ETV Bharat / sports

Biju Patnaik Sports Award; ଅଲିମ୍ପିଆନ୍ କିଶୋରଙ୍କ ସମେତ 9 ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର, ଦେଖନ୍ତୁ ଲିଷ୍ଟ - National Sports Day celebration

author img

By ETV Bharat Sports Team

Published : Aug 29, 2024, 7:34 PM IST

Updated : Aug 29, 2024, 7:39 PM IST

National Sports Day celebration in Odisha; ରାଜ୍ୟ କ୍ରୀଡା ଏବଂ ଯୁବ ବ୍ୟାପର ବିଭାଗ ପକ୍ଷରୁ ଭୁବନେଶ୍ବରସ୍ଥିତ ଲୋକସେବା ଭବନ କନଭେନସନ ସେଣ୍ଟରରେ ଜାତୀୟ କ୍ରୀଡା ଦିବସ ପାଳନ ହେବା ସହିତ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ ହୋଇଛି । ଅଧିକ ପଢନ୍ତୁ

Biju Patnaik Sports Award
Biju Patnaik Sports Award (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ଷ୍ଟାର ଜାଭଲିନ୍ ଥ୍ରୋୟର ତଥା ଅଲିମ୍ପିଆନ କିଶୋର କୁମାର ଜେନାଙ୍କୁ ମିଳିଛି ସମ୍ମାନଜନକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ଏହା ସହିତ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ଅନ୍ୟ 8 ଜଣଙ୍କୁ ମିଳିଛି ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର । ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ବିଜୁ ପଟ୍ଟନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ଉତ୍ସବ ସମାରୋହ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି ।

ବିଭିନ୍ନ କ୍ରୀଡ଼ାବିତ, କୋଚ, କ୍ରୀଡା ସାମ୍ବାଦିକଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରରେ ସମ୍ମାନିତ କରାଯାଇଛି । ବିଶେଷ କରି ଜାଭେଲିନ ଥ୍ରୋ ଖେଳାଳି କିଶୋର ଜେନାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ, ପୂର୍ବତନ ଭାରତୀୟ ହକି ଖେଳାଳି ଲାଜରୁସ ବାର୍ଲାଙ୍କୁ ଜୀବନବ୍ୟାପୀ ସାଧନା, ହକି କୋଚ ବିଜୟ ଲାକ୍ରାଙ୍କୁ ଶ୍ରେଷ୍ଠ କୋଚ, ଜାଫର ଇକବାଲ ଶ୍ରେଷ୍ଠ ପାରା କ୍ରୀଡ଼ାବିତ, କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରା, ପ୍ରୀତିସ୍ମିତା ଭୋଇଙ୍କୁ ଶ୍ରେଷ୍ଠ ଯୁବ ଖେଳାଳି, ବେଷ୍ଟ ଟେକ୍ନିକାଲ କୋଚ ଆୱାର୍ଡ ଭାବେ ରୂପନିତା ପଣ୍ଡା, ଶ୍ରେଷ୍ଠ ପାରା କ୍ରୀଡ଼ାବିତ ଭାବେ ମହମ୍ମଦ ଜାଫର, ହକି କୋଚ ବିଜୟ ଲାକ୍ରାଙ୍କୁ ସମ୍ମାନିତ କରାଯାଇଛି।

ଏହି ଅବସରରେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫୋଟୋରେ ପୁଷ୍ପ ପ୍ରଦାନ କରିବା ସହ ଦେଶର ହକିର ବିକାଶ ଦିଗରେ ତାଙ୍କର କଣ ଭୂମିକା ରହିଛି ସେ ସମ୍ପର୍କରେ ଆଲୋଚନା କରାଯାଇଛି ।

ଏହା ବି ପଢନ୍ତୁ- NATIONAL SPORTS DAY HISTORY; କାହିଁକି ଆଜିର ଦିନକୁ ଦେଶ ପାଳୁଛି ଜାତୀୟ କ୍ରୀଡା ଦିବସ ? ଜାଣନ୍ତୁ ଇତିହାସ ଏବଂ ମହତ୍ବ - National Sports Day 2024

ତେବେ ବିଜୁ ପଟ୍ଟନାୟକ ସାହାସିକତା ପୁରସ୍କାର ସ୍ବରୂପ ରୁଦ୍ର ପ୍ରସାଦ ମଲ୍ଲିକଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଶ୍ରେଷ୍ଠ କ୍ରୀଡା ସାମ୍ବାଦିକ ସୁକେଶ ରଞ୍ଜନ ବେହେରାଙ୍କୁ ଦୁଇ ଲକ୍ଷ ଟଙ୍କା । ଶ୍ରେଷ୍ଠ ଉଦୀୟମାନ କ୍ରୀଡା ପୁରସ୍କାର ଭାରୋଉତ୍ତୋଳିକା ପ୍ରୀତିସ୍ମିତା ଭୋଇଙ୍କୁ ୨ ଲକ୍ଷ ଟଙ୍କା । ରୂପନ୍ୱିତା ପଣ୍ଡା, ଶ୍ରେଷ୍ଠ ଟେକ୍ନିକାଲ ଅଫିସର, ୨ଲକ୍ଷ ଟଙ୍କା । ଶ୍ରେଷ୍ଠ ଦିବ୍ୟାଙ୍ଗ କ୍ରୀଡାବିତ ମହମଦ ଜାଫର ଇକବାଲ, ୨ଲକ୍ଷ ଟଙ୍କା । ଶ୍ରେଷ୍ଠ କୋଚ ହକି କୋଚ ବିଜୟ କୁମାର ଲାକ୍ରା, ୨ଲକ୍ଷ ଟଙ୍କା। ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ନାଲକୋକୁ ଦିଆଯାଇଛି । ସେହିପରି କିଶୋର ଜେନାଙ୍କୁ ତିନି ଲକ୍ଷ ଏବଂ ଲାଜରୁସ ବାର୍ଲାଙ୍କୁ ଚାରି ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କ୍ରୀଡା ସଚିବ ଭାସ୍କର ଜ୍ୟୋତି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ:-

ପ୍ରାଦେଶିକ ସର୍ବୋଚ୍ଚ କ୍ରୀଡା ସମ୍ମାନ ହେଉଛି ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ । ଏହା ବାର୍ଷିକ 5ଟି ପ୍ରଦର୍ଶନ ଆଧାରରେ ପ୍ରଦାନ କରାଯାଉଅଛି । ଏହାକୁ ନବୀନ ପଟ୍ଟନାୟକ ସରକାର ବର୍ଷ 2001-02 ରେ ଶୁଭାରମ୍ଭ କରିଥିଲେ । କ୍ରୀଡା ଓ ଏହାର ସମ୍ପର୍କିତ ଏକାଧିକ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇ ଆସୁଛି ।

କେଉଁ କେଉଁ କ୍ଷେତ୍ରରେ ମିଳୁଛି, ଏହି ପୁରସ୍କାର:-

  • ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ ଲାଇଫଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ (3 ଲକ୍ଷ)
  • ଆଓ୍ବାର୍ଡ ଫର ଆଉଟଷ୍ଟାଣ୍ଡିଂ ପରଫରମାନ୍ସ (2 ଲକ୍ଷ)
  • ପ୍ରଶିକ୍ଷଣରେ ଉତ୍କର୍ଷତା (1 ଲକ୍ଷ)
  • କ୍ରୀଡାକ୍ଷେତ୍ରର ପ୍ରମୋସନ ପାଇଁ ଉଲ୍ଲେଖନୀୟ ଅବଦାନ (50 ହଜାର)
  • କ୍ରୀଡା ସମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା (50 ହଜାର)

ଏହି 5ଟି କ୍ଷେତ୍ର ସହ ଜଡିତ ଥିବା କ୍ରୀଡାବିତ, କ୍ରୀଡା ପ୍ରଶିକ୍ଷକ ଓ କ୍ରୀଡା ସମ୍ବାଦିକମାନେ ରାଜ୍ୟ ସରକାରଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଆସୁଛନ୍ତି । କ୍ରୀଡା ବିଭାଗ ବାର୍ଷିକ ଏହି ପୁରସ୍କାର ପାଇଁ ବିଜ୍ଞପ୍ତି ପ୍ରକାଶ କରି ଆବେଦନ ଗ୍ରହଣ କରିଥାଏ । ଯୋଗ୍ୟ ବ୍ୟକ୍ତିବିଶେଷ ଏଥିରେ ଆବେଦନ କରି ଚୟନ ହେବା ପରେ ପୁରସ୍କୃତ ହୋଇଥାନ୍ତି । ଆବେଦନ କରିବା ପାଇଁ କିଛି ସର୍ତ୍ତାବଳି ମଧ୍ୟ ରହିଛି । ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ ଓ ଅତିକମରେ ଉପରୋକ୍ତ କୌଣସି କ୍ଷେତ୍ରରେ 7ବର୍ଷର ଅଭିଜ୍ଞତା ରହିବା ଜରୁରୀ ।

ଚୟନ କମିଟି:-

ଆବେଦନ ଗ୍ରହଣ ଶେଷ ହେବା ପରେ ଏକ ଉଚ୍ଚସ୍ତରୀୟ କମିଟି ଯୋଗ୍ୟ ବ୍ୟକ୍ତିଙ୍କ ନାମରେ ଚୂଡାନ୍ତ ମୋହର ମାରିଥାନ୍ତି । କ୍ରୀଡା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ 8ଜଣିଆ କମିଟି ସମସ୍ତ 5ଟି ବର୍ଗରେ ବିଜେତାଙ୍କ ନାମ ଚୂଡାନ୍ତ କରିଥାଏ । ଏଥିରେ ସଦସ୍ୟ ଭାବେ ଜଣେ ଅନ୍ତର୍ଜାତୀୟ ତଥା ଅଲମିକ୍ସ ମେଡାଲ ବିଜେତା, ରାଜ୍ୟର ପ୍ରତିଷ୍ଠିତ କ୍ରୀଡାବିତଙ୍କ ମଧ୍ୟରେ ଜଣେ ଅର୍ଜୁନ ପୁରସ୍କାର ବିଜେତା, ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଗ୍ରହଣ କରିଥିବା ବରିଷ୍ଠ କ୍ରୀଡା ସମ୍ବାଦିକ ଓ ରାଜ୍ୟ ଅଲମ୍ପିକ ସଂଘର ଜଣେ ସଦସ୍ୟ ଏହି କମିଟିର ସଦସ୍ୟ ଥାଆନ୍ତି ।

Last Updated : Aug 29, 2024, 7:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.