ETV Bharat / sports

କ୍ରୀଡା ସଂଗଠନର ନବକଳେବର; ବିଜେଡି କବଜାରୁ ହଟିବ ସ୍ପୋର୍ଟ୍ସ ଆସୋସିଏସନ୍, ଖେଳରୁ ବିଦା ହେବେ କି ରାଜନେତା ? - Odisha Sports Associations

author img

By ETV Bharat Odisha Team

Published : Jul 10, 2024, 12:15 PM IST

Change In Sports Associations in Odisha; ରାଜ୍ୟର ପାଖାପାଖି 25ଟି କ୍ରୀଡା ସଂଗଠନରେ ରହିଛି ରାଜନେତାଙ୍କ ପ୍ରଭାବ । ଫାଓ, ଓସିଏ, ଓଓଏ ଏବଂ ଓଡିଶା ଆଥଲେଟ୍ ଆସୋସିଏସନରେ ଏଣ୍ଟ୍ରି ମାରିଛନ୍ତି ରାଜନେତା, ଗାଦି ମାଡି ବସିଛନ୍ତି । ଏପଟେ FAO ସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ କ୍ରୀଡା ସଂଗଠନରୁ ବିଦା ହେବେ ଏହିସବୁ ବିଜେଡି ନେତା, ଏଣ୍ଟ୍ରି ମାରିବେ ବିଜେପି ନେତା । ଅଧିକ ପଢନ୍ତୁ

Change In Sports Associations
Change In Sports Associations (ETV Bharat Odisha)

ହାଇଦ୍ରାବାଦ: ରାଜ୍ୟରେ ବଦଳିଛି 24 ବର୍ଷର ସରକାର । ବିଜେଡି ସରକାର ଗଲା ପରେ ଆସିଛି ବିଜେପି ସରକାର । ଆଉ ନୂଆ ସରକାର ଆସିବା ପରେ ରାଜ୍ୟର ବିଭିନ୍ନ ବିଭାଗରେ ହେଉଛି ଅନେକ ପରିବର୍ତ୍ତନ । ମୋହନ ସରକାର କାମ ଆରମ୍ଭ କରିବା କ୍ଷଣି ପ୍ରଶାସନରୁ ନିଗମ, ବିଭାଗୀୟ ପରାମର୍ଶଦାତାଙ୍କ ଠାରୁ ନେଇ ଅନେକ ବଡ ବାବୁ (ବିଭାଗୀୟ ସଚିବ) ପଦ ପଦବୀରୁ ହଟୁଛନ୍ତି । ଆଉ ଏହାରି ଭିତରେ ରାଜ୍ୟର କ୍ରୀଡା ବିଭାଗରୁ ଆସିଛି ବଡ ଖବର । ନବକଳେବର ହେବ ରାଜ୍ୟର କ୍ରୀଡା ବିଭାଗ । ନୂଆ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆଗମନ ପରେ କ୍ରୀଡା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହେବା ସହିତ ବିଭାଗୀୟ କାର୍ଯ୍ୟ ତ୍ବରାନ୍ବିତ ହେବା ନେଇ ଆଶା ବଢିଛି । କାରଣ ନୂଆ ସରକାର ଛାଟ ପଡିବା ପୂର୍ବରୁ ଅନେକ କ୍ରୀଡା ଆସୋସୋସିଏନ (ସଂଗଠନ)ରେ ହୁରି ପଡିଲାଣି । ବିଭିନ୍ନ କ୍ରୀଡା ସଂଗଠନରେ ହେଉଥିବା ବିଭିନ୍ନ କ୍ରୀ଼ଡା ଆୟୋଜନ ବନ୍ଦ ହେବା ସହିତ ଗାଦି ମାଡି ବସିଥିବା ରାଜନେତା ବିଦା ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

DEBASHISH SAMANTRAY RESIGNS FROM FAO
DEBASHISH SAMANTRAY RESIGNS FROM FAO (ETV Bharat Odisha)

ତେବେ ବିଜେଡି ନେତାଙ୍କ କବଜାରେ ରହିଛି ରାଜ୍ୟର ଅନେକ କ୍ରୀଡା ସଂଗଠନ । ଆଉ ନୂଆ ସରକାର ଆସିବା ପରେ ଏଥିରେ ବିଜେପି ନେତାଙ୍କ ଏଣ୍ଟ୍ରି ଆରମ୍ଭ ହେବ । କାରଣ ଓଡ଼ିଶା ଫୁଟବଲ ଆସୋସିଏସନ୍ (FAO) ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବା ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆସନ୍ତା 21 ତାରିଖରେ FAOରେ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ଫାଓ ସଭାପତି ପଦ ଛାଡିଛନ୍ତି ଦେବାଶିଷ ।

ଦେବାଶଷ ଆଉଟ୍, ସମୀର ଇନ୍ !

ଓଡ଼ିଶା ଫୁଟବଲ ଆସୋସିଏସନରେ ଯେତେବେଳେ ନିର୍ବାଚନ ହୁଏ ସବୁବେଳେ ରାଜନେତାଙ୍କ ଆଧିପତ୍ୟ ଦେଖିବାକୁ ମିଳେ । ଏପଟେ ଆସନ୍ତା 21 ତାରିଖରେ ଫାଓରେ ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ମୈଦାନ ଛାଡିଛନ୍ତି ଦେବଶିଷ ସାମନ୍ତରାୟ । ତେବେ ସେ ଏଥର ନିର୍ବାଚନ ନ ଲଢିବା ଏକ ପ୍ରକାର ସୁନିଶ୍ଚିତ ହୋଇଛି । ସେ ରାଧାରମଣ କ୍ଲବ ପକ୍ଷରୁ ପ୍ରତିନିଧିତ୍ବ କରି ଦୁଇ ଥର ନିର୍ବାଚିତ ହୋଇଥିଲେ । ଏଥର କ୍ଲବ ପକ୍ଷରୁ ତାଙ୍କ ନାଁକୁ ପ୍ରସ୍ତାବିତ କରାଯାଇ ନାହିଁ । ଏପଟେ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କ ନାଁକୁ ନିର୍ବାଚନ ପାଇଁ ଘୋଷଣା କରିଛି ରାଇଜିଂ ଷ୍ଟୁଡେଣ୍ଟ କ୍ଲବ । ଆଉ ପର୍ଯ୍ୟବକ୍ଷକଙ୍କ ମତରେ ସମୀର ବାଜି ମାରିନେବା ଏକ ପ୍ରକାର ସୁନିଶ୍ଚିତ । ଆସନ୍ତା 21 ରେ ଫାଓରେ ନିର୍ବାଚନ ହେବାକୁ ଥିବା ବେଳେ ବର୍ତ୍ତମାନ ଚାଲିଛି ନୋମିନେସନ ପ୍ରକ୍ରିୟା । ଏହି ନିର୍ବାଚନରେ 241 ଜଣ ସଦସ୍ୟ ଭେଟ ଦେବେ ।

କ୍ରୀଡା ଆସୋସିଏସନରେ ସମୀର ଦେ-

ସମୀର ଦେ ପୂର୍ବରୁ ଅନେକ ବର୍ଷ ଧରି ଓଡିଶା ଅଲମ୍ପିକ ଆସୋସିଏସନର ସଭାପତି ଥିଲେ । ପରେ ବାରବାଟୀକୁ ନେଇ ରାଜନୀତି ଜୋର ଧରିଲା ଆଉ ବିଜେଡି ନେତାଙ୍କ ପ୍ରଭାବ ବୃଦ୍ଧି ପରେ ସମୀର କୋଣଠେସା ହୋଇଥିଲେ । ତେବେ ବିଜେପି ସରକାର ଆସିବା ପରେ ପୁଣି କ୍ରିଡା ବିଭାଗକୁ ଏଣ୍ଟ୍ରି ମାରିପାରନ୍ତି ସମୀର ଦେ ।

ଏହା ବି ପଢନ୍ତୁ- ରାଜ୍ୟ ଫୁଟବଲ ସଂଘ ସଭାପତି ପଦରୁ ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା

ବିଦା ହେବେ ବବି !

ବିଜେଡି ନେତାଙ୍କ କ୍ରୀଡା ସଂଗଠନରେ ପ୍ରଭାବ ବେଶ୍ ରହିଥିବା ବେଳେ ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଏଥିରେ ଏଣ୍ଟ୍ରି ମାରିଥିଲେ । ସେ ବର୍ତ୍ତମାନ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ର ସଭାପତି ରହିଛନ୍ତି । ତେବେ ଆସନ୍ତା ବର୍ଷ ଓସିଏର ନିର୍ବାଚନ ଥିବା ବେଳେ ବବିଙ୍କ ବିଦା ହେବା ନେଇ ଆଲୋଚନା ହେଉଛି । ତେବେ ସମ୍ବଲପୁର ଲଢେଇରେ ବିଜେପି ହେବିଓ୍ବେଟ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପରାଜିତ ହୋଇଥିବା ବବିଙ୍କୁ ବିଜେପିର କେଉଁ ନେତା ଓସିଏ ପଦରେ ରିପ୍ଲେସ୍ କରିବେ ତାକୁ ଅପେକ୍ଷା ।

ରାଜନେତାଙ୍କ କବଜାରେ କ୍ରୀଡା ସଂଗଠନ-

ରାଜ୍ୟର ପାଖାପାଖି 25ଟି କ୍ରୀଡା ସଂଗଠନରେ ରହିଛି ରାଜନେତାଙ୍କ ପ୍ରଭାବ । ଫାଓ, ଓସିଏ, ଓଓଏ ଏବଂ ଓଡିଶା ଆଥଲେଟ୍ ଆସୋସିଏସନରେ ଏଣ୍ଟ୍ରି ମାରିଛନ୍ତି ରାଜନେତା । ଏପରିକି ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କର ଫାଓରେ ଦବଦବା ରହିଥିବା ବେଳେ ଅଚ୍ୟୁତ ସାମନ୍ତଙ୍କର ରହିଛି ଭଲିବଲ୍ ଆସୋସିଏସନରେ । ଆଥଲେଟ୍ ଆସୋସିଏସନରେ ରହିଛି ପୂର୍ବତନ କଂଗ୍ରେସ ନେତା ସୁର ରାଉତଙ୍କ ଲିଙ୍କ୍ । ବ୍ୟାଡମିଣ୍ଟନରେ ରୋହିତ ପୂଜାରୀଙ୍କର ରହିଛି ଲିଙ୍କ୍ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.