା । ଏହାପରେ ଭାରତୀୟ କ୍ରିକେଟରେ ଆସିଛି ନୂଆ ଯୁଗ । ରୋହିତ ଶର୍ମା, ବିରାଟ କୋହିଲ ଏବଂ ରବିନ୍ଦ୍ର ଜାଡେଜା ଟି-20ରେ ଅବସର ନେବା ପରେ ନୂଆ ରୂପରେ ଚମ୍ପିଆନ୍ ଟିମ୍ ଇଣ୍ଡିଆ । ତେବେ ଆଜିର ନୂଆ ଟିମ୍ ପଛରେ ସୂର୍ଯ୍ୟକୁମାରଙ୍କ ସେହି କ୍ୟାଚ ମଧ୍ୟ ରହିଛି । ତେବେ 30 ଦିନ ଭିତରେ ଅନେକ ପରିବର୍ତ୍ତନ ହୋଇଥିବା ବେଳେ ସୂର୍ଯ୍ୟକୁମାର ବର୍ତ୍ତମାନ ଖେଳାଳିଙ୍କୁ ଟି-20 ଦଳର ଅଧିନାୟକ ବନିସାରିଛନ୍ତି ।

ଏପଟେ ଫାଇନାଲ ଓଭରରେ ମ୍ୟାଚ ଚେଞ୍ଜିଂ କ୍ୟାଚ ନେଇ ସୂର୍ଯ୍ୟକୁମାର କହିଛନ୍ତି, "ମୁଁ ଏମିତି କ୍ୟାଚ ପାଇଁ ସବୁବେଳେ ଅଭ୍ୟାସ କରିଥାଏ । କିନ୍ତୁ କେବେ ବି ଭାବି ନଥିଲି କି ବିଶ୍ବକପ ଫାଇନାଲର ଶେଷ ଓଭରରେ ଏଭଳି ସମୟ ଆସିବ।"

ଏହା ବି ପଢନ୍ତୁ- ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଟିମ୍ ଇଣ୍ଡିଆ, ଏନେଇ ବଡ଼ ସର୍ତ୍ତ ରଖିଲେ BCCI ଉପସଭାପତି ରାଜୀବ ଶୁକ୍ଳା - Champions Trophy 2025

ସୂର୍ଯ୍ୟକୁମାର ଯାଦବଙ୍କ ଲଙ୍ଗ୍-ଅଫ୍ କ୍ୟାଚ-

"ଏହି କ୍ୟାଚ ମୋ ଜୀବନର ଶ୍ରେଷ୍ଠ କ୍ୟାଚ । ଲାଇଫ ଟାଇମରେ ଏଭଳି ସୁଯୋଗ ଥରେ ଆସିଥାଏ । ମୁଁ ଏଥିପାଇଁ ସର୍ବଦା କୃତଜ୍ଞ ରହିବି । ଏହି ସ୍ମୃତି ମୋ ଜୀବନ ସହିତ ସବୁଦିନ ପାଇଁ ରହିବ । ଏହା ଗୋଟିଏ ମାସର କି ଗୋଟିଏ ବର୍ଷର ଚ୍ୟାଲେଞ୍ଜ ନୁହଁ । ଏହା ଜୀବନକାଳ ପାଇଁ ମନେ ରହିବ," ବୋଲି କହିଛନ୍ତି ସୂର୍ଯ୍ୟକୁମାର ଯାଦବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 29, 2024, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.