ETV Bharat / sports

ରାଜନୀତିରେ ଏଣ୍ଟ୍ରି ପରେ ଭିନେଶ ଫୋଗତଙ୍କ ଉପରେ ପ୍ରଥମ ଆକ୍ସନ, ନିର୍ବାଚନରେ ପଡିବ କି ପ୍ରଭାବ ? - NADA sent notice to Vinesh Phogat - NADA SENT NOTICE TO VINESH PHOGAT

NADA sent notice to Vinesh Phogat : ରାଷ୍ଟ୍ରୀୟ ଡୋପିଂ ନିରୋଧୀ ପ୍ରାଧିକରଣ (NADA) ପକ୍ଷରୁ କୁସ୍ତିଯୋଦ୍ଧା ଭିନେଶ ଫୋଗତଙ୍କୁ ତାଙ୍କ ଘର ଠିକଣା ସମ୍ପର୍କରେ ସୂଚନା ପ୍ରଦାନ ନକରିବାରୁ ନୋଟିସ୍ ଯାଇଛି । ସେଥିରେ ଲେଖାଯାଇଛି କି, ଗତ 9 ତାରିଖରେ ତାଙ୍କ ଠିକଣାରେ ଜଣେ ଡୋପିଂ ନିୟନ୍ତ୍ରଣ ଅଧିକାରୀଙ୍କୁ ପଠାଯାଇଥିଲା କିନ୍ତୁ ସେହି ଠିକଣାରେ ସେହି ସମୟରେ ଭିନେଶ ଅଧିକାରୀଙ୍କୁ ଭେଟିନଥିଲେ । ଅଧିକ ପଢନ୍ତୁ

Vinesh Phogat
Vinesh Phogat (IANS PHOTO)
author img

By ETV Bharat Sports Team

Published : Sep 26, 2024, 6:46 PM IST

Updated : Sep 26, 2024, 7:08 PM IST

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକରେ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ । ଫାଇନାଲ ଇଭେଣ୍ଟ ଦିନ ସକାଳୁ ସକାଳୁ ଓଜନ ବର୍ଗରେ ମାତ୍ର 100 ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଫଳରେ ଭାରତ ହାତରୁ ଖସିଯାଇଥିଲା ସୁନିଶ୍ଚିତ ପଦକ । ଏହା ପରେ କୁସ୍ତିକୁ ବାଏ ବାଏ କହିଛନ୍ତି ଭିନେଶ । ଏପରିକି ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରି ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭିନେଶଙ୍କର ହୋଇଥିଲା ଭବ୍ୟ ସ୍ବାଗତ ।

ତେବେ ଦେଶକୁ ଫେରିବାର ମାତ୍ର ଏକ ସପ୍ତାହ ପରେ ଭିନେଶ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଅଲିମ୍ପିଆନ୍ ତଥା ପୁରୁଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହିତ କଂଗ୍ରେସ ଦଳରେ ମିଶିଥିଲେ ଭିନେଶ । ଏହା ପରେ ଭିନେଶଙ୍କୁ ହରିଆଣା ନିର୍ବାଚନରେ ଲଢିବା ପାଇଁ ଟିକେଟ ଦେଇଛି କଂଗ୍ରେସ । ଜୁଲାନା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିବେ ଭିନେଶ । ବର୍ତ୍ତମାନ ସମୟରେ ମାରାଥନ କ୍ୟାମ୍ପେନିଂ କରୁଛନ୍ତି ଭିନେଶ ।

ରାଜନୀତିକୁ ଆସିବା ପୂର୍ବରୁ ଭିନେଶ ମହିଳା ଆଥଲେଟଙ୍କୁ ପୂର୍ବତନ ବିଜେପି ସାଂସଦ ବ୍ରଜ ଭୂଷଣଙ୍କ ଯୌନ ଉତ୍ପୀଡନ ଏବଂ ଯୌନ ଶୋଷଣ ବିରୋଧରେ ଦିଲ୍ଲୀ ସଡକରେ ବିରୋଧ ପ୍ରଦର୍ଶନ କରିଥିଲେ । ଯେଉଁଥିପାଇଁ ଭିନେଶଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ରାଜନୀତିକୁ ଆସିବାପରେ ଭିନେଶଙ୍କ ଉପରେ ହୋଇଛି ପ୍ରଥମ ଆକ୍ସନ । ଭିନେଶଙ୍କୁ ମିଳିଛି ନୋଟିସ୍ । 14 ଦିନ ମଧ୍ୟରେ ନୋଟିସର ଜବାବ ତଲବ ମହଲତ ମିଳିଛି ।

ନିର୍ବାଚନ ଉପରେ ପ୍ରଭାବ-

ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଭିନେଶ । ତେବେ କୁହାଯାଉଛି କି ନିର୍ବାଚନ ନେଇ ନୋଟସର କୌଣସି ପ୍ରଭାବ ପଡିବ ନାହିଁ । କାରଣ ଅକ୍ଟୋବର 5 ତାରିଖରେ ହରିଆଣାରେ ନିର୍ବାଚନ ଏବଂ ଆଜିଠୁ ମାତ୍ର 9 ଦିନ ବାକି ଅଛି । ତେଣୁ ନିର୍ବାଚନ ପର ପରେ ଭିନେଶ ନୋଟିସର ଜବାବ ଆରାମରେ ଦେଇପାରିବେ ।

ଏହା ବି ପଢନ୍ତୁ : ଭିନେଶଙ୍କ ବଡ଼ ଖୁଲାସା, 'ପ୍ୟାରିସ ଅଲିମ୍ପିକ୍ସରେ ହୋଇଥିଲା ରାଜନୀତି', PT ଉଷାଙ୍କୁ ଟାର୍ଗେଟ - Vinesh Phogat Big Allegation

ଏହା ବି ପଢନ୍ତୁ : କଂଗ୍ରେସରେ ଯୋଗଦେଲେ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ; ଲଢ଼ିବେ ହରିୟାଣା ବିଧାନସଭା ନିର୍ବାଚନ ! - VINESH AND BAJRANG JOIN CONGRESS

ଏହା ବି ପଢନ୍ତୁ : କଂଗ୍ରେସରୁ ନିର୍ବାଚନ ଲଢ଼ିବେ ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ ! ପାର୍ଟି ହାଇକମାଣ୍ଡଙ୍କୁ ଭେଟିଲେ - Vinesh Phogat and Bajrang Punia

Last Updated : Sep 26, 2024, 7:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.