ETV Bharat / sports

12 ବର୍ଷ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିଲା ଟିମ୍ ଇଣ୍ଡିଆ, 69 ବର୍ଷ ପରେ ଏହି ରେକର୍ଡ କଲା ନ୍ୟୁଜିଲାଣ୍ଡ

ଇତିହାସ ରଚିଲା ଟିମ୍ ନ୍ୟୁଜିଲାଣ୍ଡ । ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ଜିତି ସିରିଜରେ 2-0ରେ ଆଗରେ । 12 ବର୍ଷ ପରେ ଟେଷ୍ଟ ସିରିଜ ନିଜ ମାଟିରେ ହାରିଲା ଟିମ୍ ଇଣ୍ଡିଆ ।

New Zealand cricket team players celebrate Virat Kohli's wicket
New Zealand cricket team players celebrate Virat Kohli's wicket ((AP))
author img

By ETV Bharat Odisha Team

Published : 2 hours ago

Updated : 2 hours ago

ହାଇଦ୍ରାବାଦ: ମହାରାଷ୍ଟ୍ରର ପୁଣେ ଠାରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । 113 ରନରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା 3 ଟିକିଆ ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚ ଜିତିଛି ଭ୍ରମଣକାରୀ ଦଳ । ଏହି ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଆଗୁଆ ଟେଷ୍ଟ ସିରିଜ ଜିତିଛି । 2-0ରେ ଆଗରେ ରହିଛି ଅତିଥି ଦଳ । ଭାରତ 12 ବର୍ଷ ପରେ ସ୍ବଦେଶରେ ଘରୋଇ ପିଚରେ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜରେ ପରାସ୍ତ ହୋଇଛି । ଏହା ପୂର୍ବରୁ ଭାରତ 2012 ମସିହାରେ ଭାରତ ଇଂଲଣ୍ଡ ବିପକ୍ଷରେ ସ୍ବଦେଶରେ ହିଁ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା ।

ଏହା ବି ପଢନ୍ତୁ- ଚିନ୍ନାସ୍ବାମୀରେ ଇତିହାସ ରଚିଲା କିୱି, 36 ବର୍ଷ ପରେ ଭାରତ ମାଟିରେ ଟିମ୍‌ ଇଣ୍ଡିଆକୁ ହରାଇଲା

ଏହା ବି ପଢନ୍ତୁ- ଚିନ୍ନାସ୍ବାମୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଚିତ୍ ପଟାଙ୍ଗ, ୪୬ ରନରେ ଅଲ ଆଉଟ, ଖାତା ଖୋଲି ପାରିଲେନି ୫ ବ୍ୟାଟର

ଏହା ସହିତ ନ୍ୟୁଜିଲାଣ୍ଡ ବଡ ରେକର୍ଡ କରିଛି । ଦଳ 69 ବର୍ଷରେ ପ୍ରଥମ ଥର ପାଇଁ ଭାରତରେ କୌଣସି ଟେଷ୍ଟ ସିରିଜରେ ବିଜୟୀ ହୋଇଛି । ଟମ୍ ଲଥାମଙ୍କ ଅଧିନାୟକତ୍ବରେ ଏହି କମାଲ କରିଛି କିଓ୍ବି ଟିମ୍ । ଦଳ ମଧ୍ୟ ପ୍ରଥମ ମ୍ୟାଚ ଜିତି 36 ବର୍ଷ ପରେ କୌଣସି ଟେଷ୍ଟ ମ୍ୟାଚ ଜିତିଥିଲା ଭାରତରେ । ଦ୍ବିତୀୟ ଟେଷ୍ଟ ମ୍ୟାଚରେ ପରାଜୟ ପରେ ଭାରତ ନିଜ ଦେଶରେ 4331 ଦିନ ପରେ ଟେଷ୍ଟ ସିରିଜରେ ପରାଜିତ ହୋଇଛି । ଭାରତରେ ଟେଷ୍ଟ ସିରିଜରେ ବିଜୟ ପାଇଁ ନ୍ୟୁଜିଲାଣ୍ଡକୁ 69 ବର୍ଷ ଅପେକ୍ଷା କରିବାକୁ ପଡିଥିଲା ।

12 ବର୍ଷରେ ଟେଷ୍ଟ ସିରିଜ ହାରିଲା ଭାରତ-

  • ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ ସିରିଜ ଜିତିଲା ନ୍ୟୁଜିଲାଣ୍ଡ
  • ପୁଣେ ଦ୍ବିତୀୟ ଟେଷ୍ଟରେ ଭାରତ ୧୧୩ ରନ୍‌ରେ ପରାସ୍ତ
  • ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ପ୍ଲେୟାର ଅଫ୍‌ ଦି ମ୍ୟାଚ
  • 2012ରେ ଭାରତରେ ଟେଷ୍ଟ ସିରିଜ ଜିତିଥିଲା ଇଂଲଣ୍ଡ
  • 2024ରେ ଭାରତରେ ଟେଷ୍ଟ ସିରିଜ ଜିତିଥିଲା ଅଷ୍ଟ୍ରେଲିଆ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । କନଓ୍ବେ ଏବଂ ରଚିନ ରବିନ୍ଦ୍ରଙ୍କ ଦମଦାର ଅର୍ଦ୍ଧଶତକ ପାଇଁ ପାଇଁ ଦଳ ପ୍ରଥମ ପାଳିରେ 259 ରନରେ ଅଲଆଉଟ ହୋଇଥିଲା । ଏହାର ଜବାବରେ ଭାରତ ମାତ୍ର 156 ରନରେ ସୀମିତ ରହିଥିଲା । ଦ୍ବିତୀୟ ଇନିଂସରେ ନ୍ୟୁଜିଲାଣ୍ଡ 255 ରନ ସ୍କୋର କରିଥିଲା । ଦଳ ପାଇଁ ଦ୍ବିତୀୟ ଇନିଂସରେ କ୍ୟାପଟେ୍ନ ଟମ୍ ଲାଥମ 86 ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ତେବେ 359 ରନର ବିଜୟ ଲକ୍ଷ୍ୟ ନେଇ 4ର୍ଥ ଇନିଂସରେ ଭାରତ ଭଲ ଆରମ୍ଭ କରିଥିଲେ ମଧ୍ୟ 245 ରନରେ ସୀମିତ ରହି ମ୍ୟାଚକୁ 113 ରନରେ ପରାସ୍ତ ହେବା ସହିତ ସିରିଜ ମଧ୍ୟ 0-2ରେ ହାରିଛି ।

ଏହି ମ୍ୟାଚରେ ଦମଦାର ବୋଲିଂ ପାଇଁ ସାଣ୍ଟନର ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି । ପ୍ରଥମ ମ୍ୟାଚରେ ମଧ୍ୟ ଭାରତକୁ ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ 8 ଓ୍ବିକେଟରେ ପରାସ୍ତ କରିଥିଲା ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.