ETV Bharat / sports

ICC ଅଫରକୁ ମନା କଲା BCCI; ଜାଣନ୍ତୁ କଣ, ରହିଛି ବାଂଲାଦେଶ ଲିଙ୍କ୍ ? - Womens T20 World cup 2024 - WOMENS T20 WORLD CUP 2024

Womens T20 World Cup 2024: ଆସନ୍ତା 3ରୁ 20 ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହେବ ମହିଳା ଟି-20 ବିଶ୍ବକପ ଟୁର୍ଣ୍ଣାମେଣ୍ଟ । ତେବେ ଭାରତ ପଛକୁ ହଟିବା ପରେ ଶ୍ରୀଲଙ୍କା ଏବଂ ୟୁଏଇ ରେସରେ ଆଗରେ ଅଛନ୍ତି । ଅଧିକ ପଢନ୍ତୁ

jay shah
jay shah (ANI Photo)
author img

By ETV Bharat Sports Team

Published : Aug 15, 2024, 6:44 PM IST

Updated : Aug 15, 2024, 7:45 PM IST

ହାଇଦ୍ରାବାଦ: ବିସିସିଆଇର ବଡ ନିଷ୍ପତ୍ତି । ଭାରତରେ ଆୟୋଜନ ହେବ ନାହିଁ ଆଇସିସି ମହିଳା କ୍ରିକେଟ ଟି-20 ବିଶ୍ବକପ 2024 । କାରଣ ବାଂଲାଦେଶରେ ଅଶାନ୍ତି ଏବଂ ହିଂସାତ୍ମକ ଆନ୍ଦୋଳନ ପରେ ଭାରତକୁ ମହିଳା ବିଶ୍ବକପ ଆୟୋଜନ କରିବାକୁ ଅଫର ଦେଇଥିଲା ଆଇସିସି । ହେଲେ ବିସିସିଆଇ ଏହାକୁ ପ୍ରତ୍ୟାଖାନ କରିଛି । ତେବେ ଏହି ପ୍ରସଙ୍ଗରେ ଆଇସିସି 20 ଅଗଷ୍ଟରେ ନେବ ଶେଷ ନିଷ୍ପତ୍ତି । ଆସନ୍ତା 3ରୁ 20 ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହେବ ଏହି ଟୁର୍ଣ୍ଣାମେଣ୍ଟ । ତେବେ ଭାରତ ପଛକୁ ହଟିବା ପରେ ଶ୍ରୀଲଙ୍କା ଏବଂ ୟୁଏଇ ରେସରେ ଆଗରେ ଅଛନ୍ତି ।

ଏହା ବି ପଢନ୍ତୁ - ଲାଲକିଲ୍ଲାରୁ ମୋଦିଙ୍କ ବଡ ଘୋଷଣା, 2036 ଅଲିମ୍ପିକ୍ସ ଆୟୋଜନ କରିବ ଭାରତ ! - Indias dream to host 2036 olympics

ମିଡିଆ ରିପୋର୍ଟ ଅନୁସାରେ, ବିସିସିଆଇ ସଚିବ ଜୟ ଶାହା କହିଛନ୍ତି କି, "ଆଇସିସି ଆମ ସାମ୍ନାରେ ମହିଳା ବିଶ୍ବକପ ଆୟୋଜନ ପାଇଁ ପ୍ରସ୍ତାବ ରଖିଛନ୍ତି । କିନ୍ତୁ ମୁଁ ସଫା ସଫା ମନା କରିଦେଇଛି । ଏହି ସମୟରେ ଭାରତରେ ବର୍ଷା ହୋଇଥାଏ ଏବଂ ଆଗାମୀ ବର୍ଷ ମଧ୍ୟ ଆମକୁ ମହିଳା ଦିନିକିଆ ବିଶ୍ବକପ ଆୟୋଜନ କରିବାର ଅଛି । ତେଣୁ ଆମେ ଲଗାତାର ଦୁଇଟି ବିଶ୍ବକପ ଆୟୋଜନ କରିବାକୁ ଚାହୁଁନାହୁଁ ।"

ବାଂଲାଦେଶରେ ବର୍ତ୍ତମାନ ସମୟରେ ଅଶାନ୍ତି ଲାଗି ରହିଛି । ସଂରକ୍ଷଣ ବିରୋଧରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଧିରେ ଧିରେ ଉଗ୍ର ରୂପ ନେଇ ହିଂସାତ୍ମକ ଆନ୍ଦୋଳନରେ ପହଞ୍ଚିବା ସହିତ ସରକାର ଭୁଶୁଡି ପଡିଛି । ଶେଖ ହସିନାଙ୍କ ସରକାର ଭାଙ୍ଗିବା ସହିତ ନିଜେ ହସିନା ଭାରତକୁ ପଳାୟନ କରି ଶରଣ ପସିଛନ୍ତି । ସେପଟେ ବାଂଲାଦେଶରେ ନୋବେଲ ଶାନ୍ତି ବିଜେତାଙ୍କ ନେତୃତ୍ବରେ ଅନ୍ତରୀଣ ସରକାର ଗଠନ ହୋଇସାରିଛି । ଏହା ସହିତ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଥିବା ରିପୋର୍ଟ ଆସୁଛି ।

ଏପଟେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ସ୍ବାଧୀନତା ଦିବସ ଅବସରରେ ବଡ ସୂଚନା ଦେଇଛନ୍ତି । ଆଗାମୀ ଦିନେ ଟେଷ୍ଟ କ୍ରିକେଟକୁ ଅଧିକ ପ୍ରଚାର ପ୍ରସାର ଏବଂ ଗୁରୁତ୍ବ ବୃଦ୍ଧି ପାଇଁ ନିଆଯିବ ବିଶେଷ ପଦକ୍ଷେପ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସହିତ ଏନେଇ ଆଲୋଚନା ଚାଲିଛି । ଭବିଷ୍ୟତରେ ଟେଷ୍ଟ କ୍ରିକେଟ ଅସ୍ଥିତ୍ବ ବଞ୍ଚାଇ ରଖିବା ବର୍ତ୍ତମାନର ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଶାହ ।

Last Updated : Aug 15, 2024, 7:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.