ETV Bharat / sports

ରଣଜୀ ଟ୍ରଫି; ବାରବାଟୀରେ ମହାସମର ପୂର୍ବରୁ ଓଡିଶା ଜୋରଦାର ଅଭ୍ୟାସ - Barabati Stadium

Odisha ready to face Puducherry in Ranji Trophy : ବାରବାଟୀରେ ଘରୋଇ ପିଚ ସାଙ୍ଗକୁ ଘରୋଇ ପରିସ୍ଥିତିରେ ଆସନ୍ତାକାଲି ପୁଡୁଚେରୀକୁ ଭେଟିବ ଓଡିଶା କ୍ରିକେଟ ଟିମ । ଏହି ମ୍ୟାଚ ଜିତିଲେ ଦଳ ପାଇଁ ଫିଟିବ କ୍ବାଲିଫାଇଂର ବାଟ । ଅଧିକ ପଢନ୍ତୁ

ରଣଜୀ ଟ୍ରଫି ବାରବାଟୀରେ ମହାଲଢ଼େଇ ପୂର୍ବରୁ ଓଡିଶା ଜୋରଦାର ଅଭ୍ୟାସ

author img

By ETV Bharat Odisha Team

Published : Feb 1, 2024, 10:56 PM IST

ରଣଜୀ ଟ୍ରଫି ବାରବାଟୀରେ ମହାଲଢ଼େଇ ପୂର୍ବରୁ ଓଡିଶା ଜୋରଦାର ଅଭ୍ୟାସ

କଟକ : ଚଳିତ ରଣଜୀ ଟ୍ରଫିରେ ଟ୍ରାକକୁ ଫେରିଛି ଓଡିଶା । ଗତ ମ୍ୟାଚରେ ହିମାଚଳ ବିପକ୍ଷରେ ବଡ଼ ବିଜୟ ହାସଲ ପରେ ବାରବାଟୀରେ ପଣ୍ଡିଚେରୀ ବିପକ୍ଷରେ ମୈଦାନକୁ ଓହ୍ଲାଇବ ଶାନ୍ତନୁ ବାହିନୀ । ବାରବାଟୀରେ ଘରୋଇ ପିଚ ସାଙ୍ଗକୁ ଘରୋଇ ପରିସ୍ଥିତିରେ ଆସନ୍ତାକାଲି ପୁଡୁଚେରୀକୁ ଭେଟିବ ଓଡିଶା କ୍ରିକେଟ ଟିମ । ଦୀର୍ଘ ବର୍ଷ ଧରି ହୋମ ଗ୍ରାଉଣ୍ଡରେ ଦବଦବା ଜାହିର କରି ଆସୁଥିବା ଓଡ଼ିଶା ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ।

କାରଣ ଏହି ମ୍ୟାଚ ଜିତିଲେ ଦଳ ପାଇଁ ଫିଟିବ କ୍ବାଲିଫାଇଂର ବାଟ । ତେଣୁ ଏହି ମ୍ୟାଚକୁ ଜିତିବା ପାଇଁ ଦଳ ତାର ସବୁ ଯୋଜନା ଆପଣେଇବା ନେଇ ମତ ରଖିଛନ୍ତି ଦଳର କୋଚ୍ ଦିନେଶ ମୋଙ୍ଗିଆ । ଗୋଟିଏ ପଟେ ଘରୋଇ ପରିସ୍ଥିତି ଅନ୍ୟପଟେ ଉଭୟ ବ୍ୟାଟିଂ ଓ ପେସ ବୋଲିଂ ଦିଗରେ ଓଡିଶା ବେଶ୍ ପ୍ରଭାବୀ ପଦର୍ଶନ କରୁଥିବା ବେଳେ ଆସନ୍ତା ମ୍ୟାଚରେ ମଧ୍ୟ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଦଳର ଅଧିନାୟକ ଶାନ୍ତନୁ ମିଶ୍ର ।

ଏହା ମଧ୍ୟ ପଢନ୍ତୁ ... ୩ୟ ଥର ଏସିସି ସଭାପତି ହେଲେ ଜୟ ଶାହ, ଲଢ଼ିବେ ଆଇସିସି ଅଧ୍ୟକ୍ଷ ନିର୍ବାଚନ !

ସେହିପରି ଚଳିତ ରଣଜୀ ସିଜନରେ ପ୍ରଥମରୁ ଓଡ଼ିଶା ଦଳରୁ ବାଦ ପଡିଥିବା ଅଭିଜ୍ଞ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟଙ୍କୁ ଦଳରେ ସ୍ଥାନ ମିଳିବା ପରେ ଦଳ ଆହୁରି ମଜଭୁତ ହୋଇଛି । ଯାହା ଫଳରେ ଗତ ମ୍ୟାଚରେ ହିମାଚଳ ବିପକ୍ଷରେ 238 ରନ୍ ର ବୃହତ୍ ବ୍ୟବଧାନରେ ବିଜୟ ହାସଲ କରିଥିଲା ଟିମ୍ ଓଡିଶା । ଅନ୍ୟପଟେ ବିପକ୍ଷ ଦଳ ପୁଡୁଚେରୀ ମଧ୍ୟ ଏହି ମ୍ୟାଚକୁ ନେଇ ବେଶ ଆଶାବାଦୀ ରହିଛି । ପୁଲ୍ ଗ୍ରୁପ୍ ରେ ତୃତୀୟ ସ୍ଥାନରେରେ ଥିବା ପୁଡୁଚେରୀ ଦଳ ଏଯାବତ 4 ଟି ମ୍ୟାଚ ରୁ 2 ଟିରେ ବିଜୟ ହାସଲ କରିଥିବା ବେଳେ ଓଡିଶା କିନ୍ତୁ ଗୋଟିଏ ମ୍ୟାଚରେ ବାଜିମାତ କରିଛି ।

ତେଣୁ ବାରବାଟୀ ଭଳି ଫ୍ଲାଟ ପିଚରେ ରନ ଅଧିକ ହେବା ନେଇ ଆଶା କରାଯାଉଥିବା ବେଳେ ଦୁଇ ଦଳର ବୋଲିଂ ଦିଗ ବେଶ ମଜଭୁତ ରହିଛି । ତେଣୁ ଏହି ମ୍ୟାଚ ମଧ୍ୟ ପଣ୍ଡିଚେରୀ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ ବୋଲି କହିଛନ୍ତି ଦଳର ଅଭିଜ୍ଞ ଖେଳାଳି ଗୌରବ ଯାଦବ । ତେବେ ଘରୋଇ ପିଚରେ ଭଲ ପ୍ରଦର୍ଶନ କରିବାର ଚାପ ନିଶ୍ଚିତ ଭାବେ ରହିବା ସହିତ ଜିତିବା ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଓଡିଶା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.