ETV Bharat / sports

Football Ground: ଚାଲିଥିଲା ଫୁଟବଲ ମ୍ୟାଚ, ଆକାଶରୁ ଖସିଲା ମୃତ୍ୟୁ, ଗୋଲ୍ ଦେଲା ବେଳେ ଜଣଙ୍କ ପରେ ଜଣେ ଟଳିପଡିଲେ... - Lightning fell on football players

author img

By ETV Bharat Sports Team

Published : Aug 30, 2024, 11:16 AM IST

Football Player dies due to lightning: ପଡିଆରେ ଚାଲିଥିଲା ଫୁଟବଲ ଫାଇନାଲ ମ୍ୟାଚ । ଆକାଶରୁ ଖସିଲା ବଜ୍ରାଘାତ । ଫୁଟବଲ ପଡିଆରେ ଟଳିଲେ ଜଣଙ୍କ ପରେ ଜଣେ ଖେଳାଳି । ବିଜୟ ଉତ୍ସବ ମନେଇବାକ ପୂର୍ବରୁ ଶୋକର ଲୁହରେ ବୁଡିଲା ସାରା ଅଞ୍ଚଳ । ଅଧିକ ପଢନ୍ତୁ

Football Player dies due to lightning
Football Player dies due to lightning (ETV Bharat)

ରାୟପୁର: ଫୁଟବାଲ ପଡିଆରେ ଚାଲିଥିବା ଜବରଦସ୍ତ ମ୍ୟାଚ । ହଠାତ ଆକାଶରୁ ଖସିପଡିଲା ମୃତ୍ୟୁ । ଗୋଲ ସ୍କୋର କରୁଥିବ ଖେଳାଳି ଜଣଙ୍କ ପରେ ଜଣେ ଟଳିପଡିଲେ । ବଡ ଦୁର୍ଘଟଣାରେ ଚାରିଆଡେ ଶୋକ । ସମସ୍ତେ ସ୍ତବ୍ଧ । ୨ ଖେଳାଳିଙ୍କ ଚାଲିଗଲା ଜୀବନ । ୧୧ ଜଣ ଗୁରୁତର ଆହତ । ଝାଡଖଣ୍ଡ ଲାତେହର ଜିଲ୍ଲାରେ ବଡ ଅଘଟଣ । ଫୁଟବଲ ପଡିଆରେ ବଜ୍ରାଘାତ ଘଟି ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୧ ଗୁରୁତର ହୋଇଛନ୍ତି । ସ୍ଥାନୀୟ ପୋଲିସ ଏ ନେଇ ସୂଚନା ଦେଇଛି । ଜିଲ୍ଲାର ବାରିଆତୁ ପୋଲିସ ଷ୍ଟେସନ ଅନ୍ତର୍ଗତ ଇଟକେ ଗ୍ରାମରେ ଚାଲିଥିଲା ଫୁଟବଲ ମ୍ୟାଚ । ଏହି ସମୟରେ ଆକାଶରୁ ଖସିଲା ବଜ୍ରାଘାତ ରୂପି ମୃତ୍ୟୁ । ନେଲା ଦୁଇ ଜୀବନ । ୧୧ ଜଣ ବର୍ତ୍ତମାନ ବାଲୁମଠ ହସ୍ପିଟାଲରେ ଚିକିତ୍ସାରତ ।

FOOTBALL PLAYERS LOST THEIR LIVES
FOOTBALL PLAYERS LOST THEIR LIVES (ETV BHARAT)

ଏହା ବି ପଢନ୍ତୁ- ପାକିସ୍ତାନ ଆର୍ଥିକ ଅବସ୍ଥା ଶୋଚନୀୟ; ଚୀନ ଯିବାକୁ ଟଙ୍କା ଉଦ୍ଧାର ନେଲା ହକି ଟିମ୍‌ - Pakistan Hockey Team

ପୋଲିସ ସୂଚନା ମୁତାବକ, ଗୁରୁବାର ସଂନ୍ଧ୍ୟାରେ ଗ୍ରାମର ଫୁଟବଲ ପଡିଆରେ ଚାଲିଥିଲା ଫୁଟବଲ ଫାଇନାଲ ମ୍ୟାଚ । ତେବେ ମ୍ୟାଚ ଶେଷରେ ଘଟିଥିଲା ବଜ୍ରାଘାତ । ଏଥରେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ । ପରେ ସମସ୍ତଙ୍କ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସମୁଦାୟ ୧୩ ଜଣଙ୍କୁ ମେଡିକାଲ ନିଆଯାଇଥିଲା । ତେବେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲା ବେଳେ ୧୧ ଜଣ ବର୍ତ୍ତମାନ ଚିକିତ୍ସାଧୀନ ।

ଦୁଇ ମୃତ ଖେଳାଳି ହେଲେ ଦୀପକ କୁମାର ଏବଂ ବିରେନ୍ଦ୍ର ଗନ୍‌ଜୁ । ମୃତକ ଦୁଇ ଜଣ ସ୍ଥାନୀୟ ବାସିନ୍ଦା । ଏପଟେ ମେଡିକାଲ ଅଧିକାରୀଙ୍କ ମତରେ, "ବଜ୍ରାଘାତରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ।"

ଓଡିଶାରେ ବଜ୍ରାଘାତ-

ଯାଜପୁର ଜିଲ୍ଲା କୋରେଇ ଥାନା ଆଲଡା ଜଳଶରପୁର ଗ୍ରାମରେ ବିଲରେ କାମ କରୁଥିବା ସମୟରେ ବଜ୍ରାଘାତ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଓ ଜଣେ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଲଡା ଜଳସରପୁର ଗ୍ରାମର ରାଜେନ୍ଦ୍ର ମାଲ୍ଲିକ ଓ ନିରଞ୍ଜନ ମାଲ୍ଲିକଙ୍କ ସହ ଅନ୍ୟ ଜଣେ ବିଲରେ କାର୍ଯ୍ୟ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଗତ ୧୮ ତାରିଖରେ ଏହି ବଜ୍ରାଘତ ଘଟିଥିଲା । ଏହା ପ୍ରଭାବରେ ଘଟଣାସ୍ଥଳରେ ସେମାନେ ପଡିଯାଇଥିଲେ । ଗ୍ରାମବାସୀମାନେ ସାମେନଙ୍କୁ ତୁରନ୍ତ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.