ETV Bharat / sports

ଶ୍ରୀଲଙ୍କାରେ କିଏ ହେବ ଭାରତର ସେନାପତି ? ରେସ୍‌ରେ ଦୁଇ ଦମଦାର କ୍ରିକେଟର - ODI Series against Sri Lanka - ODI SERIES AGAINST SRI LANKA

ODI SERIES AGAINST SRI LANKA: ଆସନ୍ତା ଅଗଷ୍ଟ ମାସରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳିବ ଭାରତ । ଟି୨୦ କ୍ରିକେଟରୁ ଅବସର ନେଇଥିବା ରୋହିତ, କୋହଲିଙ୍କ ଭଳି ଷ୍ଟାର କ୍ରିକେଟରଙ୍କୁ ଦିନିକିଆରୁ ମଧ୍ୟ ବାଦ ଦେବ ବିସିସିଆଇ । ତେବେ କିଏ ତୁଲାଇବେ ଦଳର ଅଧିନାୟକ ଦାୟିତ୍ବ ? ପଢ଼ନ୍ତୁ,

ODI SERIES AGAINST SRI LANKA
ODI SERIES AGAINST SRI LANKA (ETV Bharat Odisha)
author img

By ETV Bharat Odisha Team

Published : Jul 9, 2024, 6:07 PM IST

ହାଇଦ୍ରାବାଦ: ଭାରତକୁ ଟି୨୦ ବିଶ୍ବକପ୍‌ ୨୦୨୪ ଜିତାଇବା ପରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳି ଟି୨୦ କ୍ରିକେଟରୁ ଅବସର ନେଇଛନ୍ତି । ଏବେ ରୋହିତ ଓ କୋହଲିଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚଳିତ ଜୁଲାଇ ୨୭ରୁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍‌ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ । ହେଲେ ଏହି ଦିନିକିଆ ସିରିଜ୍‌ରୁ ମଧ୍ୟ ରୋହିତ ଓ କୋହଲିଙ୍କ ଭଳି ଖେଳାଳି ବାଦ ପଡ଼ିପାରନ୍ତି । ଏହି ଦୁଇ ଭେଟେରାନଙ୍କ ସମେତ ଷ୍ଟାର ପେସର ଯଶପ୍ରିତ ବୁମ୍‌ରାଙ୍କୁ ମଧ୍ୟ ବିଶ୍ରାମ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଫଳରେ ଶ୍ରୀଲଙ୍କାରେ ଦିନିକିଆ ଭାରତୀୟ ଦଳର ନେତୃତ୍ବ କାହା କାନ୍ଧରେ ରଖାଯିବ, ତାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଛି ।

ଟି୨୦ରୁ ଅବସର ନେଇଛନ୍ତି ରୋହିତ, କୋହଲି ଓ ଜାଡେଜା:-

ୱେଷ୍ଟଇଣ୍ଡିଜ୍‌ ଓ ଆମେରିକାରେ ଆୟୋଜିତ ଟି୨୦ ବିଶ୍ବକପ୍‌ ୨୦୨୪ରେ ଚମ୍ପିଆନ ହୋଇଛି ଭାରତ । ଏହାପରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି୨୦ କ୍ରିକେଟରୁ ନିଜର ଅବସର ନେଇ ଘୋଷଣା କରିସାରିଛନ୍ତି । ଏପଟେ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରି ସେଠାରେ ଭାରତୀୟ ଟି୨୦ର ଅନ୍ୟ ଏକ ଅଧ୍ୟାୟ ଆରମ୍ଭ କରିଛନ୍ତି । ସେଠାରେ ଘରୋଇ ଦଳ ବିପକ୍ଷରେ ଟି୨୦ ସିରିଜ୍‌ ଖେଳୁଛି ଟିମ୍‌ ଇଣ୍ଡିଆ । ଯଦିଓ ବିଶ୍ବକପ୍‌ ବିଜୟୀ ଟିମ୍‌ର ଅଧିକାଂଶ ଖେଳାଳି ଏହି ସିରିଜରୁ ବିଶ୍ରାମ ନେଇଛନ୍ତି, ହେଲେ ମଧ୍ୟ ଜିମ୍ବାୱେ ଗସ୍ତରେ ଥିବା ଅନ୍ୟ ଯୁବ ଟିମ୍‌ ସହ ଏବେ ଟି୨୦ ବିଶ୍ବକପ୍‌ ସ୍କ୍ବାଡ୍‌ରେ ଥିବା ୱିକେଟ୍‌ କିପର ସଞ୍ଜୁ ସାମସନ୍‌, ଯଶସ୍ବୀ ଜୟସ୍ବାଲ ଓ ଶିବମ ଦୁବେ ସାମିଲ ହୋଇସାରିଲେଣି ।

ଜୁଲାଇ ୨୭ରୁ ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ:-

ଜିମ୍ବାୱେରୁ ଫେରିବା ପରେ ଚଳିତ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତ କରିବ ଟିମ୍‌ ଇଣ୍ଡିଆ । ଆସନ୍ତା ଜୁଲାଇ ୨୭ ତାରିଖରୁ ଶ୍ରୀଲଙ୍କାରେ ୩ଟି ଲେଖାଏଁ ଟି୨୦ ଓ ଦିନିକିଆ ଖେଳିବ ଭାରତ । ତେବେ ଯଦିଓ କୋହଲି, ରୋହିତ ଓ ଜାଡେଜା ଅନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଛନ୍ତି, ବୁମ୍‌ରା କିନ୍ତୁ ଏହି ଫର୍ମାଟ୍‌ରେ ନିଜ ଖେଳ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ ଶ୍ରୀଲଙ୍କା ବିପକ୍ଷ ଟି୨୦ ଓ ଦିନିକିଆ ଉଭୟ ସିରିଜରୁ ବୁମ୍‌ରାଙ୍କୁ ବାଦ ଦିଆଯିବ । କୋହଲି ଓ ରୋହିତଙ୍କୁ ମଧ୍ୟ ଏହି ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ଦେବାକୁ ଚାହୁଁଛି ବିସିସିଆଇ ।

ବିଶ୍ରାମ ନେବେ ରୋହିତ, କୋହଲି ଓ ବୁମ୍‌ରା:-

ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲି ଗତ ୬ ମାସ ହେବ କ୍ରମାଗତ ଭାବେ କ୍ରିକେଟ ଖେଳୁଛନ୍ତି । ଡିସେମ୍ବର-ଜାନୁଆରୀରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପରେ ସେ ଭାରତ ପାଇଁ ସମସ୍ତ ସିରିଜ ଖେଳିଛନ୍ତି । ରୋହିତ ଏବଂ ବିରାଟ ଚମ୍ପିଆନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଏକ ଦିନିକିଆ ଶୃଙ୍ଖଳା ଖେଳିବେ । ଏହା ସେମାନଙ୍କ ଅଭ୍ୟାସ ପାଇଁ ଯଥେଷ୍ଟ ବୋଲି ବିସିସିଆଇ ବିଚାର କରୁଛି । କିଛି ମାସ ପରେ ବିରାଟ ଓ ରୋହିତ ଟେଷ୍ଟ ମ୍ୟାଚ୍‌କୁ ପ୍ରାଥମିକତା ଦେବେ । ୨୦୨୫ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ (WTC) ଜିତିବାକୁ ବିସିସିଆଇ ଫୋକସ କରୁଛି । ଏହା ପୂର୍ବରୁ ଆଗାମୀ ସେପ୍ଟମ୍ବର ମାସରୁ ଜାନୁଆରୀ ୨୦୨୫ ମଧ୍ୟରେ ଭାରତୀୟ ଦଳ ଅତିକମରେ ୧୦ଟି ଟେଷ୍ଟ ସିରିଜ୍‌ ଖେଳିବ ବୋଲି ଜଣାପଡ଼ିଛି ।

ଅଧିନାୟକ ରେସ୍‌ରେ ହାର୍ଦ୍ଦିକ-ରାହୁଲ:-

ଜୁଲାଇ ୨୭ରେ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଅଭିଯାନ ଆରମ୍ଭ କରିବାକୁ ଥିବା ଟିମ୍‌ ଇଣ୍ଡିଆ ଅଗଷ୍ଟ ମାସରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବ । ଏହି ସିରିଜ୍‌ରୁ ଚମ୍ପିଆନ୍‌ କ୍ରିକେଟର ବିରାଟ କୋହଲି ଓ ଯଶପ୍ରିତ ବୁମ୍‌ରାଙ୍କ ସମେତ ଅଧିନାୟକ ରୋହିତ ଶର୍ମା ମଧ୍ୟ ବିଶ୍ରାମ ନେବାକୁ ଥିବାରୁ କିଏ ଏହି ସିରିଜ୍‌ରେ ଭାରତୀୟ ଦଳର କମାଣ ସମ୍ଭାଳିବ, ତାକୁ ନେଇ ପ୍ରଶଂସକ ଓ କ୍ରୀଡ଼ା ସମୀକ୍ଷକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ଏହି ସିରିଜ୍‌ରେ ଷ୍ଟାର ଅଲ୍‌ରାଉଣ୍ଡର ହର୍ଦ୍ଦିକ ପାଣ୍ଡ୍ୟା କିମ୍ବା ୱିକେଟ୍‌କିପର-ବ୍ୟାଟର କେଏଲ୍‌ ରାହୁଲଙ୍କୁ ନେତୃତ୍ବ ଦିଆଯାଇପାରେ । ରୋହିତ ଅଧିନାୟକ ପଦରେ ରହିଥିବାବେଳେ ହାର୍ଦ୍ଦକ ଦଳର ଉପ-ଅଧିନାୟକ ରହିଥିଲେ । ତେଣୁ ତାଙ୍କୁ ଏହି ଗୁରୁଦାୟିତ୍ବ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ ପାଣ୍ଡ୍ୟାଙ୍କ ଉପରୁ ଚାପ କମ କରିବା ପାଇଁ କେଏଲ୍‌ ରାହୁଲଙ୍କ କାନ୍ଧରେ ମଧ୍ୟ ଦଳର କମାଣ ରଖାଯାଇପାରେ ବୋଲି କେତେକ କ୍ରିକେଟ ପଣ୍ଡିତ ବିଶ୍ବାସ କରନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...BCCI ପୁରସ୍କାର ରାଶି, 125 କୋଟିରୁ କାହାକୁ ମିଳିବ କେତେ ? କୋହଲି-ବିରାଟ ପାଇବେ ଏତିକି ଟଙ୍କା - T20 World Cup 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.