ETV Bharat / sports

'ପାକିସ୍ତାନଠୁ ମ୍ୟାଚ୍‌ କେବଳ କୋହଲି ହିଁ ଜିତାଇ ପାରିବେ' : ମହମ୍ମଦ ରିଜୱାନ - Mohammad Rizwan on Virat Kohli

author img

By ETV Bharat Sports Team

Published : Aug 23, 2024, 4:09 PM IST

Mohammad Rizwan on Virat Kohli: ଷ୍ଟାର ପାକିସ୍ତାନୀ ବ୍ୟାଟର ଓ ୱିକେଟ୍ କିପର ମହମ୍ମଦ ରିଜୱାନ୍ ଏବେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି । ପାକିସ୍ତାନ ବିପକ୍ଷରେ ମ୍ୟାଚ୍‌ ଜିତିବା କ୍ଷମତା କେବଳ କୋହଲିଙ୍କର ହିଁ ଅଛି କହିଛନ୍ତି ରିଜୱାନ । ଅଧିକ ପଢ଼ନ୍ତୁ

Mohammad Rizwan on Virat Kohli
Mohammad Rizwan on Virat Kohli (ETV Bharat)

ନୂଆଦିଲ୍ଲୀ : ସାରା ବିଶ୍ବରେ ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କର କ୍ରେଜ ବହୁତ ଉଚ୍ଚରେ । ବିଶ୍ବ କ୍ରିକେଟକୁ ନୂଆ ସ୍ତରକୁ ନେଇଥିବା କୋହଲିଙ୍କୁ ଏବେ ବିଶ୍ବ କ୍ରିକେଟର ଫେସ୍‌ ବୋଲି ମଧ୍ୟ କୁହାଯାଉଛି । କେବଳ କ୍ରିକେଟପ୍ରେମୀ କାହିଁକି, ବିଭିନ୍ନ ଦେଶର ଷ୍ଟାର କ୍ରିକେଟରମାନେ ମଧ୍ୟ ବିରାଟ କୋହଲିଙ୍କର ଫ୍ୟାନ୍‌ ଅଟନ୍ତି । ଖୋଦ ପାକିସ୍ତାନର ଷ୍ଟାର ବ୍ୟାଟର ଓ ୱିକେଟ୍ କିପର ମହମ୍ମଦ ରିଜୱାନ୍ ଏବେ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ କଥା କହିଛନ୍ତି । ଟି20 ବିଶ୍ବକପ 2022ରେ ଏମସିଜି ଗ୍ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ କୋହଲି ଖେଳିଥିବା 82 ରନର ପାଳିକୁ ସର୍ବୋତ୍ତମ ଇନିଂସ ବୋଲି ବର୍ଣ୍ଣନା କରିଛନ୍ତି ରିଜୱାନ । ରିଜୱାନଙ୍କ କହିବାନୁଯାୟୀ, ସେହି ମ୍ୟାଚ୍‌ରେ କୋହଲି ଯାହା କରିଛନ୍ତି, ଅନ୍ୟ କେହି ତାହା କରିପାରିନଥାନ୍ତେ ।

କେବଳ ବିରାଟ ହିଁ ଏମିତି ଖେଳି ପାରନ୍ତି :- ରିଜୱାନ

ଷ୍ଟାର ସ୍ପୋର୍ଟସ ସହ କଥାବାର୍ତ୍ତା ବେଳେ ମହମ୍ମଦ ରିଜୱାନ କହିଛନ୍ତି, "ଟି20 ବିଶ୍ବକପ 2022ରେ ଭାରତ ପାଇଁ କେବଳ ବିରାଟ କୋହଲି ହିଁ ସେଭଳି ଇନିଂସ ଖେଳି ପାରିଥାନ୍ତେ । କେବଳ କୋହଲିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ସେଭଳି ପାଳି ଖେଳି ଦଳକୁ ଜିତାଇ ପାରିନଥାନ୍ତେ, ଆଉ ବିରାଟ କୋହଲି ଏହା କରି ଦେଖାଇଲେ ମଧ୍ୟ ।" ଏହି ମ୍ୟାଚ୍‌ରେ ଜିତିବା ପାଇଁ ଭାରତକୁ 4 ଓଭରରେ 54 ରନର ଆବଶ୍ୟକତା ଥିଲା । ସେହିଭଳି 20ତମ ଓଭରରେ ଦଳକୁ 16 ରନ୍ ଆବଶ୍ୟକ ଥିଲା । ଏଭଳି ପରିସ୍ଥିତିରେ କୋହଲି 53ଟି ବଲରେ 6 ଚୌକା ଓ 4 ଛକା ସହ 82 ରନର ଅପରାଜିତ ଇନିଂସ ଖେଳି ଭାରତ ପାଇଁ ମ୍ୟାଚ ଜିତାଇଥିଲେ । ସେ ଏହି ମ୍ୟାଚର 19ତମ ଓଭରରେ ପାକିସ୍ତନର ଷ୍ଟାର ପେସର ହାରିସ ରୌଫଙ୍କୁ ଏଭଳି ଚମତ୍କାର ଛକା ମାରିଥିଲେ, ଯାହାକୁ 'ଆଇସିସି ସଟ୍‌ ଅଫ୍‌ ଦି ସେଞ୍ଚୁରୀ' ଘୋଷଣା କରିଛି ।

ପାକିସ୍ତାନଠୁ ବିଜୟ ଛଡ଼ାଇ ଆଣିଥିଲେ ବିରାଟ :-

ଉଲ୍ଲେଖ ଯୋଗ୍ୟ, ଶାହୀନ୍ ଯେଉଁ ମ୍ୟାଚ୍ ବିଷୟରେ କହିଛନ୍ତି, ତାହା ଟି20 ବିଶ୍ବକପ 2022ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହା ଅଷ୍ଟ୍ରେଲିଆର ଏମସିଜି କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ପାକିସ୍ତାନ 20 ଓଭରରେ 8 ୱିକେଟ୍ ହରାଇ 159 ରନ୍ ସଂଗ୍ରହ କରିଥିଲା । 160 ରନର ଟାର୍ଗେଟ ନେଇ ବ୍ୟାଟିଂ କରୁଥିବା ଭାରତର ପରାଜୟ ଗୋଟିଏ ସମୟରେ ପ୍ରାୟ ନିଶ୍ଚିତ ମନେ ହେଉଥିଲା । କାରଣ ଦଳର ପ୍ରମୁଖ ବ୍ୟାଟରମାନେ ଚାପ ନିୟନ୍ତ୍ରଣ କରିନପାରି ଶୀଘ୍ର ଆଉଟ୍‌ ହୋଇଯାଇଥେଲେ । କିନ୍ତୁ ବିରାଟ କୋହଲି ଦଳ ପାଇଁ ଚିରାଚରିତ ଭାବେ ବଡ଼ ମ୍ୟାଚ୍‌ରେ ସାଜିଲେ ସଙ୍କଟମୋଚକ । ସେ ଦଳକୁ କେବଳ ପରାଜୟରୁ ରକ୍ଷା କରିନଥିଲେ ବରଂ ଚମତ୍କାର ବ୍ୟାଟିଂ କରି ପାକିସ୍ତାନ ହାତମୁଠାରୁ ବିଜୟ ଛଡ଼ାଇ ଆଣିଥିଲେ । ଏହି ମ୍ୟାଚ୍‌ରେ କୋହଲି 53ଟି ବଲରେ 6ଟି ଚୌକା ଓ 4ଟି ଛକା ସହିତ 82 ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...'ମୋ କ୍ୟାରିୟରରେ ଏମିତି ମାଡ଼ ଦେଖିନି'; କୋହଲିଙ୍କ ଏହି ପାଳି ଶାହୀନ ଆଫ୍ରିଦିଙ୍କର ଫେଭରେଟ - Shaheen Afridi on Virat Kohli

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.