ETV Bharat / sports

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ, ହାର୍ଟ ଆଟାକ୍‌ରେ MCA ସଭାପତିଙ୍କ ମୃତ୍ୟୁ - Amol Kale passed away

MCA president Amol Kale passed away: ଭାରତ ପାକିସ୍ତାନ ମ୍ୟାଚ ଦେଖିବା ପରେ ଉଡିଗଲା ପ୍ରାଣବାୟୁ । ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଅମୋଲ କାଲେଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

MCA president Amol Kale passed away
MCA president Amol Kale passed away (ETV Bharat Odisha)
author img

By ETV Bharat Odisha Team

Published : Jun 11, 2024, 8:46 AM IST

ମୁମ୍ବାଇ: ଏମିତିବି ଆସେ ମୃତ୍ୟୁ । ଭାରତ ପାକିସ୍ତାନ ମ୍ୟାଚ ଦେଖିବାକୁ ଯାଇ ଆମେରିକାରେ ଚାଲିଗଲା ଜୀବନ । ମ୍ୟାଚ୍‌ ଦେଖିବା ପରେ ହୃଦଘାତ ଆସିବାରୁ ମୁମ୍ବାଇ କ୍ରିକେଟ ଆସୋସିଏସନର ସଭାପତି ଅମୋଲ କାଲେଙ୍କ ମୃତ୍ୟୁ ହୋଇଛି । ନ୍ୟୁୟର୍କରେ ତାଙ୍କର ଦେହାନ୍ତ ହୋଇଥିଲା । ଏମ୍‌ସିଏ ନର୍ବାଚନରେ ପୂର୍ବତନ ଭାରତୀୟ କ୍ରିକେଟର ସନ୍ଦୀପ ପାଟିଲଙ୍କୁ ପରାସ୍ତ କରିବା ପରେ ସେ ମୁମ୍ବାଇ କ୍ରିକେଟ୍ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 47 ବର୍ଷ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ଟି-୨୦ ବିଶ୍ୱକପ ମ୍ୟାଚରେ ବାଜିଗର ସାଜିଲା ଟିମ ଇଣ୍ଡିଆ, ପ୍ରଶଂସାରେ ବଲିଉଡ - Celebs Congratulates Team India

ଆମେରିକାର ନାସାଉ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ରବିବାର ଭାରତ-ପାକିସ୍ତାନ ମ୍ୟାଚ ଖେଳାଯାଇଥିଲା । ଏହି ରୋମାଞ୍ଚକର ମୁକାବିଲା ଦେଖିବାକୁ ଅମୋଲ କାଲେ, ଏମ୍‌ସିଏ ସମ୍ପାଦକ ଆଜିଙ୍କ୍ୟ ନାଏକ ଓ ଆପେକ୍ସ କାଉନସିଲ ସଦ୍ୟ ସୁରଜ ଷ୍ଟାଡିୟମକୁ ଆସିଥିଲେ । ସମସ୍ତ ଏକାଠି ବସି ମ୍ୟାଚ ଦେଖିଥିଲେ । ମ୍ୟାଚ ସରିବା ପରେ ହୋଟେଲ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଅମୋଲଙ୍କ ଛାତିରେ ହଠାତ ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ନା ନାହିଁ ସେନେଇ ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ୱକପରେ ମାଟି କାମୁଡିଲା ପାକ, 6 ଓ୍ବିକେଟରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ - T20 World Cup 2024

କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ରବିବାର ଟି20 ବିଶ୍ବକପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଖେଳାଯାଇଥିଲା । ଏହି ଲୋ-ସ୍କୋରିଂ ମ୍ୟାଚ୍‌ ବେଶ ରୋମାଞ୍ଚକର ଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ପାକ୍‌ ଅଧିନାୟକ ବାବର ଆଜମ । ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ । ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 19 ଓଭରରେ ଦଳ ସମସ୍ତ ୱିକେଟ ହରାଇ ମାତ୍ର 119 ରନ କରିଥିଲା । ପରେ ପାକିସ୍ତାନ 20 ଓଭରରେ 7 ୱିକେଟ୍‌ ହରାଇ ମାତ୍ର 113 ରନ ହିଁ କରି ପାରିଥିଲା । ରୋମାଞ୍ଚକର ମୁକାବିଲାରେ ଭାରତର ବିଜୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.