ETV Bharat / sports

ସିକେ ନାଇଡୁ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ - C K Nayudu Trophy

author img

By ETV Bharat Sports Team

Published : 23 hours ago

OCA ANNOUNCED C K NAYUDU TROPHY TEAM: ବିସିସିଆଇ ଘରୋଇ ସିଜିନ ସିକେ ନାଇଡୁ ଟ୍ରଫି ସିଜିନ 2024-25 ପାଇଁ ଘୋଷଣା ହେଲା 15 ଜଣିଆ ଓଡିଶା ଦଳ । ଦେଖନ୍ତୁ କେମିତି ରହିଛି ଟିମ୍‌...

OCA ANNOUNCED C K NAYUDU TROPHY TEAM
OCA ANNOUNCED C K NAYUDU TROPHY TEAM (@cricket_odisha)

କଟକ: ସିକେ ନାଇଡୁ ଟ୍ରଫି ପାଇଁ ଘୋଷଣା ହେଲା 23 ବର୍ଷରୁ କମ ଓଡିଶା ଦଳ । 16 ଜଣିଆ ଟିମ ଆଜି ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ। ସାୱନ ପାହାଡିଆଙ୍କ ଅଧିନତ୍ୱରେ ପ୍ରତିଯୋଗିତାକୁ ଓହ୍ଲାଇବ ଟିମ । ବିଶ୍ୱ ବୈଭବ ମୁଦୁଲି , ଦେଵବ୍ରତ ପ୍ରଧାନ , ସୁଭମ ନାୟକ , ସାଇଦିପ ମହାପାତ୍ର , ସୁଯଲ ସିଂଙ୍କ ଭଳି ଭଲ ବ୍ୟାଟରଙ୍କୁ ଟିମ ରେ ସ୍ଥାନ ଦେଇଛନ୍ତି ଚୟନ କମିଟି । ସେହିପରି ବୋଲିଂ ଲାଇନ ଅପରେ ବିନାୟକ ସାହୁ , ବାଦଲ ବିଶ୍ୱାଳ , ଆଶୁତୋଷ ମାରାଣ୍ଡିଙ୍କ ଭଳି ଖେଳାଳି ଙ୍କୁ ଚୟନ କରିଛି ଓସିଏ ।

ଆସନ୍ତା 13 ତାରିଖରୁ ଉତ୍ତରାଖଣ୍ଡ ବିପକ୍ଷରେରେ ଅଭିଯାନ ଆରମ୍ଭ କରିବ ଓଡିଶା । ସେହପରି ଦ୍ୱିତୀୟ ମ୍ୟାଚରେ ମହାରାଷ୍ଟ୍ରକୁ ଭେଟିବ ଓଡିଶା ଟିମ । ଏହି ପ୍ରତିଯୋଗିତାରେରେ ମୋଟ 5 ଟି ମ୍ୟାଚ ଖେଳିବ ଓଡିଶା ।

ସିକେ ନାଇଡୁ ଟ୍ରଫି ଘୋଷଣା (ETV Bharat Odisha)

"ଏହି ପ୍ରତିଯୋଗିତା ପାଇଁ ଓଡିଶା ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ," କହିଛନ୍ତି ସିନିୟର ଚୟନ କମିଟି ଅଧକ୍ଷ ଅମୀୟ ରାଏ । ସେହିପରି "ଟିମର ପ୍ରସ୍ତୁତି ଓ ଅଭ୍ୟାସ ସମ୍ପୂର୍ଣ୍ଣ ଉଚ୍ଚ କୋଟିର ରହିଛି । ଟିମ ଏହି ସିଜିନରେ ନିଶ୍ଚିତ ଭଲ କରିବ," ବୋଲି କହିଛନ୍ତି ଟିମ କୋଚ୍ ବସନ୍ତ ମହାନ୍ତି ।

ସିକେ ନାଇଡୁ ଟ୍ରଫି 23 ବର୍ଷରୁ କମ ଓଡିଶା ଦଳ-

ସାୱନ ପାହାଡିଆ, ବିଶ୍ୱ ବୈଭବ ମୁଦୁଲି, ଦେଵବ୍ରତ ପ୍ରଧାନ (ଓ୍ବିକେଟ କିପର), ସୁଭମ ନାୟକ, ସୁଜଲ ସିଂ, ବିନାୟକ ସାହୁ, ବାଦଲ ବିଶ୍ୱାଳ, ଆଶୁତୋଷ ମାରାଣ୍ଡି, ଓମ ଟି ମୁଣ୍ଡେ, ସାଇଦିପ ମହାପାତ୍ର, ସ୍ବପ ଏସ୍ ଭୂୟାଁ, ସ୍ବୟମ୍ ଶ୍ରୀଭାତ୍ସବ, ଆୟୁଷ ବାରିକ, ସଂବିତ ବରାଳ, ଆଶୁତେଷ ଛୁରିଆ, ବିମଳ କୁମାର , ଆଶୁତୋଷ ମାରାଣ୍ଡି

ଘୋଷଣା ହେଲା 19 ବର୍ଷରୁ କମ ଓଡିଶା ମହିଳା ଦଳ-

ବିସିସିଆଇ ଘରୋଇ ସିଜିନ 2024-25 ଅଧିନରେ ଅଣ୍ଡର-19 ମହିଳା ଟି20 ଟ୍ରଫି ପାଇଁ ଘୋଷଣା ହୋଇଛି 15 ଜଣିଆ ଓଡିଶା ଦଳ । ଆସନ୍ତା ଅକ୍ଟୋବର 1 ତାରିଖରୁ ନାଗପୁରରେ ଏହାର ଅଭିଯାନ କରିବ ଓଡିଶା ଟିମ । ପ୍ରଥମ ମ୍ୟାଚ୍‌ରେ ମଣିପୁରକୁ ଭେଟିବ ଓଡିଶା । ଏହି ପ୍ରତିଯୋଗିତାରେ ମୋଟ 5ଟି ମ୍ୟାଚ୍‌ ଖେଳିବ ଟିମ ଓଡିଶା । ତେବେ ପ୍ରଦର୍ଶନ ଅନୁଯାୟୀ ଟିମ୍‌ ଚୟନ ହୋଇଥିବାରୁ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ଓଡ଼ିଶା କ୍ରିକେଟ ସଂଘ ।

ଘୋଷଣା ହେଲା ଓସିଏ ସିନିୟର ମହିଳା ଦଳ-

ବରୋଦାରେ ଖେଳାଯିବାକୁ ଥିବା ବିସିସିଆଇ ଘରୋଇ ମହିଳା ଟି20 ପ୍ରତିଯୋଗିତା ପାଇଁ ଘୋଷଣା ହେଲା 16 ଜଣିଆ ଓଡ଼ିଶା ମହିଳା ଦଳ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ମହିଳା ଚୟନ କମିଟି ଅଧ୍ଯକ୍ଷା ରଶ୍ମିତା ମହାନ୍ତି । ମାଧୁରୀ ମେହେଟାଙ୍କ କାନ୍ଧରେ ଅଧିନାୟକତ୍ବ ଭାର ରହିଥିବାବେଳେ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦଳର ଉପ-ଅଧିନାୟିକା ଦାୟିତ୍ବ ମିଳିଛି । ୱିକେଟ କିପର ଭାବେ ପ୍ରଜ୍ଞା ପରାମିତା ମହାନ୍ତି ଓ ରଶ୍ମିତା ଚିନାରାଙ୍କ ଭଳି ଖେଳାଳିଙ୍କୁ ଦଳରେ ଚୟନ କରାଯାଇଛି ।

ଏହା ବି ପଢନ୍ତୁ- U19 ଟି20 ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ, ପୂଜା ଯାଦବଙ୍କ ନେତୃତ୍ବରେ ଖେଳିବ ଦଳ - Womens U19 T20 Trophy

ଏହା ବି ପଢନ୍ତୁ-ସିନିୟର ମହିଳା ଟି20 ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ଦଳ; ମାଧୁରୀ ମେହଟା କ୍ୟାପ୍ଟେନ - Senior Womens T20 Trophy

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.