ETV Bharat / sports

ମିଳିବ ଗୁଣାତ୍ମକ କ୍ରୀଡ଼ା ସୁବିଧା; କୋରାପୁଟରେ ଖୋଲିବ ଫୁଟବଲ ଓ ହକି ଏକାଡେମୀ - National Sports Day at Koraput

author img

By ETV Bharat Sports Team

Published : Aug 30, 2024, 4:50 PM IST

National Sports Day at Koraput : କ୍ରୀଡ଼ାପ୍ରେମୀ ଶିଶୁ ଏବଂ ଯୁବକମାନଙ୍କୁ ଗୁଣାତ୍ମକ କ୍ରୀଡ଼ା ସୁବିଧା ଯୋଗାଇବା ପାଇଁ କୋରାପୁଟରେ ପ୍ରତିଷ୍ଠା ହେବ ଫୁଟବଲ ଓ ହକି ଏକାଡେମୀ । ଅଧିକ ପଢ଼ନ୍ତୁ

National Sports Day at Koraput
National Sports Day at Koraput (ETV Bharat Odisha)

କୋରାପୁଟ : ନିକଟରେ ରାଜ୍ୟସ୍ତରୀୟ ଇଭେଣ୍ଟରେ ଚେସ୍ ଏବଂ କ୍ରିକେଟରେ ଜିଲ୍ଲା ପାଇଁ ପୁରସ୍କାର ଆଣିଥିବା ପିଲାମାନଙ୍କୁ ଗୁରୁବାର ଜାତୀୟ କ୍ରୀଡା ଦିବସ ଅବସରରେ କୋରାପୁଟର ସର୍ବୋଦୟ ସମିତି ପରିସରରେ କୋରାପୁଟ ସ୍ପୋର୍ଟସ୍ ଏକାଡେମୀ ଦ୍ୱାରା ସମ୍ମାନିତ କରାଯାଇଛି । କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ ଶୋଭାଯାତ୍ରାରେ ସହରର କ୍ରୀଡ଼ାପ୍ରେମୀମାନେ ବାହାରିଥିବାବେଳେ କୋରାପୁଟର କ୍ରୀଡା ହଷ୍ଟେଲରେ ଜିଲ୍ଲା କ୍ରୀଡ଼ା କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ତେବେ ଜିଲ୍ଲାରେ କ୍ରୀଡ଼ାପ୍ରେମୀ ଶିଶୁ ଏବଂ ଯୁବକମାନଙ୍କୁ ଗୁଣାତ୍ମକ କ୍ରୀଡ଼ା ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି ଜିଲ୍ଲୀ କ୍ରୀଡ଼ା ଅଧିକାରୀ ।

କୋରାପୁଟସ୍ଥିତ କଳିଙ୍ଗ ସ୍ପୋର୍ଟସ ଏକାଡେମୀର ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି କହିଛନ୍ତି, "କୋରାପୁଟର ଶିଶୁଙ୍କ ମଧ୍ୟରେ ଅମାପ ସମ୍ଭାବନା ରହିଛି । ସେମାନେ ଟିକିଏ ତାଲିମ ପାଇଲେ କ୍ରିକେଟ, ଫୁଟବଲ, ଭଲିବଲ, ବ୍ୟାଡମିଣ୍ଟନ ଭଳି ବିଭିନ୍ନ ଖେଳରେ ରାଜ୍ୟ ତଥା ଜାତୀୟସ୍ତରରେ ସୁନାମ ଅର୍ଜନ କରିପାରିବେ । ବେସରକାରୀ ଉଦ୍ୟମରେ କୋରାପୁଟରେ ଜିଲ୍ଲାସ୍ତରୀୟ ଫୁଟବଲ ଓ କ୍ରିକେଟ ତାଲିମ ଶିବିର ଆୟୋଜିତ ହେଉଛି । ହେଲେ କୋରାପୁଟ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖେଳ ପଡିଆର ଅଭାବ ପିଲାଙ୍କୁ କ୍ୟାରମ, ଚେସ, ଲୁଡୁ ଭଳି ଖେଳରେ ନିଜକୁ ସୀମିତ କରିବାକୁ ବାଧ୍ୟ କରୁଛି ।" ଦିନ ଥିଲା, ଯେତେବେଳେ କୋରାପୁଟ ସହରରେ ପୂଜାରିପୁଟ ଷ୍ଟାଡିୟମ, ହକି ପଡିଆ, ପୋଲିସ ପରେଡ଼ ପଡିଆ, ରେଳବାଇ ପଡିଆ, ହାଇସ୍କୁଲ ପଡିଆ ଭଳି ଅନେକ ପଡିଆ ପିଲା ତଥା ଯୁବପୀଢିଙ୍କ ପାଇଁ ଉନ୍ମୁକ୍ତ ଥିଲା । ଏହି ପଡିଆରେ ଅଭ୍ୟାସ କରି ରାଜ୍ୟସ୍ତରୀୟ କ୍ରୀଡା ହେଉ ବା ଜାତୀୟସ୍ତରୀୟ ହକି, ଫୁଟବଲ ଭଳି କ୍ରୀଡ଼ାରେ ସଫଳତାର ସହ ଉତ୍ତମ ପ୍ରଦର୍ଶନ କରି କୋରାପୁଟର କ୍ରୀଡ଼ାବିତ ଜିଲ୍ଲା ପାଇଁ ଗୌରବ ଆଣୁଥିଲେ ।

ତେବେ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ଭାରତ ସରକାର ଓ ବିଶେଷ କରି ହକି ଦଳର ସଫଳତାକୁ ନେଇ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରାଯାଉଥିବାବେଳେ କୋରାପୁଟ ଭଳି ଏକ ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳରେ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମିର ଘୋର ଅଭାବ ଖେଳାଳିଙ୍କୁ ନିରାଶ କରିଛି । କୋରାପୁଟ ମାଟିରୁ ଅନେକ ଖେଳାଳି ଫୁଟବଲ, ହକି ଓ ଅନ୍ୟାନ୍ୟ ଖେଳରେ ରାଜ୍ୟ ତଥା ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବାବେଳେ ସେହିପରି ଏକ ସ୍ଥାନରେ ନୂତନ ଭାବେ କ୍ରୀଡା ଜଗତ ସହ ସମ୍ପର୍କ ସ୍ଥାପନ କରୁଥିବା ବିଦ୍ୟାଳୟର ପିଲାଙ୍କ ଠାରୁ ଆରମ୍ଭ କରି ପେଶାଦାର ଖେଳାଳି ପର୍ଯ୍ୟନ୍ତ କାହାରି ପାଇଁ ଖେଳ ପଡ଼ିଆଟିଏ ନଥିବା ସରକାରୀ ଉଦାସୀନତା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ପ୍ରଶାସନିକ ସ୍ଥାଣୁତାର ଜ୍ୱଳନ୍ତ ଉଦାହରଣ ବୋଲି ମତପ୍ରକାଶ ପାଇଛି ।

କୋରାପୁଟ ଜିଲ୍ଲା କ୍ରୀଡ଼ା ଅଧିକାରୀ ଜ୍ଞାନଦ୍ବୀପ ତ୍ରିପାଠୀ କହିଛନ୍ତି, "କୋରାପୁଟରେ ଇନଡୋର ଷ୍ଟାଡିୟମକୁ ନବୀକରଣ କରିବା ସହିତ କୋରାପୁଟରେ ଥିବା ଷ୍ଟାଡିୟମ ନିକଟରେ ଏକ କ୍ରୀଡା ପଡ଼ିଆ ନିର୍ମାଣ କରି କ୍ରୀଡ଼ାପ୍ରେମୀ ଶିଶୁ ଏବଂ ଯୁବକମାନଙ୍କ ପାଇଁ ଗୁଣାତ୍ମକ କ୍ରୀଡ଼ା ସୁବିଧା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ହେଉଛି ।" ଏହା ସହିତ ଜୟପୁରରେ ଫୁଟବଲ ଏକାଡେମୀ ଓ ସୁନାବେଡାରେ ହକି ଏକାଡ଼େମୀ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ସେ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଲିମ୍ପିକ୍ସରେ ଓଡ଼ିଆଙ୍କ ଭାଗ୍ୟ ସୀମିତ ! ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଥାଇ ମଧ୍ୟ ବାହାରୁ ନାହାନ୍ତି ଖେଳାଳି - Odia Players in Olympics

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.