ETV Bharat / sports

କାଲି କଳିଙ୍ଗରେ ହାଇପ୍ରୋଫାଇଲ ଫାଇଟ୍‌, ଇଷ୍ଟ୍‌ ବେଙ୍ଗଲକୁ ଭେଟିବ ଓଡ଼ିଶା ଏଫ୍‌ସି - Football Match at Kalinga Stadium

Odisha FC vs East Bengal ISL: ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ ବେଙ୍ଗଲକୁ ଭେଟିବ ଓଡ଼ିଶା ଏଫ୍‌ସି । ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍ଏଲ୍)ରେ ବିଜୟଧାରା ଜାରି ରଖିବାକୁ ମୈଦାନକୁ ଓହ୍ଲାଇବ ପଏଣ୍ଟ୍‌ ଟେବୁଲର ଶୀର୍ଷରେ ଥିବା ଓଡ଼ିଶା ଏଫ୍‌ସି । ଅଧିକ ପଢ଼ନ୍ତୁ

Odisha FC vs East Bengal ISL
Odisha FC vs East Bengal ISL
author img

By ETV Bharat Odisha Team

Published : Feb 28, 2024, 9:35 PM IST

ଭୁବନେଶ୍ବର: ଆସନ୍ତାକାଲି ଆଉ ଏକ ଦମଦାର ଫୁଟବଲ ଲଢେଇ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ । ଇଷ୍ଟ ବେଙ୍ଗଲକୁ ଭେଟିବ ଓଡ଼ିଶା ଏଫ୍‌ସି । ଜାରି ରହିଥିବା ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍ଏଲ୍) ପଏଣ୍ଟ୍‌ ଟେବୁଲର ଶୀର୍ଷରେ ଥିବା ଓଡ଼ିଶା ଏଫ୍‌ସି ଆସନ୍ତାକାଲି (ଗୁରୁବାର) ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ ବେଙ୍ଗଲ ଏଫ୍‌ସିକୁ ଭେଟିବ । ଏହି ମ୍ୟାଚ୍‌ରେ ଓଡ଼ିଶା ଦଳକୁ ସମର୍ଥନ ଯୋଗାଇବା ପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରବଳ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିବାର ଆଶା କରାଯାଉଛି । ଚଳିତ ଆଇଏସ୍‌ଏଲ୍‌ ସିଜିନ୍‌ରେ ମଧ୍ୟ ଓଡ଼ିଶା ଦମଦାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଓଡ଼ିଶା ଏଫ୍‌ସି କଳିଙ୍ଗ ଷ୍ଟାଡିୟମରେ ଇଷ୍ଟ୍‌ ବେଙ୍ଗଲ୍‌ ଏଫ୍‌ସି ଦଳକୁ ଭେଟିବ । ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍‌ ଆସନ୍ତାକାଲି (ଗୁରୁବାର) ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ । ଓଡ଼ିଶା ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌ରେ ୧୬ଟି ମ୍ୟାଚ୍‌ ଖେଳି ୩୨ ପଏଣ୍ଟ୍‌ ହାସଲ କରିଛି । ସେହିପରି ଲଗାତାର ୧୨ଟି ମ୍ୟାଚ୍‌ରେ ଅପରାଜିତ ରହିବାର ଧାରା ବଜାୟ ରଖିଛି । ଅନ୍ୟପକ୍ଷରେ ସମାନ ସଂଖ୍ୟକ ମ୍ୟାଚ୍‌ରୁ ୧୮ ପଏଣ୍ଟ୍‌ ପାଇ ଇଷ୍ଟ ବେଙ୍ଗଲ୍‌ ଲିଗ୍‌ରେ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି । ନିକଟରେ କଳିଙ୍ଗ ସୁପର କପ୍‌ର ରୋମାଞ୍ଚକ ଫାଇନାଲରେ ଓଡ଼ିଶା ଏଫ୍‌ସି ଇଷ୍ଟ ବେଙ୍ଗଲ୍‌ ଠାରୁ ୨-୩ ଗୋଲ ବ୍ୟବଧାନରେ ପରାସ୍ତ ହୋଇଥିଲା । ଘରୋଇ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି ସେହି ପରାଜୟର ପ୍ରତିଶୋଧ ନେବା ସହ ଆଇଏସ୍‌ଏଲ୍‌ରେ ନିଜର ଅପରାଜିତ ରେକର୍ଡକୁ ଆହୁରି ଆଗକୁ ବଢ଼ାଇବା ପାଇଁ ପଡ଼ିଆକୁ ଓହ୍ଲାଇବ ।

ଏହା ମଧ୍ୟ ପଢ଼ନ୍ତୁ...ଭଙ୍ଗା କୁଡ଼ିଆରୁ ଭାରତୀୟ ହକି ଦଳ; ଜ୍ୟୋତି ଛେତ୍ରୀଙ୍କ ସଂଘର୍ଷର କାହାଣୀ

ପ୍ରକାଶଯୋଗ୍ୟ, ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍ଏଲ୍) ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର 2023ରୁ ଆରମ୍ଭ ହୋଇଛି । ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଏପ୍ରିଲ 2024 ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ 12ଟି ଟିମ ଅଂଶଗ୍ରହଣ କରିଛନ୍ତି । ଓଡିଶା ଏଫ୍‌ସି ଓ ଇଷ୍ଟ୍‌ ବେଙ୍ଗଲ ସମେତ ଏହି ଟୁର୍ଣ୍ଣାମେଣ୍ଟରେ ବେଙ୍ଗାଲୁରୁ ଏଫ୍‌ସି, ଚେନ୍ନାଇ, ଗୋଆ, ହାଇଦ୍ରାବାଦ, ଜାମସେଦପୁର, କେରଳ, ମୁମ୍ବାଇ ସିଟି, ପଞ୍ଜାବ, ନର୍ଥ ଇଷ୍ଟ୍‌ ଏବଂ ମୋହୁନ (Mohun Bagan Super Giant) ଏହି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଏଫ୍‌ସି ପ୍ରଥମ ଥର ପାଇଁ ଟେବୁଲ୍ ଟପ୍‌ରେ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.